Home > ଅନ୍ତରାଷ୍ଟ୍ରୀୟ
ନାଲିଆଖି ଦେଖାଇଲା ତାଲିବାନ, ନିରାଶ କଲା ଚୀନ: ଏବେ ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ପାକର ହାତ ଛାଡିଲେ ବନ୍ଧୁ
Khabar Odisha:national-odisha-taliban-tells-pakistan-to-not-link-kashmir-with-afghanistan
ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡିଶା) :

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କୁରୈଶୀ କାଶ୍ମୀର ପ୍ରସଙ୍ଗକୁ ନେଇ ୟୁଏନ ଓ ଆମେରିକା ଠାରୁ ନିରାଶ ହେବା ପରେ ବନ୍ଧୁ ଚୀନ ନିକଟରେ ପହଁଚିଥିଲେ । କାଶ୍ମୀର ପ୍ରସଙ୍ଗରେ ଭାରତକୁ ବିରୋଧ କରି ପାକିସ୍ତାନ ଚୀନ ଠାରୁ ସମର୍ଥନ ପାଇବା ଆଶାରେ ପହଁଚି ଥିଲା । କିନ୍ତୁ ଅନ୍ତରେ ପାକିସ୍ତାନ ସେଠାରେ ମଧ୍ୟ ନିରାଶ ହୋଇଛି । ଚୀନ ଏହାକୁ ଦ୍ୱିପାକ୍ଷିକ ମାମଲା କହି ଦୁଇ ଦେଶ ମଧ୍ୟରେ ଆପୋସ ବୁଝାମଣା କରିବାକୁ ପରାମର୍ଶ ଦେଇଛି । 

ପାକିସ୍ତାନ ଜମ୍ମୁ କାଶ୍ମୀରରୁ ଦାରା ୩୭୦ ଉଚ୍ଛେଦକୁ ଅବୈଧ କହିଛି । ଏହା ସହ ଏହି ପ୍ରସଙ୍ଗକୁ ସେ ମିଳିତ ଜାତିସଙ୍ଘରେ ଉଠାଇବ ବୋଲି ମଧ୍ୟ ବାରମ୍ବାର ଧମକ ଦେଉଛି । ତେବେ ପାକିସ୍ତାନ ପାଇଁ ସବୁ ଦ୍ୱାର ବନ୍ଦ ହୋଇଥିବା ଦେଖି ବହୁ ଆଶାରେ ପାକିସ୍ତାନ ଚୀନରେ ପହଁଚିଥିଲା । କିନ୍ତୁ ଚୀନ ଧାରା ୩୭୦ ନାମ ନଉଠାଇ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତା ସ୍ଥାପନା କରିବାକୁ ଅପିଲ କରିଛି । 

ଚୀନ ଧାରା ୩୭୦ ଉପରେ କୌଣସୀ ପ୍ରତ୍ୟେକ୍ଷ ଟିପ୍ପଣୀ ନକରିବା ଦ୍ୱାରା ପାକିସ୍ତାନ ନିରାଶ ହୋଇଛି । ସେପଟେ ତାଲିବାନ ମଧ୍ୟ ପାକିସ୍ତାନକୁ ବହୁ ଓଲଟା ସିଧା ଶୁଣାଇ ଛାଡିଛି । ତାଲିବାନ କାଶ୍ମୀରକୁ ଆଫଗାନିସ୍ତାନ ସହ ନଯୋଡିବା ପାଇଁ ମଧ୍ୟ କହିଛି । ତାଲିବାନର ପ୍ରବକ୍ତାଙ୍କ କହିବା ଅନୁଯାୟୀ, କାଶ୍ମୀର ଏବଂ ଆଫଗାନିସ୍ତାନ ଅଲଗା ଅଲଗା ପ୍ରସଙ୍ଗ । ତେଣୁ ଆଫଗାନିସ୍ତାନକୁ ଥିଏଟର ନକରାଯାଉ । 

ତାଲିବାନର ଏହି ଇସାରା ପାକିସ୍ତାନର ବିପକ୍ଷ ନେତା ଶାହାବାଜ ଶରୀଫଙ୍କ ବୟାନକୁ ନେଇ ଥିଲା । ଶରୀଫ କହିଥିଲେ କି, ଗୋଟିଏ ପଟେ ଆଫଗାନ କାବୁଲରେ ଶାନ୍ତି ସ୍ଥାପନ କରିବାକୁ କହୁଛି ଅନ୍ୟ ପକ୍ଷରେ କାଶ୍ମୀରରେ ରକ୍ତପାତ କରିବାକୁ ଚାହୁଁଛି ।