Home > ଅନ୍ତରାଷ୍ଟ୍ରୀୟ
୨୬/୧୧ ହମଲା: ବାପା-ମାଆଙ୍କୁ ହରାଇଥିବା ମୋଶେଙ୍କୁ ହେଲା ୧୩ ବର୍ଷ, ପିଏମ ମୋଦୀ ଲେଖିଲେ ଚିଠି
Khabar Odisha:international-odisha-pm-modi-wrote-to-2611-mumbai-terrorist-attack-survivor-moshe-holtzberg-on-his-bar-mitzvah
ନୂଆଦିଲ୍ଲୀ, ଡିସେମ୍ବର୦୨(ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬/୧୧ ମୁମ୍ବାଇ ଆକ୍ରମଣରେ ବା-ମାଆଙ୍କୁ ହରାଇଥିବା ଇସ୍ରାଏଲର ଶିଶୁ ମୋସେ ହୋଲତଜବର୍ଗଙ୍କ ‘ବା ମିତଜା’ ସଂସ୍କାର କାର୍ଯ୍ୟକ୍ରମ ଅବସରରେ ଆଜି ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆପଣଙ୍କ କାହାଣୀ ପ୍ରତ୍ୟେକଙ୍କ ଅନୁପ୍ରାଣିତ କରିବ। ଉଲ୍ଲେଖନୀୟ ଆତଙ୍କବାଦୀ ମୁମ୍ବାଇ ନରିମମ ହାଉସରେ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ ମୋସେଙ୍କ ବାପା-ମାଆଙ୍କ ପ୍ରାଣହାନୀ ଘଟିଥିଲା। ମାତ୍ର ଚତ୍ମକାରିତା ଭାବେ ମୋଶେ ଏଥିରୁ ବଞ୍ଚିଯାଇଥିଲା। ସେହି ସମୟରେ ମୋଶେଙ୍କ ବୟସ ୨ ବର୍ଷ ହୋଇଥିଲା। 

ମୋସେଙ୍କୁ ଏବେ ୧୩ ବର୍ଷ ହୋଇ ଯାଇଛି। ତାଙ୍କର ବା ମିତଜା କାର୍ଯ୍ୟକ୍ରମରେ ଇସ୍ରାଏଲରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୋଗ ରାଜୀବ ସିଙ୍ଗଲା ମଧ୍ୟ ଯୋଗ ଦେଇଛନ୍ତି। ସେ ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସନ୍ଦେଶ ପଢ଼ି ଶୁଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମୋଶେଙ୍କ ନାମରେ ଲେଖିଥିବା ଚିଠିରେ କହିଛନ୍ତି ଯେ, ଆପଣଙ୍କ କାହାଣୀ ପ୍ରତ୍ୟେକଙ୍କୁ ପ୍ରେରିତ କରିବ। ପ୍ରଧାନମନ୍ତ୍ରୀ ମୋଦୀ ନିଜର ଇସ୍ରାଏଲ ଗସ୍ତ ସମୟରେ ମୋଶେଙ୍କୁ  ଭେଟିଥିଲେ। ମୋଶେ ୧୦ ବର୍ଷ ପରେ ଗତ ବର୍ଷ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହିତ ଭାରତ ଗସ୍ତରେ ଆସିଥିଲେ। ସେ ସେହି ଘରକୁ ମଧ୍ୟ ଯାଇଥିଲା, ଯେଉଁଠି ତା ବାପା-ମା ରହୁଥିଲେ।

କଣ ଏହି ବା ମିତଜା

ବା ମିତଜା ଇହୁଦୀ ଧର୍ମରେ ପିଲାଙ୍କ ଏକ ସଂସ୍କାର। ପିଲା ଯେବେ ୧୩ ବର୍ଷ ବୟସ ହୋଇଯାଏ, ତେବେ ସେ ବା ମିତଜା ହୋଇ ଯାଇଥାଏ ଏବଂ ନିଜର କାମ ପାଇଁ ନିଜେ ଦାୟିତ୍ଵ ନେଇଥାଏ। ଏହା ପୂର୍ବରୁ ପିଲା ଯାହା ବି କିଛି କରିଥାନ୍ତି ସେଥିପାଇଁ ବାପା-ମା ଦାୟୀ ରହିଥାନ୍ତି। ଝିଅଙ୍କ ପାଇଁ ଏହି ସଂସ୍କାରକୁ ବେତ ମିତଜା କୁହାଯାଏ। ଝିଅମାନେ ୧୨ ବର୍ଷ ବୟସରେ ବେତ ମିତଜା ହୁଅନ୍ତି।