Home > ଅନ୍ତରାଷ୍ଟ୍ରୀୟ
ଦଶହରାରେ ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ପାକିସ୍ତାନ ମନ୍ତ୍ରୀ, ଲୋକ କହିଲେ ହାପି ଦଶହରା ପାକିସ୍ତାନୀ ରାବଣ
Khabar Odisha:international-odisha-pakistani-minister-fawad-chaudhry-trolled-after-dussehra-tweet
ଇସଲାମବାଦ, ଅକ୍ଟୋବର ୦୮ (ଖବର ଓଡିଶା) :

 ବିବାଦୀୟ ବୟାନ ଦେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ମନ୍ତ୍ରୀ ଫବାଦ ଚୌଧୁରୀ ବିଜୟାଦଶମୀ ଅବସରରେ ଟ୍ଵିଟ୍ କରି ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଫଦାଦ ଶୁଭେଚ୍ଛା ଜଣାଇବା ପରେ ୟୁଜରମାନେ ଟ୍ରୋଲ କରିଛନ୍ତି। କିଛି ଲୋକମାନରେ ତାଙ୍କୁ ଅଖଣ୍ଡ ଭାରତ କଥା ମଧ୍ୟ ମନେ ପକାଇଛନ୍ତି। ସେହି ସମୟରେ କେହି ଦଶହରା ଅବସରରେ ଅଜହର ଏବଂ ହାଫିଜ ସଇଦଙ୍କ ଭଳି ଆତଙ୍କୀଙ୍କୁ ଅନ୍ତ କରିବା ଉଚିତ୍ ବୋଲି କହିଛନ୍ତି। 

ଆଜି ଭାରତ, ପାକିସ୍ତାନ ନୁହେଁ ବହୁ ସ୍ଥାନରେ ଦଶହରା ପର୍ବ ପାଳନ କରାଯାଉଛି। ଏହି ଅବସରରେ ପାକିସ୍ତାନର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫବାଦ ଚୌଧୁରୀ ସମସ୍ତ ହିନ୍ଦୁଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ତାଙ୍କର ଟ୍ଵିଟ ପରେ ୟୁଜରମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ।

ଜଣେ ୟୁଜର ଲେଖିଛନ୍ତି କି,ହାପି ଦଶହରା ପାକିସ୍ତାନୀ ରାବଣ। ସେହି ଭଳି ଅାଉ ଜଣେ ଲେଖିଛନ୍ତି କି, ଦଶହରା ଅବସରରେ ନିଜ ଭିତରେ ଥିବା ରାବଣକୁ ଅନ୍ତ କରନ୍ତୁ। ଜୋର ଜବରଦସ୍ତ କରାଯାଉଥିବା ଧର୍ମାନ୍ତରୀକରଣ ଉପରେ ପ୍ରତିବନ୍ଧକ ଲଗାଯାଉ, ନିର୍ଦ୍ଦୋଶ ହିନ୍ଦୁ ଏବଂ ଶିଖମାନଙ୍କୁ ମାରିବା ବନ୍ଦ କରାଯାଉ। ପାକିସ୍ତାନ ଦୁନିଆକୁ ଆତଙ୍କୀ ପଠାଇବା ବନ୍ଦ କରୁ। ଜୟ ଶ୍ରୀ ରାମ। ସେହି ସମୟରେ ଆଉ ଜଣେ ୟୁଜର ଲେଖିଛନ୍ତି କି, ଯଦି ଦଶହରାରେ ହାଫିଜ ସଇଦ ଏବଂ ମସୂଦ ଅଜହର ଭଳି ଆତଙ୍କୀଙ୍କୁ ବିନାଶ କରାହୁଏ ତେବେ ଭଲ ହୁଅନ୍ତା।