Home > ଅନ୍ତରାଷ୍ଟ୍ରୀୟ
କାଶ୍ମୀର ପ୍ରସଙ୍ଗରେ UNSCର ରୁଦ୍ଧ ଦ୍ଵାରା ବୈଠକରେ ପାକିସ୍ତାନକୁ ମିଳିବ ନାହିଁ ଏଣ୍ଟ୍ରି
Khabar Odisha:international-odisha-what-is-united-nations-security-council-close-door-meeting
ନ୍ୟୁୟର୍କ,ଅଗଷ୍ଟ୧୬(ଖବର ଓଡ଼ିଶା):

ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସାମ୍ବିଧାନିକ ଧାରା ୩୭୦ ଉଚ୍ଛେଦ ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରିବା ଭାରତର ବଡ଼ ପଦକ୍ଷେପ ପରେ ବିଚଳିତ ହୋଇ ପଡିଛି ପାକିସ୍ତାନ। ଜାମ୍ମୁ-କାଶ୍ମୀରକୁ ଅନ୍ତରାଷ୍ଟ୍ରୀୟକରଣ କରିବାକୁ ଅପଚେଷ୍ଟା ଚଳାଇଛି ଏହି ଆତଙ୍କୀ ରାଷ୍ଟ୍ର। ବିଶ୍ଵର ବଡ଼ ବଡ଼ ଦେଶ ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଦର୍ଶାଇ ପାକିସ୍ତାନର କଥାକୁ ଅଣଦେଖା କରିଛନ୍ତି। କିନ୍ତୁ ଶେଷରେ ପାକିସ୍ତାନକୁ ନିଜର ଚିରସହଚର ବନ୍ଧୁ ଚୀନର ସମର୍ଥନ  ମିଳିଛି। ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ବୈଠକ କରିବାକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦକୁ ଚିଠି ଲେଖି ଦାବି କରିଥିଲା। ଯାହାକୁ ସମର୍ଥନ କରି ଚୀନ ମଧ୍ୟ ସୁରକ୍ଷା ପରିଷଦରେ ଏହି ଦାବି କରିଛି। ଫଳରେ ଆଜି ସୁରକ୍ଷା ପରିଷଦର ରୁଦ୍ଧ ଦ୍ଵାର ବୈଠକରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ। କିନ୍ତୁ ଏହି ବୈଠକରେ ଅଭିଯୋଗକାରୀ ପାକିସ୍ତାନକୁ ପ୍ରବେଶ  ମିଳିବ ନାହିଁ। 

ରୁଦ୍ଧ ଦ୍ଵାରା ବୈଠକ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ବହୁତ କମ ହିଁ ହୋଇଥାଏ। ଏହି ବୈଠକ ଯେବେ ବି ହୋଇଥାଏ, ଏହାକୁ ଅସାଧାରଣ ମାନା ଯାଇଥାଏ। ଗତ ଥର ଏମିତି ବୈଠକ ୨୦୧୫ରେ ୟମନରେ ଅପ୍ରତ୍ୟାଶିତ ହିଂସାକୁ ନେଇ ଦୁଇ ଥର ବସିଥିଲା। ଏହା ପରେ ଏବେ କାଶ୍ମୀର ପ୍ରସଙ୍ଗରେ ଏହି ପରି ବୈଠକ ହେବାକୁ ଯାଉଛି। 

ରୁଦ୍ଧ ଦ୍ଵାର ବୈଠକର ଅର୍ଥ- ଏମିତି ମିଟିଂରେ ସମସ୍ତଙ୍କୁ ଆମନ୍ତ୍ରିତ କରାଯାଇନଥାଏ ଏବଂ ନା ଏହା ପବ୍ଲିକ ପାଇଁ ହୋଇଥାଏ। ଏହି ବୈଠକରେ ହୋଇଥିବା ଅାଲୋଚନାକୁ ସାର୍ବଜନୀନ  ମଧ୍ୟ କରାଯାଏ ନାହିଁ। ଯଦି ଏହାକୁ ମିଳିତ ଜାତିସଂଘ  ହିସାବରେ ବୁଝାଯାଏ ତେବେ ଏଥିରେ ଖାସ୍ ବ୍ୟକ୍ତିବିଶେଷ ହିଁ ଯୋଗ ଦେଇଥାନ୍ତି। ଖାସ୍ ଲୋକଙ୍କ ଅର୍ଥ ସୁରକ୍ଷା ପରିଷଦର ପାଞ୍ଚ ସ୍ଥାୟୀ ସଦସ୍ୟ ଓ ଦୁଇ ବର୍ଷ କାର୍ଯ୍ୟର ଅସ୍ଥାୟୀ ସଦସ୍ୟ। 

