Home > ଅନ୍ତରାଷ୍ଟ୍ରୀୟ
ଜର ଦାଉରେ ତାଟିଆ କାମୁଡୁଛି ପାକିସ୍ତାନ, କାଶ୍ମୀର ପ୍ରସଙ୍ଗରେ ପୁଣି ଡାକିଲା ଉଚ୍ଚସ୍ତରୀୟ ବୈଠକ
Khabar Odisha:national-odisha-pakistan-government-called-high-level-meeting-to-discuss-its-future-plan-of-action-on-kashmir-issue
ନୂଆଦିଲ୍ଲୀ, ଅଗଷ୍ଟ ୧୭ (ଖବର ଓଡିଶା) :

ପାକିସ୍ତାନ ସରକାର କାଶ୍ମୀର ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ନିରାଶ ହେବାପରେ ମଧ୍ୟ ନିଜ ପ୍ରଚେଷ୍ଟା ଜାରୀ ରଖିଛି । କାଶ୍ମୀର ପ୍ରସଙ୍ଗରେ ଆଜି ପାକିସ୍ତାନ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏଥିରେ ଭବିଷ୍ୟତର ଯୋଜନା ଉପରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । 

ପାକିସ୍ତାନ ଦ୍ୱାରା ଆୟୋଜିତ ଏହି ବୈଠକରେ ବହୁ ସଂସ୍ଥା ଭାଗ ନେବେ । ୟୁଏନଏସସି ସହ ବୈଠକ ପରେ ଶାହା ମହମୂଦ କୁରୈଶୀ ଗଣମାଧ୍ୟମରେ ଏହି ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ । କୁରୈଶୀ କହିଛନ୍ତି କି, ଆମେ ଭବିଷ୍ୟତର କାର୍ଯ୍ୟାନୁଷ୍ଠାନକୁ ନେଇ ଏବଂ କାଶ୍ମୀରର ଲୋକମାନଙ୍କୁ ସାହାଯ୍ୟ ଓ ସମର୍ଥନ ଦେବାକୁ ଯୋଜନା କରିବୁ । ଏହା ଉପରେ ବିଚାର ବିମର୍ଶ କରାଯିବ । 

ୟୁଏନଏସସିରେ ବୈଠକରେ କେବଳ ଚୀନକୁ ଛାଡି ଅନ୍ୟ ରାଷ୍ଟ୍ରମାନେ କାଶ୍ମୀରକୁ ଦ୍ୱିପାକ୍ଷିକ ମାମଲା କହି ବୁଝାମଣା କରିବାକୁ ପରାମର୍ଶ ଦେଇଥିଲେ । ତେବେ ମିଳିତ ଜାତିସଙ୍ଘରେ ଦ୍ୱିତୀୟ ଥର ପାଇଁ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । କେବଳ ଚୀନକୁ ଛାଡି ଦେଲେ ଅନ୍ୟ ରଷ୍ଟ୍ରମାନେ ଭାରତକୁ ସମର୍ଥନ କରିଛନ୍ତି ।