Home > ଅନ୍ତରାଷ୍ଟ୍ରୀୟ
ନିଜର ଆଇଏସଆଇ ଲିଙ୍କ ନେଇ ଖୁଲାସା କଲେ ପାକିସ୍ତାନୀ କଳାକାର
Khabar Odisha:national-odisha-bollywood-pakistani-actor-hamza-ali-abbasi-declared-himself-as-isi-agent-on-twitter-pakistan-pm-imran-khan-india-pm-narendra-modi
ନୂଆଦିଲ୍ଲୀ, ଅଗଷ୍ଟ ୧୭ (ଖବର ଓଡିଶା) :

ପାକିସ୍ତାନର ବହୁ ଚର୍ଚ୍ଚିତ ଅଭିନେତା ଟ୍ୱିଟ୍ କରି ନିଜକୁ ଆଇଏସଆଇର ଏଜେଣ୍ଟ ବୋଲି କହିଛନ୍ତି । ଏହି ଅଭିନେତାଙ୍କୁ ନେଇ ଭାରତୀୟ ଚ୍ୟାନେଲରେ ବହୁ ଦିନ ଆଗରୁ ଚର୍ଚ୍ଚା କରାଯାଉଥିଲା । ସେ ଆଇଏସଆଇର ଅଣ୍ଡରକଭର ଏଜେଣ୍ଟ ବୋଲି କୁହାଯାଉଥିଲା । ତେବେ ଏହି ଅଭିନେତା ଜଣଙ୍କ ଅନ୍ୟ କେହି ନୁହଁନ୍ତି ସେ ହେଉଛନ୍ତି ହମଜା ଅଲୀ ଅବ୍ୱାସୀ । ହମଜା ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ନିକଟସ୍ଥ ବୋଲି ମଧ୍ୟ କୁହାଯାଉଛି । 

ପାକିସ୍ତାନୀ କଳାକାର ହମଜା ଅଲୀ ପାକିସ୍ତାନର ସ୍ୱତନ୍ତ୍ରତା ଦିବସରେ ଟ୍ୱିଟ୍ କରିଥିଲେ । ଭାରତୀୟ ଚ୍ୟାନେଲକୁ ଟାର୍ଗେଟ କରି ସେ ଲେଖିଥିଲେ କି, ଏକ ଭାରତୀୟ ଚ୍ୟାନେଲର କହିବା ଅନୁଯାୟୀ ମୁଁ ଆଇଏସଆଇର ଅଣ୍ଡରକଭର ଏଜେଣ୍ଟ । ଯାହାକି ଠିକ୍ ନୁହେଁ ମୁଁ ଅଣ୍ଡରକଭର ନୁହେଁ ବରଂ ସମ୍ପୂର୍ଣ୍ଣ ଭାବରେ ଜଣେ ଆଇଏସଆଇର ଏଜେଣ୍ଟ । ମୁଁ ଏହା ମଧ୍ୟ ସ୍ପଷ୍ଟ କରିବାକୁ ଚାହୁଁଛି କି, କେବଳ ମୁଁ ଏକମାତ୍ର ନୁହେଁ ଦେଶର ୨୦ କୋଟି ଲୋକ ଜଣେ ଜଣେ ଆଇଏସଆଇର ଏଜେଣ୍ଟ । 

ଏହି ଟ୍ୱିଟ୍ ପରେ ହମଜାଙ୍କୁ ବହୁ ପାକିସ୍ତାନୀ ନାଗରିକ ପ୍ରତିକ୍ରିୟା ଦେଇଛନ୍ତି । କେହି ତାଙ୍କୁ ସମର୍ଥନ କରିଥିବା ବେଳେ କେହିକେହି ତାଙ୍କୁ ଟ୍ରୋଲ କରିଛନ୍ତି । ତେବେ ଅମଜା ଇମରାନଙ୍କ ପାର୍ଟି ପିଟିଆଇର ନିର୍ବାଚନୀ ରାଲିରେ ନଜର ଆସିଥିଲେ । ଏହାପରେ ତାଙ୍କୁ ଆଇଏସଆଇର ଏଜେଣ୍ଟ ସହ ତୁଳନା କରାଯାଇଥିଲା । ଏହା ପୂର୍ବରୁ ସେ ବହୁଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କାଶ୍ମୀର ପ୍ରସଙ୍ଗରେ ବିବାଦୀୟ ଟ୍ୱିଟ୍ କରି ଚର୍ଚ୍ଚାରେ ଥିଲେ । ଏପରିକି ପାକିସ୍ତାନୀ ମିଡିଆ ଥରେ ଅବାସୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା ।