Home > ଅନ୍ତରାଷ୍ଟ୍ରୀୟ
କୁଲଭୂଷଣ ଯାଧବଙ୍କୁ ଜୀବନ ଦେଇପାରେ ଆଇସିଜେ, ମାତ୍ର ପାକିସ୍ତାନଠୁ ମୁକ୍ତ କରି ପାରିବ ନାହିଁ !
Khabar Odisha:national-odisha-icj-verdict-may-save-kulbhushan-jadhav-from-the-gallows-but-will-not-free-him
ନୂଆଦିଲ୍ଲୀ,ଜୁଲାଇ୧୭(ଖବର ଓଡ଼ିଶା):

ପାକିସ୍ତାନ ଜେଲରେ ବନ୍ଦୀ ଭାରତୀୟ ନାଗରିକ କୁଲଭୂଷଣ ଯାଧବଙ୍କ ଉପରେ ଆଜି ଅନ୍ତରାଷ୍ଟ୍ରୀୟ ଅଦାଲତ(ଆଇସିଜେ) ନିଷ୍ପତ୍ତି ଶୁଣାଇପାରେ। ନେଦରଲାଣ୍ଡର ଦ ହେଗରେ ସ୍ଥିତ ଆଇସିଜେର ‘ପ୍ରେସିଡେଣ୍ଟ ଅଫ ଦ କୋର୍ଟ’ ଜଷ୍ଟିସ ଅବଦୁଲକାଭି ଅହମ୍ମଦ ୟୁସୁଫ ଭାରତୀୟ ସମୟ ପ୍ରାୟ ସନ୍ଧ୍ୟା ୬ଟା ୩୦ରେ ନିଷ୍ପତ୍ତି ଶୁଣାଇବେ।

ଉଲ୍ଲେଖଯୋଗ୍ୟ ପାକିସ୍ତାନ ସୈନ୍ୟ ଅଦାଲତ ଯାଧବଙ୍କୁ ବଳପୂର୍ବକ ଅପରାଧ ସ୍ଵୀକାର କରାଇ ମୃତ୍ୟ ଦଣ୍ଡାଦେଶ ଶୁଣାଇଛି। ଏହାକୁ ଭାରତ ପ୍ରବଳ ବିରୋଧ କରିବା ସହିତ ଆଇସିଜେରେ ଚ୍ୟାଲେଞ୍ଜ କରିଛି। ଆଜିର ନିଷ୍ପତ୍ତି ଉପରେ ଭାରତ ଓ ପାକିସ୍ତାନର ନଜର ରହିଛି। ଅନ୍ତରାଷ୍ଟ୍ରୀୟ ଅଦାଲତ ଆଜି ଯେଉଁ ନିଷ୍ପତ୍ତି ଶୁଣାଇବେ ତାହା ଗତ ତିନି ବର୍ଷ ହେବ ପାକିସ୍ତାନ ଜେଲରେ ବନ୍ଦୀ କୁଲଭୂଷଣଙ୍କ ପାଇଁ ଜୀବନର ସବୁଠୁ ବଡ଼ ମହତ୍ଵପୂର୍ଣ୍ଣ ଘଟଣା ହେବ।

ଯଦି କୋର୍ଟର ନିର୍ଣ୍ଣୟ ଭାରତ ପକ୍ଷରେ ଆସେ  ତେବେ ନିଶ୍ଚିତ ଭାବେ ଏହା ବଡ଼ ବିଜୟ ହେବ।  ମାତ୍ର ଗୋଟିଏ କଥା ସ୍ପଷ୍ଟ ଯେ, ଆଇସିଜେର ନିଷ୍ପତ୍ତି କୁଲଭୂଷଣଙ୍କ ଜୀବନ ବଞ୍ଚାଇପାରେ କିନ୍ତୁ ପାକିସ୍ତାନରୁ ମୁକ୍ତ କରିବା ଏତେ ସହଜ ହେବ ନାହିଁ।

କୁଲଭୂଷଣଙ୍କ କଣ ହେବ ?

କୁଲଭୂଷଣ ମାମଲାରେ ଆର୍ମି କୋର୍ଟ ଅନ୍ତରାଷ୍ଟ୍ରୀୟ କାନୁନ ଓ ସନ୍ଧିର ଖୋଲାଖୋଲି ଉଲ୍ଲଙ୍ଘନ କରିଛି। ଭିଏନା ସନ୍ଧିର ଉଲ୍ଲଙ୍ଘନ କରି ପାକ୍ ଆର୍ମି କୋଟ୍ ଯାଧବଙ୍କୁ କେବଳ ନ୍ୟାୟିକ ସାହାଯ୍ୟ ପାଇବାରୁ ଦୂରରେ ରଖିନାହିଁ ବରଂ ମା ଏବଂ ପତ୍ନୀଙ୍କୁ ମଧ୍ୟ ସିଧାସଳଖ ଭେଟିବାକୁ ଦେଇ ନାହିଁ। ଦୁଇ ବର୍ଷ ଦୁଇ ମାସ ପର୍ଯ୍ୟନ୍ତ ଆଇସିଜେର ୧୫ ଜଣିଆ ପୀଠ ଶୁଣାଣି ସମୟରେ ଭାରତ ପାକିସ୍ତାନର ହୀନ ଉଦ୍ଦେଶ୍ୟକୁ ପୂରା ଦୁନିଆ ସାମ୍ନାରେ ରଖିଥିଲା।

