Home > ଅନ୍ତରାଷ୍ଟ୍ରୀୟ
ଜାକିରକୁ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ମୋଦୀଙ୍କ ସହ ଆଲୋଚନା ହୋଇ ନାହିଁ: ମାଲେସିଆ ପ୍ରଧାନମନ୍ତ୍ରୀ
Khabar Odisha:malaysia-prime-minister-dr-mahathir-mohamad-on-zakir-naik-says-modi-did-not-ask-me-for-him
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା):

ଜାକିର ନାଇକ୍‌କୁ ଭାରତକୁ ଫେରାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇ ନାହିଁ । ଏଥିପାଇଁ ମୋଦୀ ମଧ୍ୟ ଦାବି କରି ନାହାଁନ୍ତି । ଏ ନେଇ ମାଲେସିଆ ପ୍ରଧାନମନ୍ତ୍ରୀ ଡକ୍ଟର ମହାତିର ମୋହମ୍ମଦ କହିଛନ୍ତି ।

ମାଲେସିଆ ଗଣମାଧ୍ୟମ ଅନୁସାରେ , ଜାକିର ନାଈକ୍‌କୁ ଫେରାଇବାକୁ ନେଇ ମହାତିର ମୋହମ୍ମଦକୁ ପ୍ରଶ୍ନ ପଚାରଯାଇଥିଲା । ଏହାର ଉତ୍ତର ରଖି ସେ ଯେ ଜାକିର୍‌ ନାଇକ୍‌କୁ ମୁକ୍ତ କରିବାକୁ ଅନେକ ଦେଶ ଚାହୁଁ ନାହାଁନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ସାକ୍ଷାତ ବେଳେ ମଧ୍ୟ ସେ କୌଣସି ଦାବି କରି ନ ଥିଲେ । ଏ ବ୍ୟକ୍ତି ଭାରତ ପାଇଁ ମଧ୍ୟ ସମସ୍ୟାର କାରଣ ହୋଇପାରେ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ କହିଛନ୍ତି ।  

ସେ କହିଛନ୍ତି ଯେ ଜାକିର ନାଇକ ମାଲେସିଆର ନାଗରିକ ନୁହେଁ । ପୂର୍ବ ସରକାର ତାଙ୍କୁ ସ୍ଥାୟୀ ବାସିନ୍ଦାର ଅଧିକାର ଦେଇଥିଲେ । ଯେଉଁମାନେ ସ୍ଥାୟୀ ବାସିନ୍ଦା ସେମାନେ ଦେଶର ଶାସନଧାରା ଓ ରାଜନୀତି ଉପରେ କୌଣସି ଟିପ୍ପଣୀ ଦେବା ଉଚିତ ନୁହେଁ । କିନ୍ତୁ ସେ ତାହାର ଉଲ୍ଲଂଘନ କରିଛନ୍ତି । ତେଣୁ ତାଙ୍କୁ ଏବେ କହିବାର ଆଉ ଅଧିକାର ଅନୁମତି ଦିଆଯିବ ବୋଲି ମହାତିର ମୋହମ୍ମଦ କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ହିନ୍ଦୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ଇସ୍‌ଲାମିକ ଧାର୍ମିକ ଉପଦେଶକ ଜାକିର ନାଈକଙ୍କ ଉପରେ ମ୍ୟାଲେସିଆ ସରକାର ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମାଲେସିଆର ମେଲାକା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଏଠାରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ଚାହୁଁଛୁ । ସେଥିପାଇଁ ଏଠାରେ ଜାକିର ନାଇକ୍‌ କୌଣସି ସଭା କିମ୍ବା ଭାଷଣ ଦେଇ ପାରିବେ ନାହିଁ । ଖାଲି ଏତିକି ନୁହେଁ ଏହା ପୂର୍ବରୁ ମ୍ୟାଲେସିଆର ଜୋହୋର, ସେଲାଙ୍ଗେର, ପେନାଙ୍ଗ, କୈଦାୟ, ପରଲିସ ଏବଂ ସରାବାକ ରାଜ୍ୟରେ ଜାକିର୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । 

  • Tags: