Home > ଅନ୍ତରାଷ୍ଟ୍ରୀୟ
ଚାପଗ୍ରସ୍ତ ହେବାରେ ଲାଗିଛି ଚୀନ ଅର୍ଥବ୍ୟବସ୍ଥା, ଶିଳ୍ପ ଉତ୍ପାଦନ ୧୭ ବର୍ଷରେ ସର୍ବନିମ୍ନ ସ୍ତରରେ
Khabar Odisha:international-odisha-signs-of-chinas-economy-under-pressure
ପେଇଚିଙ୍ଗ,ସେପ୍ଟେମ୍ବର୧୬(ଖବର ଓଡ଼ିଶା):

ଚୀନର ଅର୍ଥବ୍ୟବସ୍ଥା ଆହୁରି ଚାପଗ୍ରସ୍ତ ହେବାର ସଙ୍କେତ ସୋମବାର ଦେଖିବାକୁ ମିଳିଛି। ସରକାର ଦୁର୍ବଳ ଅଦୌଗିକି ଉତ୍ପାଦନ, ନିବେଶ ଓ ଖୁଚୁରା ବିକ୍ର ସମ୍ବନ୍ଧିତ ତଥ୍ୟ ଜାରି କରିଛନ୍ତି, ଯେଉଁଥିରେ ଦେଶ ଆହୁରି ଚାପଗ୍ରସ୍ତ ହେବା ଦିଗକୁ ଇସାରା କରୁଛି। ଆମେରିକା ସହିତ ବାଣିଜ୍ୟ ଲଢେଇ ମଧ୍ୟରେ ଚୀନର ଅଦୌଗିକି ଉତ୍ପାଦନ ବାର୍ଷିକ ଆଧାରରେ ବୃଦ୍ଧି ଅଗଷ୍ଟରେ ମାସରେ ୪.୪ ପ୍ରତିଶତ ରହିଛି, ଯାହା କି ୧୭ ବର୍ଷର ସବୁଠୁ ନିମ୍ନ ସ୍ତରରେ ରହିଛି। ଜୁଲାଇର ୪.୮ ପ୍ରତିଶତ ବୃଦ୍ଧିଠୁ ତଳେ ରହିଛି। ଏହି ଅନୁମାନ ବିଶ୍ଳେଷକ ଆଶା କରିଥିବା ତଥ୍ୟଠୁ ମଧ୍ୟ କମ ରହିଛି। 

ବ୍ଲମର୍ଗ ମଧ୍ୟ ନିଜର ସର୍ବେକ୍ଷଣରେ ଜିଡିପି ଅଭିବୃଦ୍ଧି ହାର ୫.୨ ପ୍ରତିଶତ ରହିବ ବୋଲି ଅନୁମାନ କରିଥିଲା। ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୟୋମାସ(ଏପ୍ରିଲରୁ ଜୁନ)ରେ ଚୀନର ସକଳ ଘରୋଇ ଉତ୍ପାଦର ଅଭିବୃଦ୍ଧିହାର ୬.୨ ପ୍ରତିଶତ ରହିଛି। ଏହା ଗତ ତିନି ଦଶନ୍ଧିରେ ସବୁଠୁ ଦୁର୍ବଳ ସ୍ଥିତିରେ  ରହିଛି। ଏହି ତଥ୍ୟ ରାଷ୍ଟ୍ରୀୟ ପରିସଂଖ୍ୟାନ ବ୍ୟୁରୋ ଜାରି କରିଛି। 

ବ୍ୟୁରୋର ମୁଖପାତ୍ର ଫୁ ଲିଙ୍ଗୁଇ କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟସ୍ତରରେ ଅସ୍ଥିରତା ଓ ଅନିଶ୍ଚିତତା ଦ୍ରୁତ ଗତିରେ ବଢି ଚାଲିଛି ଏବଂ ଆମକୁ ଏହାକୁ ଧ୍ୟାନରେ ରଖିବାକୁ ପଡ଼ିବ। ଅର୍ଥବ୍ୟବସ୍ଥା ନିମ୍ନଗାମୀ ହେବାର ଚାପ ବଢି ଚାଲିଛି। ଚୀନର ଖୁଚୁରା ବିକ୍ରିର ଅଭିବୃଦ୍ଧି  ହାର ମଧ୍ୟ ହ୍ରାସ ଘଟିଛି। ତେଣୁ ସରକାରଙ୍କ ପୂରା ଧ୍ୟାନ ଏବେ ଘରୋଇ ଉପଭୋଗ ବୃଦ୍ଧି କରିବା ଉପରେ ରହିଛି। ଅନ୍ୟପକ୍ଷେ ଚୀନରେ ନିବେଶରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ରିୟଲ ଇଷ୍ଟେଟରେ ମଧ୍ୟ ନିବେଶରେ ହ୍ରାସ ଘଟିଛି।