Home > ଅନ୍ତରାଷ୍ଟ୍ରୀୟ
ରୁଷ ରାଜଦୂତଙ୍କ ରୋକ୍ ଠୋକ୍, ଯାହାଙ୍କୁ ଭାରତ ଉପରେ ସନ୍ଦେହ ରହିଛି, ସେମାନେ ନିଜେ କାଶ୍ମୀର ଯାଆନ୍ତୁ
Khabar Odisha:international-odisha-russian-ambassador-kudashev-calls-kashmir-a-internal-issue-taunts-us
ନୂଆଦିଲ୍ଲୀ, ଜାନୁଆରୀ୧୭(ଖବର ଓଡ଼ିଶା):

ଭାରତରେ ଅବସ୍ଥାପିତ ରୁଷ ରାଜଦୂତ ନିକୋଲେ କୁଦାଶେବ କାଶ୍ମୀରକୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାର କହିଛନ୍ତି। ରୁଷ ରାଜଦୂତ ସଙ୍କେତ ଦେଇଛନ୍ତି ଯେ, କାଶ୍ମୀର ଉପରେ ଭାରତ ସରକାରଙ୍କ ଯାହା ବି ନୀତି ରହିଛି,  ତାକୁ ଆମେ ସମର୍ଥନରେ କରୁଛୁ। ତେଣୁ ରୁଷ ପାଇଁ ଏହା ଏକ ପ୍ରସଙ୍ଗ ନୁହଁ। 

ରୁଷ ରାଜଦୂତ କୁଦାଶେବଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, କାଶ୍ମୀର ଯାଇଥିବା ବିଦେଶୀ ପ୍ରତିନିଧିଙ୍କୁ ନେଇ ଆପଣଙ୍କର ରାୟ କଣ ଏବଂ ସେ ନିଜେ କଣ ପାଇଁ କାଶ୍ମୀର ଗଲେ ନାହିଁ। ଏହାର ଉତ୍ତରରେ କୁଦାଶେବ କହିଛନ୍ତି ମୁଁ ଯାତ୍ରା ନ କରିବାର ଏମିତି କିଛି କାରଣ ନାହିଁ। ଏହା ଭାରତର ଆଭ୍ୟନ୍ତରୀଣ ମାମଲା। ଏହା ଆମ ପାଇଁ କୌଣସି ପ୍ରସଙ୍ଗ ନୁହଁ। 

କୁଦାଶେବ ପରୋକ୍ଷରେ ଆମେରିକାକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଯାହାକୁ ଭାରତର ନୀତିକୁ ନେଇ ସନ୍ଦେହ ରହିଛି, ସେମାନେ ନିଜେ କାଶ୍ମୀର ଯାଆନ୍ତୁ। ରୁଷ ରାଜଦୂତ କୁଦାଶେବଙ୍କୁ ଯେବେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗ ଉଠାଇବା ଚୀନର ପ୍ରୟାସ ବିଷୟରେ ପଚରାଗଲା, ସେ କହିଛନ୍ତି ଆମେ କେବେ ବି ଏହି ପ୍ରସଙ୍ଗକୁ ମିଳିତ  ଜାତିସଂଘ ନେଇଯିବା ପକ୍ଷରେ ନାହୁଁ। ଏହା ସଂପୂର୍ଣ୍ଣ ଭାବେ ଏକ ଦ୍ଵିପାକ୍ଷିକ ପ୍ରସଙ୍ଗ। କାଶ୍ମୀର ଉପରେ ଆଲୋଚନା ପାଇଁ ମିଳିତ ଜାତିସଂଘରେ ମଧ୍ୟ ସର୍ବସମ୍ମତି ନାହିଁ।