Home > ଅନ୍ତରାଷ୍ଟ୍ରୀୟ
ଇଟାଲୀରେ ନିୟନ୍ତ୍ରଣ ବାହାରେ କରୋନା, ଗୋଟିଏ ଦିନରେ 651 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା
Khabar Odisha:italy-coronavirus-deaths-rise-by-651-in-a-day-lifting-total-death-toll-to-5476
ରୋମ, ମାର୍ଚ୍ଚ ୨୩ (ଖବର ଓଡ଼ିଶା):

ରବିବାର ଗୋଟିଏ ଦିନ 24 ଘଣ୍ଟା ମଧ୍ୟରେ ଇଟାଲିରେ ୬୫୧ଜଣଙ୍କର କରୋନାଭାଇରସ୍ ସଂକ୍ରମଣ ଜନିତ ମୃତ୍ୟୁ ହେବା ପରେ ଦେଶର ସମୁଦାୟ ମୃତ୍ୟୁସଂଖ୍ୟା ୫, ୪୭୬ରେ ପହଞ୍ଚିଥିବା ନେଇ ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି । ଶନିବାରର ମୃତ୍ୟୁସଂଖ୍ୟା ଠାରୁ ରବିବାରର ମୃତ୍ୟୁସଂଖ୍ୟା କମ୍ ଥିବା ନେଇ ଇଟାଲୀ ଅଧିକାରୀ ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ଦିନ ଇଟାଲିରେ ୭୯୩ଜଣଙ୍କର ମୃତ୍ୟୁ ହୋଇଥିଲା ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ବୋଲି ରେକର୍ଡ କରାଯାଇଛି  ।

ଏହାଛଡ଼ା ଇଟାଲିରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୩, ୫୭୮ରୁ ବୃଦ୍ଧି ପାଇ ୫୯, ୧୩୮ରେ ପହଞ୍ଚିଛି ଥିବା କଥା ସିଭିଲ୍ ପ୍ରୋଟେକସନ ଏଜେନସି କହିଛି । ରବିବାର ସୁଦ୍ଧା ଆକ୍ରାନ୍ତଙ୍କ ମଧ୍ୟରୁ ୭, ୦୨୪ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ୩୦୦୯ଜଣ ଇନଟେନସିଭ କେୟାର ୟୁନିଟରେ ରହିଛନ୍ତି ।

କରୋନାଭାଇରସରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଲୋମ୍ବାର୍ଡିର ପରିସ୍ଥିତି ବର୍ତ୍ତମାନ ପର୍ଯ୍ୟନ୍ତ ଉଦବେଗଜନକ ରହିଛି । ରବିବାର ସୁଦ୍ଧାରେ ସେଠାରେ ୩, ୪୫୬ଜଣଙ୍କରମୃତ୍ୟୁ ଘଟିଥିବା ବେଳେ ଆହୁରି ୨୭, ୨୦୬ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିତ୍କିସାଧୀନ ଥିବା ଜଣାପଡିଛି ।

  • Tags: