Home > ଅନ୍ତରାଷ୍ଟ୍ରୀୟ
ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ ଖକାନ
Khabar Odisha:international-pakistan-ex-pm-sahid-khakani-arrested-in-lahore
ଲାହୋର, ଜୁଲାଇ ୧୮(ଖବର ଓଡିଶା):

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ମୁସଲିମ ଲିଗ ନବାଜର ନେତା ଶାହିଦ ଖକାନ ଆୱାସୀଙ୍କୁ ଆଜି ଗିରଫ କରାଯାଇଛି । ସେ ଏଲଏନଜି ମାମଲାରେ ଗିରଫ ହୋଇଛନ୍ତି । ତାଙ୍କୁ ରାଷ୍ଟ୍ରୀୟ ଜବାଦେହୀ ବ୍ୟୁରୋ ଏକ ଟୋଲ ପ୍ଲାଜାରୁ ଗିରଫ କରିଛି । ଏନଏବିର ତଥ୍ୟାନୁସାରେ ଖକାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଥିଲା ।

ଖକାନଙ୍କୁ ସେହି ସମୟରେ ଗିରଫ କରାଯାଇଛି ଯେତେବେଳେ ପିଏମଏନ-ଏଲ ଅଧ୍ୟକ୍ଷ ଶହବାଜ ସରିଫଙ୍କ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାକୁ ସେ ଲାହୋର ଯାଉଥିଲେ । ତାଙ୍କ ଗାଡି ଟୋଲ ପ୍ଲାଜା ନିକଟରେ ପହଁଚିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।

ଏଏନବି ଖକାନଙ୍କୁ ଜୁଲାଇ ୧୮ରେ ଏଲଏନଜି ମାମଲାରେ କୋର୍ଟରେ ଉପସ୍ଥିତ ହେବା ପାଇଁ ସମନ ପଠାଇଥିଲା । କିନ୍ତୁ ସେ କାର୍ଯ୍ୟବ୍ୟସ୍ତତା ହେତୁ ଉପସ୍ଥିତ ରହିବାକୁ ମନା କରିଥିଲେ । 

  • Tags: