Home > ଅନ୍ତରାଷ୍ଟ୍ରୀୟ
ଆମେରିକାରେ ଇମରାନଙ୍କୁ ଅନ୍ତର୍ଜାତୀୟ ଅପମାନ, ସ୍ୱାଗତ କରିବାକୁ ପହଁଚିଲେନି ଅଧିକାରୀ, ମେଟ୍ରୋରେ ଗଲେ ହୋଟେଲ
Khabar Odisha:international-odisha-pakistan-pm-imran-khan-blames-in-america-went-to-hotel-in-metro-train
ଆମେରିକା, ଜୁଲାଇ ୨୧(ଖବର ଓଡିଶା):

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଶନିବାର ସଂଧ୍ୟାରେ ତିନିଦିନିଆ ଆମେରିକା ଗସ୍ତ କରିଛନ୍ତି । ସେ ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ । ଏହି ସାକ୍ଷାତକାରରେ ଟ୍ରମ୍ପ ଇମରାନଙ୍କ ଉପରେ ଆତଙ୍କବାଦୀ ପ୍ରସଙ୍ଗରେ ଚାପ ସୃଷ୍ଟି କରିବେ ବୋଲି କୁହାଯାଉଛି ।

ତେବେ ଇମରାନଙ୍କୁ ଆମେରିକାରେ ଅନେକ ଅପମାନର ସାମ୍ନା କରିବାକୁ ପଡିଛି । ସେ ବିମାନବନ୍ଦରରେ ପହଁଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ଆମେରିକାର କୌଣସୀ ବରିଷ୍ଠ ଅଧିକାରୀ ପହଁଚିନଥିଲେ । ସେ ନିଜେ ମେଟ୍ରୋ ଟ୍ରେନରେ ବସି ହୋଟେଲ ପହଁଚିଥିଲେ । କେବଳ ପାକ୍ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେଶୀ ଆମେରିକାରେ ରହୁଥିବା କିଛି ପାକିସ୍ତାନୀଙ୍କୁ ନେଇ ଏୟାରପୋର୍ଟ ଯାଇଥିଲେ ।

କ୍ରିକେଟରରୁ ରାଜନେତା ପାଲଟିଥିବା ଇମରାନ କୌଣସୀ ଚାଟାର୍ଡ ଫ୍ଲାଇଟରେ ଆମେରିକା ନ ଯାଇ କତାର ଏୟାରୱେଜରେ ପହଁଚିଥିଲେ । ଯାହାର ପ୍ରମୁଖ କାରଣ ପାକିସ୍ତାନର ଆର୍ଥିକ ସଙ୍କଟ ବୋଲି କୁହାଯାଉଛି ।

 

  • Tags: