Home > ଅନ୍ତରାଷ୍ଟ୍ରୀୟ
ଧାରା ୩୭୦ ଉଚ୍ଛେଦ : ଗୁହାରୀ କରିବାକୁ ବାରଦ୍ୱାର ବୁଲୁଛି ପାକିସ୍ତାନ, ଏବେ ପୁଣି ନିରାଶ କଲା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ
Khabar Odisha:national-odisha-big-jolt-for-pakistan-in-unsc-poland-says-find-bilateral-solutions-to-jammu-and-kashmir
ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡିଶା) :

 ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନକୁ ପାଗଳ କୁକୁର କାମୁଡିଲା ଭଳି ଗୁହାରୀ କରିବାକୁ ଦ୍ୱାର ଦ୍ୱାର ବୁଲୁଛି । କାଶ୍ମୀର ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ସମର୍ଥନ ଏକଜୁଟ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନକୁ ଝଟକା ଲାଗିଛି । ତେବେ ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ପହଁଚିଥିଲା । ସେଠାରେ ମଧ୍ୟ ତାକୁ ଝଟକା ଲାଗିଛି । କିନ୍ତୁ କାଶ୍ମୀରକୁ ଦ୍ୱିପାକ୍ଷିକ ପ୍ରସଙ୍ଗ କହି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ବର୍ତ୍ତମାନ ଅଧ୍ୟକ୍ଷ ଦେଶ ପୋଲାଣ୍ଡ ସିଧା ସିଧା ମନା କରି ଦେଇଛି । 

ଏବେ ପୋଲାଣ୍ଡ ନିକଟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅଧ୍ୟକ୍ଷତା ରହିଛି । ଦୁଇ ଦେଶ ବାର୍ତ୍ତାଳାପ ମାଧ୍ୟମରେ କାଶ୍ମୀର ପ୍ରସଙ୍ଗ ସମାଦାନ କରିବେ ବୋଲି ପୋଲାଣ୍ଡର ରାଷ୍ଟ୍ରଦୂତ ଆଡମ ବୁରାକୋବାସ୍କୀ ଗଣମାଧ୍ୟମ ନିକଟରେ କହିଛନ୍ତି । ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ନେଇ ସେ କହିଛନ୍ତି କି, କୌଣସୀ ମାମଲାକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିହେବ । ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର କିଛିଦିନ ପୂର୍ବେ ପୋଲାଣ୍ଡର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ପୋଲାଣ୍ଡ ଏଭଳି ମତ ରଖିଛି । 

ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନକୁ ସମସ୍ତଙ୍କ ନିକଟରୁ ନିରାଶ ହୋଇ ଫେରିବାକୁ ପଡୁଛି । ଏହା ପୂର୍ବରୁ ଋଷ ଓ ଆମେରିକା ପାକିସ୍ତାନକୁ ତାଗିଦ୍ କରି ସାରିଛନ୍ତି ।