Home > ଅନ୍ତରାଷ୍ଟ୍ରୀୟ
ମିଳିତ ଜାତିସଙ୍ଘରେ ପୁଣି କାନ୍ଦିଲା ପାକିସ୍ତାନ, ଜରୁରିକାଳୀନ ବୈଠକ ଦାବୀ
Khabar Odisha:national-odisha-pakistan-seeks-emergency-meeting-of-unsc-over-jammu-and-kashmir
ନୂଆଦିଲ୍ଲୀ, ଅଗଷ୍ଟ ୧୪ (ଖବର ଓଡିଶା) :

ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନରେ ଉତ୍ତେଜନା ଦେଖା ଦେଇଛି । ପାକିସ୍ତାନ ଆଜି ପୁଣି ଥରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ନିକଟରେ ଗୁହାରୀ କରିଛି । କାଶ୍ମୀର ପ୍ରସଙ୍ଗରେ ଏକ ଆପତ୍ତିକାଳୀନ ବୈଠକ ଡାକିବା ପାଇଁ ଦାବୀ କରିଛି । ଏହାକୁ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କୁରୈସୀ ଏକ ଭିଡିଓ ମେସେଜ ଜାରୀ କରିଛନ୍ତି । 

ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧୀ ମାଲେହା ଲୋଧୀଙ୍କ ଜରିଆରେ ପାକିସ୍ତାନ ଏକ ଔପଚାରିକ ଦାବୀପତ୍ର ପଠାଇଛି । ତେବେ ଏହି ପତ୍ର ଅନ୍ୟ ସଦସ୍ୟମାନଙ୍କୁ ପଠାଯିବ ବୋଲି ମଧ୍ୟ ପାକିସ୍ତାନ କହିଛି । ଏହା ପୂର୍ବରୁ ଶାହ ମହମ୍ମୁଦ କୁରୈସୀ ପାକିସ୍ତାନୀଙ୍କୁ କାଶ୍ମୀରକୁ ନେଇ ସତର୍କ କରାଇଛନ୍ତି । ସେ କହିଛନ୍ତି କି, ଜାମ୍ମୁ କାଶ୍ମୀରକୁ ବିଶେଷ ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ କରିବାକୁ ଭାରତ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ଆମକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଏବଂ ମୁସଲିମ ଜଗତ ଠାରୁ ସମର୍ତନ ହାସଲ କରିବାକୁ ପଡିବ । 

କୁରୈସୀ ପାକିସ୍ତାନ ଅଧୀକୃତ କାଶ୍ମୀରରେ ମୁଜାଫରାବାଦରେ କହିଛନ୍ତି କି, ପାକିସ୍ତାନକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଠାରୁ ସମର୍ଥନ ହାସଲ କରିବା ପାଇଁ ସଙ୍ଘର୍ଷ କରିବାକୁ ପଡିବ । ତେବେ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସମର୍ଥନ ହାସଲ କରିବା ନେଇ ବାରଦ୍ୱାର ହେଉଛି । କିନ୍ତୁ ପରିଶେଷରେ ତାଜୁ ନିରାଶ ହୋଇ ଫେରିବାକୁ ପଡୁଛି ।