ପାକିସ୍ତାନ ଦାବି କରିଛି ଯେ, କୁଲଭୂଷଣ ଯାଧବଙ୍କୁ ପାକିସ୍ତାନୀ ସୁରକ୍ଷା ବଳ ୨୦୧୬ ମାର୍ଚ୍ଚ ୩ରେ ଗୁପ୍ତଚର ଏବଂ ଆତଙ୍କବାଦୀ ଆରୋପରେ ବଲୁଚିସ୍ତାନରୁ ଗିରଫ କରିଛି। ଏହା ପରେ ଯାଧବଙ୍କୁ ମୃତ୍ୟୁ ସଜା ଶୁଣାଯାଇଥିଲା। ୨୦୧୫ ମାର୍ଚ୍ଚ ୨୫ରେ ଭାରତକୁ ଯାଧବଙ୍କ ଗିରଫଦାରୀ ବିଷୟରେ ସୂଚନା ମିଳିଥିଲା। ଏହି ମାମଲାରେ ଭାରତ ୨୦୧୭ରେ ଆଇସିଜେର ଦ୍ଵାରସ୍ଥ ହୋଇଥିଲା। ଭାରତ ଆଇସିଜେ ସାମ୍ନାରେ ଦୁଇଟି ଅପିଲ ରଖିଥିଲା। ପ୍ରଥମତଃ, କୁଲଭୂଷଣ ଯାଦବଙ୍କ ମୃତ୍ୟୁ ସଜାକୁ ରଦ୍ଦ କରାଯାଉ କାରଣ ପାକିସ୍ତାନ ଏହି ମାମଲାରେ ଭିଏନା ସନ୍ଧିର ଉଲ୍ଲଙ୍ଘନ କରିଛି। ଦ୍ଵିତୀୟତଃ ପାକିସ୍ତାନ ମିଲିଟାରୀ କୋର୍ଟର ନିଷ୍ପତ୍ତିକୁ ତୁରନ୍ତ ପ୍ରଭାବରୁ ଖାରଜ କରାଯାଉ। କାରଣ ନ୍ୟାୟଶାସ୍ତ୍ରର ଅନ୍ତରାଷ୍ଟ୍ରୀୟ କାନୁନ ଆଧାରରେ ଏମିତି ଅଦାଲତରେ କୌଣସି କାନୁନ ଆଧାର ନଥାଏ।

ଭାରତକୁ କଣ କରିବା ଉଚିତ୍  ?

ଏହି କେସରେ ଭାରତ ପାଖରେ ଆଶା ଏବଂ ଅପେକ୍ଷା କରିବା ବ୍ୟତୀତ ଆଉ କୌଣସି ରାସ୍ତା ନାହିଁ। ଭାରତ ଅତି ବେଶିରେ ଏହା ଆଶା କରିପାରେ ଯେ, ଆଇସିଜେ ମାନବିକତା ଆଧାରରେ କୁଲଭୂଷଣ ଯାଧବଙ୍କ ମୃତ୍ୟୁ ସଜାକୁ କୌଣସି ଅନ୍ୟ ସଜାରେ ପରିବର୍ତ୍ତନ କରୁ। ଏହା ସହିତ ସୁନିଶ୍ଚିତ କରାଯାଉ ଯେ, ପାକିସ୍ତାନ ମାଟିରେ ମଧ୍ୟ ଯାଧବଙ୍କୁ ଜୀବନ୍ତ ରଖାଯାଉ। ମାତ୍ର ଏହାର ସମ୍ଭାବନା ବହୁତ କମ ଯେ, ପାକିସ୍ତାନ କୁଲଭୂଷଣଙ୍କୁ ମୁକ୍ତ କରିବ ଏବଂ ଭାରତକୁ ହସ୍ତାନ୍ତର କରିବ।

ଏମିତିରେ ଭାରତ ନିଜର ଅପିଲରେ ଦଲିଲ ଦେଇଛି ଯେ, କେମିତି ପାକିସ୍ତାନ ଭିଏନା ସନ୍ଧିର ଖୁଲମଖୁଲା ଉଲ୍ଲଙ୍ଘନ କରିଛି। ଅତି କମରେ ୧୦୦ ଥର ଅନୁରୋଧ କରିବା ପରେ ମଧ୍ୟ ଯାଧବଙ୍କୁ ନ୍ୟାୟିକ ସହାୟତା ଦିଆଗଲା ନାହିଁ। କେବଳ ଏତିକି ନୁହେଁ କୁଲଭୂଷଣଙ୍କୁ ଭେଟିବାକୁ ଯାଇଥିବା ତାଙ୍କର ମା ଏବଂ ପତ୍ନୀଙ୍କୁ କେମିତି ଦୁର୍ବ୍ୟବହାର କରାଗଲା। ଉଲ୍ଲେଖଯୋଗ୍ୟ, ଭିଏନା ସନ୍ଧି ଆଧାରରେ ଯୁଦ୍ଧ ବନ୍ଦୀ କିମ୍ବା ଅନ୍ୟ ଦେଶର ନାଗରିକଙ୍କୁ ନ୍ୟାୟିକ ସହାୟତା ମିଳିବାର ଅଧିକାର ରହିଛି।

ଭାରତ ପାଖରେ କଣ ରହିଛି ବିକଳ୍ପ ?

ଏହି ସବୁ ବାଧାବିଘ୍ନ ପରେ ଯଦି ଭାରତ କୁଲଭୂଷଣ ଯାଧବଙ୍କ ଜୀବନ ବଞ୍ଚାଇବାକୁ ସଫଳ ହୁଏ ତେବେ ଏହା ସବୁଠୁ ବଡ଼ ଉପଲବ୍ଧି ହେବ। ନିସନ୍ଦେହ ଯାଧବ ଭାରତକୁ ନଫେରିଲେ ବି ଅତି କମରେ ସେଠାରେ ଅନ୍ୟ ଭାରତୀୟ ବନ୍ଦୀଙ୍କ ସହିତ ସମୟ ବିତାଇ ପାରିବ।