Home > ଅନ୍ତରାଷ୍ଟ୍ରୀୟ
ପାକିସ୍ତାନକୁ ବଡ ଝଟକା, ବାରଦ୍ୱାର ବୁଲି ମଧ୍ୟ କାଶ୍ମୀର ପ୍ରସଙ୍ଗରେ ୯ଟି ସମର୍ଥନ ଏକାଠି କରିପାରିଲେନି ପାକିସ୍ତାନ-ଚୀନ
Khabar Odisha:national-odisha-unsc-members-decline-support-to-pakistan-over-kashmir-artice-370-abrogation
ନୂଆଦିଲ୍ଲୀ, ଅଗଷ୍ଟ ୧୬ (ଖବର ଓଡିଶା) :

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଏବେ ଉତ୍ତେଜିତ ହୋଇ ଜହର ଓଗାଳୁଛି । ଆଗକୁ କଣ କରିବାକୁ ପଡିବ ତାକୁ ଆଉ ବୁଦ୍ଧିବାଟ ଦିଶୁ ନାହିଁ । ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ପସଙ୍ଗରେ ଗୁହାରୀ କରିବାକୁ ସେ ବାରଦ୍ୱାର ମଧ୍ୟ ବୁଲି ସାରିଲାଣି କିନ୍ତୁ ଏଥିପାଇଁ ତାକୁ କେହି ସାହାଯ୍ୟ କରି ନାହାଁନ୍ତି । ମିଳିତ ଜାତିସଙ୍ଘର ପ୍ରାୟ ସମସ୍ତ ଦେଶ ତାକୁ ନିରାଶ କରି ଫେରାଇ ଦେଇଛନ୍ତି । ଏଭଳି ସ୍ଥିତିରେ ପାକିସ୍ତାନ ନିକଟରେ କେବଳ ଗୋଟିଏ ସପୋର୍ଟ ସିଷ୍ଟମ ରହିଛି ଚୀନ । ଚୀନ ମଧ୍ୟ ଏବେ ଚିନ୍ତାରେ ରହୁଛି କାରଣ ଚୀନର ବହୁ ମାମଲା ପାକିସ୍ତାନ ସହ ଜଡିତ ଅଛି । 

ମିଳିତ ଜାତିସଙ୍ଘ ଚୀନ ନିବେଦନରେ କାଶ୍ମୀର ପ୍ରସଙ୍ଗରେ ଆଜି ବୈଠକ କରିବାକୁ ଯାଉଛନ୍ତି । ତେବେ ଏଭଳି ବୈଠକ ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରଥମ ବୈଠକ ୧୯୭୧ରେ କରାଯାଇଥିଲା । ମିଳିତ ଜାତିସଙ୍ଘ ୧୯୬୯-୭୧ରେ ସିଚୁଏସନ ଇନ ଦି ଇଣ୍ଡିଆ ଏବଂ ପାକିସ୍ତାନ ସବକଣ୍ଟିନେଟ ବିଷୟ ଆଧାରରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା । 

ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ସମୁଦାୟ ୧୫ଟି ଦେଶ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ସ୍ଥାୟୀ ଏବଂ ୧୦ ଜଣ ଅସ୍ଥାୟୀ । ସ୍ଥାୟୀ ସଦସ୍ୟମାନଙ୍କ ମଧରେ ଆମେରିକା, ଋଷ, ଚୀନ, ବ୍ରିଟେନ, ଫ୍ରାନ୍ସ ସାମିଲ ଅଛନ୍ତି । ସେହିଭଳି ଅସ୍ଥାୟୀ ଦେଶମାନଙ୍କ ମଧ୍ୟରେ ବେଲଜିଅମ, ଡୋମୋନକ ରିପବ୍ଲିକ୍, ଜର୍ମାନୀ, ଇଣ୍ଡୋନେସିଆ, କୁବୈତ, ପେରୁ, ପୋଲା ଏବଂ ସାଉଥ ଆଫ୍ରିକା ଭଳି ଦେଶ ଅଛନ୍ତି । ସ୍ଥାୟୀ ସଦସ୍ୟ ଚୀନକୁ ଛାଡି ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଅନ୍ୟ ଦେଶମାନେ ପାକିସ୍ତାନକୁ ତାଗିଦ୍ କରିଛନ୍ତି । ସେମାନଙ୍କର କହିବା ଅନୁଯାୟୀ କାଶ୍ମୀର ଦ୍ୱିପାକ୍ଷିକ ମାମଲା । ଏଥିପାଇଁ ଦୁଇ ଦେଶ ମିଶି ସମାଧାନ କରନ୍ତୁ । 

  • Tags: