Home > ଅନ୍ତରାଷ୍ଟ୍ରୀୟ
ହାଫିଜକୁ ଖାଇବା ପିଇବାକୁ ନ ଦେଇ ଠୋସ ପଦକ୍ଷେପ ନେଉ ପାକିସ୍ତାନ- ଆମେରିକା
Khabar Odisha:international-pakistan-amerika-criticize-pak-over-hafeez-sayeed-issue
ନୂଆଦିଲ୍ଲୀ, ଜୁଲାଇ ୨୦(ଖବର ଓଡିଶା):

ଆମେରିକାର ଟ୍ରମ୍ପ ସରକାର ବିଶ୍ୱ ଆତଙ୍କବାଦୀ ହାଫିଜ ସୟିଦର ଗିରଫଦାରି ପରେ ପାକିସ୍ତାନର ଆଭିମୁଖ୍ୟ ଉପରେ ସନ୍ଦେହ ପ୍ରକଟ କରିଛି । ହାଫିଜ ହେଉଛି ୨୦୦୧ରେ ସଂସଦ ଉପରେ ଆକ୍ରମଣ ଓ ୨୦୦୮ରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ । ପୂର୍ବରୁ ପାକିସ୍ତାନ ଗିରଫ କରିଥିବା ଲଶ୍କର-ଏ-ତୋଏବାର ସଂସ୍ଥାପକ ହାଫିଜ ଉପରେ କିଛି ପ୍ରଭାବ ପଡିନଥିବା ଆମେରିକା କହିଛି ।

ଏହି ବୟାନ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯାଉଛନ୍ତି । ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହା ଅନେକ ଥର ଦେଖାଯାଇଛି । ଆତଙ୍କବାଦୀକୁ ଖାଇବାକୁ ଦେବା ବନ୍ଦ କରି ପାକ ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ହାଫିଜକୁ ଗତ ବୁଧବାର ଦିନ ଗିରଫ କରାଯାଇଥିଲା । ଏହାକୁ ମିଶାଇ ୨୦୦୧ ପରଠୁ ହାଫିଜ ୭ଥର ଗିରଫ ହୋଇଛି । ପରେ ଏହାକୁ ଖଲାସ ମଧ୍ୟ କରାଯାଇଛି । ଯାହାକୁ ଦେଖିଲେ ସନ୍ଦେହ ସୃଷ୍ଠି ହେଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତଥର ହାଫିଜ ଗିରଫ ହେବା ପରେ କୌଣସୀ ପ୍ରଭାବ ପଡିନଥିଲା । ସେ ଲଶ୍କରର ଗତିବିଧିକୁ ସଂଚାଳନ କରୁଥିଲା । ଏଥିପାଇଁ ଆମେରିକା ସ୍ଥିତି ଉପରେ ନଜର ରଖିଛି । ଏହାକୁ ନେଇ ଆମେରିକା ଚିନ୍ତିତ ମଧ୍ୟ ରହିଛି । 

  • Tags: