Home > ଅନ୍ତରାଷ୍ଟ୍ରୀୟ
ପାକିସ୍ତାନକୁ ଆଉ ଏକ ଝଟକା, କେସ ହାରିବା ପରେ ଜରିମାନା ଦେବ ୪୦ହଜାର କୋଟି ଟଙ୍କା
Khabar Odisha:international-odisha-pakistan-will-give-40-thousand-crore-as-fine
ଲାହୋର, ଜୁଲାଇ ୧୮(ଖବର ଓଡିଶା):

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିବା ଏହି ଦେଶ ଉପରେ ଏକ ବଡ ଝଟକା ଲାଗିବାକୁ ଯାଉଛି । କୂଳଭୂଷଣ ମାମଲାରେ କେସ ହାରିବା ପରେ ପାକିସ୍ତାନକୁ ଏବେ ୪୦ହଜାର କୋଟି ଟଙ୍କା ଗଣିବାକୁ ପଡିବ । ଚଳିତ ମାସର ଆରମ୍ଭରେ ଦରିଦ୍ର ହେବାରୁ ବର୍ତିବା ପାଇଁ ପାକ୍ ଆଇଏମଏଫରୁ ୬ଆରବ ଡଲାରର ଲୋନ ନେଇଥିଲା । ଏବେ ପାକକୁ କେସ ହାରିବା ପରେ ଟଙ୍କା ଗଣିବାକୁ ପଡିବ ।

କଣ ରହିଛି ମାମଲା

ବିଶ୍ୱବ୍ୟାଙ୍କ ସହ ଜଡିତ ଇଂଟରନ୍ୟାସନାଲ ସେଂଟର ଫର ସେଟଲମେଂଟ ଅଫ ଇନଭେଷ୍ଟମେଂଟ ଡିସପୁଟସ ସହ ବେଲୁଚିସ୍ଥାନରେ ଥିବା ଏକ ଖଣି ଚୁକ୍ତି ବାତିଲ କରିବା ଫଳରେ ପାକ୍ ଉପରେ ୪୦ ହଜାର କୋଟିର ଜରିମାନା ଲାଗିଛି । ଏହି ମାମଲାରେ ପାକିସ୍ତାନ କେସ ହାରି ଯାଇଛି । ଏହି ଟଙ୍କା ପାକିସ୍ତାନର ଟେଥୟାନ କମ୍ପାନୀକୁ ଦେବାକୁ ପଡିବ ।

ଇମରାନଙ୍କ ହାତରୁ ଖସୁଛି ପରିସ୍ଥିତି

ପାକିସ୍ତାନ ବର୍ତମାନ ଅତି ଖରାପ ଅର୍ଥବ୍ୟବସ୍ଥା ଦେଇ ଗତି କରୁଥିବା ସାରା ବିଶ୍ୱର ଅର୍ଥଶାସ୍ତ୍ରୀମାନେ କହିଛନ୍ତି । ଯଦି କୌଣସୀ ଠୋସ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ବରବାଦ ହେବାରୁ ଏହି ଦେଶ ବର୍ତି ପାରିବ ନାହିଁ ।

ଏହି ସମୟରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ ନିଜେ ଏହି କଥାକୁ ସ୍ୱିକାର କରିସାରିଛନ୍ତି । ଜୁନ୧୦ରେ ଗତ ୧୦ ବର୍ଷରେ ପାକିସ୍ତାନର ଋଣଭାର ୬ହଜାର ଆରବରୁ ୩୦ ହଜାର ଆରବ ହୋଇଥିବା ସେ କହିଥିଲେ ।

 

  • Tags: