Home > ଅନ୍ତରାଷ୍ଟ୍ରୀୟ
ମାନିଲେ ୟୁକେ ବ୍ୟବସାୟୀ, ମୋଦୀ ରାଜରେ ବ୍ୟବସାୟ କରିବା ସହଜ
Khabar Odisha:international-odisha-uk-firms-upbeat-about-doing-business-in-india-sharp-drop-in-corruption
ନୂଆଦିଲ୍ଲୀ, ନଭେମ୍ବର୧୪(ଖବର ଓଡ଼ିଶା):

ଏକ ରିପୋର୍ଟ ଅନୁଯାୟୀ ଇଂଲଣ୍ଡର କମ୍ପାନୀ ଭାରତରେ ବ୍ୟବସାୟ କରିବାକୁ ଆଶାବାଦୀ ଅଛନ୍ତି। ସର୍ଭେରେ ୫୬ ପ୍ରତିଶତ କମ୍ପାନୀଙ୍କ କହିବା କଥା ଭାରତରେ ସଂପ୍ରତି କାରବାର କରିବା ସୁଗମ ହେବା ସହିତ ଭ୍ରଷ୍ଟାଚାରରେ ମଧ୍ୟ ହ୍ରାସ ଘଟିଛି। ବିଶ୍ଵ ବ୍ୟାଙ୍କ ପକ୍ଷରୁ ଜାରି ହେଉଥିବା ‘ଇଜି ଅଫ ଡୁଇଙ୍ଗ ବିଜନେସ୍’ ମାନ୍ୟତାରେ ଭାରତ କ୍ରମାଗତ ଉନ୍ନତ ପ୍ରଦର୍ଶନ କରି ଉପରରକୁ ଉଠୁଛି। ୨୦୨୦ର ମାନ୍ୟତା ଅନୁଯାୟୀ ଭାରତ ୧୪ଟି ସ୍ଥାନ ଉପରକୁ ଉଠି ୬୩ତମ ସ୍ଥାନରେ ପହଞ୍ଚିଛି।

ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ବ୍ରେଗଜିଟ୍ କାରଣରୁ ୟୁକେ କମ୍ପାନୀ ଅନ୍ୟ ଦେଶରେ ଅଧିକ କାରବାର କରିବା ବିଷୟରେ ଚିନ୍ତା କରୁଛନ୍ତି। ୨୬ ପ୍ରତିଶତ କମ୍ପାନୀଙ୍କ କହିବା କଥା ଏହାର କାରଣ ଇଂଲଣ୍ଡ ୟୁରୋପିୟନ ସଂଘରୁ ଅଲଗା ହେବାକୁକ ଯାଉଛି, ଏଥିପାଇଁ କମ୍ପାନୀଗୁଡ଼ିକ ଚାହୁଁଛନ୍ତି ଯେ ଆଗାମୀ ସମୟରେ ଭାରତ ସହିତ ସେମାନଙ୍କର ବାଣିଜ୍ୟରେ ବୃଦ୍ଧି ଘଟୁ। ୫୬ ପ୍ରତିଶତଙ୍କ କହିବା କଥା ଭାରତରେ ବ୍ୟବସାୟ କରିବା ସହଜ, ୨୧ ପ୍ରତିଶତଙ୍କ ଅନୁଯାୟୀ ଭାରତରେ ବ୍ୟବସାୟ କରିବାରେ କୌଣସି ସୁଧାର ଆସିନାହିଁ ଏବଂ ୨୩ ପ୍ରତିଶତ କୌଣସି ମତାମତ ଦେବାକୁ ଉଚିତ୍ ମଣି ନାହାନ୍ତି। 

ୟୁକେ-ଇଣ୍ଡିଆ ବାଣିଜ୍ୟ ପରିଷଧର ରିପୋର୍ଟ ଅନୁଯାୟୀ ମୋଦୀ ସରକାର ପାଇଁ ଖୁସିର ଖବର ରହିଛି, କାରଣ ୨୦୧୪ରେ ଯେବେ ଡୁଇଙ୍ଗ ବିଜନେସ୍ ଇନ ଇଣ୍ଡିଆର ପ୍ରଥମ ରିପୋର୍ଟ ଆସିଥିଲା, ସେଥିରେ ୫୦ ପ୍ରତିଶତ କମ୍ପାନୀଗୁଡ଼ିକଙ୍କ କହିବା କଥା ଭାରତରେ କାରବାର କରିବା ଲାଗି ଉପଯୁକ୍ତ ମାହୋଲ ନାହିଁ। କାରଣ ସେଠାରେ ଭ୍ରଷ୍ଟାଚାର ଚରମରେ ରହିଛି। ମାତ୍ର ୫ ବର୍ଷ ପରେ ୨୦୧୯ରେ ସ୍ଥିତିରେ ବହୁତ ସୁଧାର ଆସିଛି। ବିଶ୍ଵ ସମୁଦାୟ ଲାଗି ଭାରତ ଏକ ପ୍ରମୁଖ ବଜାରରେ ପରିଣତ ହେଲାଣି। ବିଶ୍ଵସ୍ତରୀୟ ବ୍ୟବସାୟୀ ଏଠାରେ ନିବେଶ କରିବାକୁ ଆକୃଷ୍ଟ ହେଉଛନ୍ତି। ନିଜର କମ୍ପାନୀ ଭାରତରେ ଖୋଲିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। 

ଅନେକ କମ୍ପାନୀଙ୍କ କହିବା କଥା ଭାରତରେ ଜିଏସଟି ଏବେ ମଧ୍ୟ ଗମ୍ଭୀର ସମସ୍ୟା ରହିଛି। ୨୮.୬ ପ୍ରତିଶତଙ୍କ ରାୟ ଏହା ଯେ ସରକାରଙ୍କୁ ପ୍ରଶାସନିକ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବାର ଆହୁରି ଆବଶ୍ୟକତା ରହିଛି।