Home > ଅନ୍ତରାଷ୍ଟ୍ରୀୟ
ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦ ଗିରଫ
Khabar Odisha:national-odisha-terrorist-hafeez-sayeed-arrested-and-sent-to-court
ନୂଆଦିଲ୍ଲୀ, ଜୁଲାଇ 17(ଖବର ଓଡିଶା):

ପୁଲୱାମା, ଉରୀ ଏବଂ ମୁମ୍ବାଇ ଆକ୍ରମଣ ସମେତ ଭାରତରେ ବହୁ ବଡ ଆକ୍ରମଣର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦ ଗିରଫ ହୋଇଛି ।

ଜମାତ-ଉଦ-ଦାବାର ହାଫିଜ ସଇଦକୁ ପାକିସ୍ତାନର ପଞ୍ଜାବରୁ ଗିରଫ କରାଯାଇଛି । ଟେରର ଫଣ୍ଡିଙ୍ଗ ମାମଲାରେ ପଞ୍ଜାବ ପୁଲିସ ଆତଙ୍କବାଦ ବିରୋଧୀ ବିଭାଗ ତାହାକୁ ଲାହୋରରୁ ଗିରଫ କରିଛି । ସେ ଲାହୋରରୁ ଗୁଜରାଂୱାଲ ଯାଉଥିଲା । ତେବେ ତାହାକୁ ନ୍ୟାୟିକ ପ୍ରକ୍ରିୟା ପାଇଁ ପଠାଯାଇଛି । ଏତଦ୍ ବ୍ୟତୀତ ସିଟିଡି ଜମାତ-ଉଦ-ଦାବାର ଅନ୍ୟ ୧୩ଜଣ ନେତାଙ୍କ ବିରୋଧରେ ୨୩ଟି ମାମଲା ରୁଜୁ କରିଛି । 

 

  • Tags: