Home > ଅନ୍ତରାଷ୍ଟ୍ରୀୟ
ଦୁନିଆରେ ୮୦ କୋଟି ଶିଶୁ ଅନାହାରରେ ପୀଡ଼ିତ, ଗ୍ଲୋବାଲ ହଙ୍ଗର୍‌ ଇଣ୍ଡେକ୍ସ ତାଲିକାର ୧୦୨ ସ୍ଥାନରେ ଭାରତ
Khabar Odisha:more-80-crore-children-hunger-in-the-world
ନ୍ୟୁୟର୍କ, ଅକ୍ଟୋବର ୧୬ (ଖବର ଓଡ଼ିଶା):

ଦୁନିଆରେ ପାଞ୍ଚ ବର୍ଷରୁ କମ୍‌ ବୟସର ପ୍ରାୟ ୭୦ କୋଟି ଶିଶୁ କୁପୋଷଣ ଓ ମେଦ ବହୁଳତାରେ ଶୀକାର ହୋଇଛନ୍ତି । ଏହା ଦ୍ୱାର ତାଙ୍କ ଜୀବନ ଉପରେ ବିପଦ ରହିଛି । ସେହିପରି ଦୁନିଆର ୮୦କୋଟିରୁ ଉର୍ଦ୍ଧ୍ୱ ବାହାରେ ବୁଲୁଥିବା ଶିଶୁ ଅନାହାରରେ ପୀଡ଼ିତ ଅଟନ୍ତି । ଏହି ତାଲିକାରେ ଭାରତ ଏବେ ତଳକୁ ଖସି ଆସିଛି । ଗ୍ଲୋବାଲ ହଙ୍ଗର୍‌ ଇଣ୍ଡେକ୍ସ ତାଲିକାରେ ଭାରତ ୧୦୨ ସ୍ଥାନରେ ରହିଛି । ୧୧୭ଟି ଦେଶ ମଧ୍ୟରୁ ୪୭ର ସ୍ଥିତି ଉଦବେଗ ଜନକ ଅଟେ । ଏ ନେଇ ମଙ୍ଗଳବାର ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । 

ୟୁନିସେଫ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ ହିନରିଟା ଫୋରେ ଏକ ରିପୋର୍ଟରେ କହିଛନ୍ତି ଯେ ମଣିଷ ସୁସ୍ଥ ରହିବାକୁ ଭଲ ଖାଇବା ପିଇବା ଲଢ଼େଇରେ ହାରୁଛି । ୧୯୯୯ ପରେ ଆସିଥିବା ରିପୋର୍ଟରେ ଦୁନିଆର ୫ ବର୍ଷରୁ କମ୍‌ ଶିଶୁଙ୍କ ମଧ୍ୟରୁ ଅଧାରୁ ଅଧିକ ଆବଶ୍ୟକ ଅନୁସାରେ ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଇ ପାରୁ ନାହାଁନ୍ତି । ବିଗତ ଦଶନ୍ଧି ମଧ୍ୟରେ କୁପୋଷଣୁ ଭିନ୍ନ ରୂପ ଭାବରେ ମେଦ ବହୁଳତାକୁ ମଧ୍ୟା ଦେଖାଯାଇଛି । ଦେଶର ଶିଶୁ ଭୋକିଲା ରହିବାର ପ୍ରମୁଖ କାରଣ ହେଉଛି ପ୍ରାୟ ୪୦ ପ୍ରତିଶତ ଖାଦ୍ୟ ନଷ୍ଟ ହେଉଛି ।

ଗ୍ଲୋବାଲ୍‌ ହଙ୍ଗର୍‌ ଇଣ୍ଡେକ୍ସ ତାଲିକାରେ ୧୧୭ଟି ଦେଶ ରହିଥିବାବେଳେ ଭାରତ ୧୦୨ ନମ୍ବରରେ ରହିଛି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଅଟେ । ସେଠାରେ ପଡ଼ୋଶୀ ପାକିସ୍ତାନ ୯୪ତମ ସ୍ଥାନରେ ରହିଥିବାବେଳେ, ନେପାଳ ୭୩, ମିଆଁମାର ୬୯ ଓ ବଂଲାଦେଶ ୮୮ ସ୍ଥାନରେ ରହିଛନ୍ତି । ଗ୍ଲୋବାଲ୍‌ ହଙ୍ଗର୍‌ ଇଣ୍ଡେକ୍ସ ମୁଖ୍ୟତଃ କୁପୋଷଣ, ଶିଶୁ ମୃତ୍ୟୁ ହାର, ଚାଇଲ୍ଡ ୱେଷ୍ଟିଙ୍ଗ ଏବଂ ଶିଶୁଙ୍କ ବିକାଶରେ ରୋକ୍‌ ଉପରେ ଗବେଷଣା କରିଥାଏ । 

  • Tags: