Home > ଅନ୍ତରାଷ୍ଟ୍ରୀୟ
ମହଙ୍ଗା ମାଡ଼ରେ ବକରିଦ୍ ପାଳନ କରିବ ପାକିସ୍ତାନ, କ୍ଷୀର-ପରିବା ଦର ଆକାଶ ଛୁଆଁ, ମଟନ କିଲୋ ୧୦୦୦ରୁ ଅଧିକ
Khabar Odisha:international-odisha-pakistan-inflation-soars-to-a-new-high-before-bakrid
ନୂଆଦିଲ୍ଲୀ,ଅଗଷ୍ଟ୧୧(ଖବର ଓଡ଼ିଶା):

ଏଥର ପାକିସ୍ତାନ ମହଙ୍ଗାର ପାହାଡ଼ ଉପରେ ବକରିଦ ପାଳନ କରିବ। ପାକିସ୍ତାନୀ ଜନତାଙ୍କ ପାଇଁ ଏଥରର ବକରିଦ ବହୁତ ଫିକା ପଡ଼ିଆର ଆଶା ରହିଛି, କାରଣ ମହଙ୍ଗା ଖାଦ୍ୟ ଯୋଗୁଁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ କିଣି ପାରୁ ନାହାନ୍ତି। ମଟନ କିଲୋ ପିଛା ୧୦୦୯ ଟଙ୍କାରେ ପହଞ୍ଚିଲାଣି। ଭାରତ ସହିତ ସମସ୍ତ ପ୍ରକାରର ଦ୍ଵିପାକ୍ଷିକ ବାଣିଜ୍ୟିକ ସଂପର୍କ ଛିନ୍ନ କରିବା ପାକିସ୍ତାନର ନିଷ୍ପତ୍ତି ଲୋକଙ୍କୁ ନାହିଁ ନଥିବା ଅସୁବିଧାରେ ପକାଇଛି।

ପାକିସ୍ତାନରେ ଅଧିକାଂଶ ପରିବା ଭାରତରୁ ରପ୍ତାନୀ ହୋଇଥାଏ। କିନ୍ତୁ ଇମ୍ରାନ ସରକାରଙ୍କ ଭାରତ ସହିତ କାରବାର ନକରିବାର ନିଷ୍ପତ୍ତିର ପ୍ରଭାବ ଏବେ ପାକ୍ ବଜାର ଉପରେ ପଡ଼ିବା ଆରମ୍ଭ ହୋଇ ଗଲାଣି। ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା କରାଚି ସହରରେ ହିଁ ପିଆଜ, ଅଦା, ରସୁଣ ଓ ଟମାଟର ପରି ପରିବା ଦର ଆକାଶ ଛୁଆଁ ରହିଛି।

କଣ ଘାସ  ଖାଇବାକୁ ବିବଶ କରାଇବେ ସରକାର

ପିଆଜ ଓ ଟମାଟର ଦର ଅହେତୁକ ବୃଦ୍ଧିକୁ ନେଇ ସରକାରଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଲାଣି। ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ କିଣି ପାରୁନାହାନ୍ତି। ରୋଷେଇ ଘରର ବଜେଟ୍ ପୂରା ବିଗିଡ଼ି ଯାଇଛି। କ୍ଷୀର, ପରିବାଠୁ ନେଇ ମାଂସ ପର୍ଯ୍ୟନ୍ତ ସବୁ କିଛି ମହଙ୍ଗା ହେବାରେ ଲାଗିଛି। ଏବେ ଭାରତ ସହିତ ବାଣିଜ୍ୟିକ ସଂପର୍କ ଛିନ୍ନ କରିବା ପରେ ପାକିସ୍ତାନରେ ଦରବୃଦ୍ଧି ବିକଟାଳ ରୂପ ନେବାର ସମ୍ଭାବନା ରହିଛି। 