କଣ ପାଇଁ ପାକିସ୍ତାନ ସାମିଲ ହେବ ନାହିଁ

ଏହି ଧରଣର ବୈଠକରେ କେବଳ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୫ ସ୍ଥାୟୀ ଦେଶ ଏବଂ ଦୁଇ ଅସ୍ଥାୟୀ ଦେଶ ସାମିଲ ହୁଅନ୍ତି। ଏଥିରେ ଅଭିଯୋଗ କରୁଥିବା ଦେଶ ଏବଂ ଯାହା ବିରୋଧରେ ଅଭିଯୋଗ ଆସିଥାଏ ଉକ୍ତ ଦେଶକୁ ମଧ୍ୟ ଏହି ବୈଠକରେ ଆମନ୍ତ୍ରିତ କରାଯାଏ ନାହିଁ। ଫଳରେ ଏହି ବୈଠକରେ ନା ପାକିସ୍ତାନ ସାମିଲ  ହେବ ନା ଭାରତ। 

ତଥାପି ପାକିସ୍ତାନ ଏହି ବୈଠକ ପାଇଁ କାହିଁକି ସହମତ ହେଲା

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଓ ଚୀନର ମିଳିତ ଭାବେ ଏହା ଏକ ବିଚକ୍ଷଣ ଚାଲ। ପାକିସ୍ତାନକୁ ବେଶ ଭଲ ଭାବେ ଜଣା ଯେ ଯଦି ଭାରତକୁ ନିଜର ପକ୍ଷ ରଖିବାକୁ ସୁଯୋଗ ମିଳେ ତେବେ ସେଠାରେ ପାକିସ୍ତାନର ତର୍କ ହାଲୁକା ପଡ଼ିଯିବ। ଭାରତକୁ ପୂରା ହକ ଯେ ସେ କାଶ୍ମୀରରେ ସାମ୍ବିଧାନିକ ମୁତାବକ ପଦକ୍ଷେପ ନେଇ ପାରିବ। ଏହି ପରି ଭାରତ ସାମ୍ବିଧାନିକ ପ୍ରକ୍ରିୟାରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛି। ଫଳରେ ଭାରତ ଏହି ବୈଠକରେ ନରହୁଥିବାରୁ ପାକିସ୍ତାନ ପକ୍ଷରୁ ଚୀନ ମୋର୍ଚ୍ଚା ସମ୍ଭାଳିବ। ଏଥିରେ ପାକିସ୍ତାନର ପକ୍ଷକୁ ମଜବୁତ ଭାବେ ରଖି ପାରିବ ଓ ସୁରକ୍ଷା ପରିଷଦରେ ଭାରତ ବିପକ୍ଷରେ ମାହୋଲ ସୃଷ୍ଟି କରି ପାରିବ। 

କେଉଁ କେଉଁ ଦେଶ କାହା ପକ୍ଷରେ ରହିବେ 

ଏବେ ଦେଖିବା ବାକି ରହିଲା ଯେ ଏହି ବୈଠକରେ କେଉଁ ଦେଶ ଭାରତ ସପକ୍ଷରେ ରହୁଛନ୍ତି ଏବଂ କିଏ ପାକିସ୍ତାନ ପକ୍ଷରେ। ଯେଉଁ ପାଞ୍ଚ ସଦସ୍ୟ ଦେଶ ପାଖରେ ଭିଟୋ କ୍ଷମତା ରହିଛି ସେଥିରେ ଚୀନ, ଆମେରିକା, ଫ୍ରାନ୍ସ, ବ୍ରିଟେନ ଓ ରୁଷ ସାମିଲ। ଏଥିରେ ଚୀନ ଖୋଲାଖୋଲି ପାକିସ୍ତାନ ପକ୍ଷରେ ରହିଥିବା ବେଳେ ଆମେରିକାକୁ ଭାରତକୁ ସମର୍ଥନ ଦେବା ଉଚିତ୍। ରୁଷ ଓ ବ୍ରିଟେନର ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରେ ରହି ନାହିଁ। ଫ୍ରାନ୍ସ ଏହି ମାମଲାରେ ନିରବ ରହିଛି। 

ଅନ୍ୟ ପଟେ  ୧୦ ଅସ୍ଥାୟୀ ଦେଶରେ ବେଲଜିୟମ, କୋଟ ଡି ଆଇଭରି, ଡୋମେନିକ ଗଣରାଜ୍ୟ, ଗିନିଆ, ଜର୍ମାନୀ, ଇଣ୍ଡୋନେସିଆ, କୁଏତ, ପେରୁ, ପୋଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ସାମିଲ। କୁହାଯାଉଛି ଯେ କୁଏତ ଓ ଇଣ୍ଡୋନେସିଆ ପାକିସ୍ତାନ ପକ୍ଷରେ ଅଛନ୍ତି। ମାତ୍ର ବଳକା ଦେଶ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। କିନ୍ତୁ ପାକିସ୍ତାନ ଏହି ସବୁ ଦେଶକୁ ଅନୁରୋଧ କରି ସାରିଛି।