Home > ଅନ୍ତରାଷ୍ଟ୍ରୀୟ
ମକ୍କା ଖେତରେ ବିମାନକୁ କରାଇଲେ ଅବତରଣ, ପାଇଲଟଙ୍କ ଉପସ୍ଥିତି ବୁଦ୍ଧିରେ ବର୍ତ୍ତିଲା ୨୩୩ ଯାତ୍ରୀଙ୍କ ଜୀବନ
Khabar Odisha:international-odisha-russian-pilot-lands-in-a-corn-field-with-233-on-board-hailed-as-a-hero
ମସ୍କୋ,ଅଗଷ୍ଟ୧୫(ଖବର ଓଡ଼ିଶା):

 ରୁଷ ବିମାନରେ ଯାତ୍ରା କରୁଥିବା ୨୩୩ ଯାତ୍ରୀଙ୍କ ପାଇଁ ଏହା କୌଣସି ଚମତ୍କାରଠୁ କମ ନୁହଁ। ମସ୍କୋ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ  ସହରର ବାହ୍ୟ ଇଲାକାରେ ପକ୍ଷୀଦଳରେ ବିମାନଟି ଧକ୍କା ହୋଇଥିଲା। ଏମିତି ସ୍ଥିତିରେ ବିମାନକୁ ଆଗକୁ ନେବା ସମ୍ଭବ ନଥିଲା ଏବଂ ପାଇଲଟ ଉତ୍ତମ ବୁଦ୍ଧିମତାର ପରିଚୟ ଦେଇ ଜରୁରୀକାଳୀନ ଅବତରଣ କରାଇବାକୁ ନିଷ୍ପତ୍ତି ନେଇଥିଲେ। ପାଇଲଟ୍ ଉପସ୍ଥିତ ବୁଦ୍ଧି ବଳରେ ବିମାନକୁ ତୁରନ୍ତ ଏକ ମକ୍କା ଖେତରେ ଅବତରଣ କରାଇଥିଲେ। ପାଇଲଟ୍ ଏମିତି ବୁଦ୍ଧିମତାର ସହ ବିମାନକୁ ଅବତରଣ କରାଇଲେ ଯେ ଦୁର୍ଘଟଣାର ସ୍ଥିତି ଉତ୍ପନ ହୋଇନଥିଲା। ଫଳରେ ୨୩୩ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା। 

ରୁଷ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ ବିମାନରେ ଯାତ୍ରା  କରୁଥିବା ଲୋକଙ୍କୁ ମଧ୍ୟରୁ ୩୨ ଜଣ ଆହତ ହୋଇଛନ୍ତି,  ମାତ୍ର କୌଣସି ଯାତ୍ରୀଙ୍କ ଜୀବନହାନୀର ଖବର ନାହିଁ। ସୂଚନା ମୁତାବକ ୟୁରାଲ ଏୟାରଲାଇନ୍ସର ବିମାନ ୩୨୧ ମସ୍କୋରୁ ଉଡ଼ାଣ ଭରିଥିଲା। ମାତ୍ର ସହରର ଦକ୍ଷିଣପୂର୍ବ ଇଲାକାରେ ସ୍ଥିତ ଏକ ଖେତରେ ହିଁ ବିମାନକୁ ଜରୁରୀକାଳୀନ ଅବତରଣ କରାଇବାକୁ ପଡ଼ିଥିଲା। ବିମାନର ଇଞ୍ଜିନରେ ଅନେକ ପକ୍ଷୀ ଫସିବା କାରଣରୁ ଇଞ୍ଜିନ ସଞ୍ଚାଳନରେ ମୁସ୍କିଲ ହୋଇଥିଲା। ଫଳରେ ରୁଷର ଝୁକୋଓ୍ଵସ୍କି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ଉଡାଣ ଭରିବାର ଏକ କିଲୋମିଟର ପରେ ବିମାନକୁ ଅବତରଣ କରାଇବାକୁ ପଡ଼ିଥିଲା।

ରୁଷ ସରକାରୀ ଟେଲିଭିଜନ ଏହି ଘଟଣାକୁ ଚମତ୍କାର ଦର୍ଶାଇଛନ୍ତି। ପାଇଲଟଙ୍କ ବୁଦ୍ଧିମତା କାରଣରୁ ବିମାନେ ଯାତ୍ରା କରୁଥିବା ୨୩୩ ଯାତ୍ରୀଙ୍କ ଜୀବନ ଅଳ୍ପକେରୁ ବର୍ତ୍ତି ଯାଇଛି। ରୁଷି ମିଡିଆ ପାଇଲଟ ଦାମିର ୟୁସୁପୋଭଙ୍କୁ  ହିରୋରର ଆଖ୍ୟା ଦେଇଛି। 

ଏହି ଘଟଣାର ତୂଳନା ୨୦୦୯ରେ ଆମେରିକାର ଏକ ବିମାନର ଜରୁରୀକାଳୀନ ଅବତରଣ ସହ କରାଯାଉଛି। ସେହି ସମୟରେ ବିମାନରେ ପକ୍ଷୀ ବାଡ଼େଇ ହେବାରୁ ହଡସନ ନଦୀ କୂଳରେ ପାଇଲଟ ବିମାନକୁ ଅବତରଣ କରାଇଥିଲେ।