ପିଆଜ ବିକ୍ରେତା ଇଫତିକାରଙ୍କ କହିବା କଥା, ଇଦରେ ବଜାରରୁ ଚମକ ଗାଏବ ହୋଇ ଯାଇଛି। ପରିବା ଓ ପିଆଜ ପାଇଁ ଭାରତ ଉପରେ ଆମେ ନିର୍ଭରଶୀଳ। ଏବେ ପିଆଜ ଦର ଆହୁରି ବଢିବ। ଇମ୍ରାନ ଖାନ ଆମକୁ ଖୁଆଇବାକୁ ଚାହୁଁଛନ୍ତି ? କଣ ଆମେ ଘାସ ଖାଇବୁ ? ଜଣା ନାହିଁ ଇମ୍ରାନ ସରକାର କଣ ପାଇଁ ଏମିତି ନିୂଷ୍ପତ୍ତି ନେଲେ ? 

ଏହି ସବୁ ପରିବା ଦର ଆକାଶଛୁଆଁ

ଡନ ଖବରକାଗଜର ରିପୋର୍ଟ ମୁତାବକ କରାଚିରେ ଅଦା ଓ ରସୁଣ କ୍ରମଶଃ  କିଲୋ ପିଛା ୪୦୦ ଟଙ୍କା ଓ ୩୨୦ ଟଙ୍କା ରହିଛି। ଲାଉ କିଲୋ ପିଛା ୧୨୦ ଟଙ୍କା, ବନ୍ଧାକୋବି ୮୦ ଟଙ୍କା ଓ ସିମଲା ମରିଚ କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି। ଗ୍ରିନ ଚିଲି କିଲୋ ପ୍ରତି ୧୦୦ ଟଙ୍କା, ଚୀନରୁ ଆମଦାନୀ ହେଉଥିବା ଅଦା ଖୁଚୁରା ବଜାରରେ କିଲୋ ପିଛା ୨୮୦ ଟଙ୍କା, ଇରାନର ରସୁଣ କିଲୋ ପ୍ରତି ୨୪୦ ଟଙ୍କା ଦରରେ ବିକ୍ରି ହେଉଛି।

ପାଉଁରୁଟି ମଧ୍ୟ ମହଙ୍ଗା

ଭୋଜନରେ ନିଆଯାଉଥିବା ପାଉଁରୁଟି ମଖନ ମଧ୍ୟ ମହଙ୍ଗା ହୋଇଛି। ଏବେ ଛୋଟ ପାଉଁରୁଟି ପ୍ୟାକେଟ୍ ୩୫ ଟଙ୍କା, ମଧ୍ୟମ ସାଇଜର ପାଉଁରୁଟି ୫୬ ଟଙ୍କା ଓ ବଡ଼  ପାଉଁରୁଟି ପ୍ୟାକେଟ୍ ୧୦୦ ଟଙ୍କା ରହିଛି। 

କ୍ଷୀର  - ଲିଟର ପ୍ରତି ୧୦୮ ଟଙ୍କା

ଦହି- କିଲୋ ପ୍ରତି ୧୨୨ ଟଙ୍କା

ମଟରନ- କିଲୋ ପିଛା ୧୦୦୯ ଟଙ୍କା

କଦଳୀ- ଡର୍ଜନ ପିଛା ୧୩୦ ଟଙ୍କା

ସୋରିଷ ତେଲ- ଲିଟର ପ୍ରତି ୨୪୬ ଟଙ୍କା

ପିଆଜ- କିଲୋ ପ୍ରତି ୬୪.୬୯ ଟଙ୍କା

ଟମାଟର- କିଲୋ ପ୍ରତି ୬୬.୫୭ ଟଙ୍କା

ଚିନି- କିଲୋ ପ୍ରତି ୭୭.୩୦ ଟଙ୍କା

କିରୋସିନି- ଲିଟର ପ୍ରତି ୧୫୧.୨୫ ଟଙ୍କା

ଏଲପିଜି ସିଲିଣ୍ଡର- ୧୩୬୨.୫୦ ଟଙ୍କା(୧୧ ଲିଟର)

ପେଟ୍ରୋଲ- ଲିଟର ପ୍ରତି ୧୧୩.୧୮ ଟଙ୍କା

ଡିଜେଲ- ଲିଟର ପିଛା ୧୨୭.୩୦ ଟଙ୍କା