Home > ଅନ୍ତରାଷ୍ଟ୍ରୀୟ
କାଙ୍ଗାଳ ପାକିସ୍ତାନକୁ ପୁଣି ଏକ ଝଟକା, ଆର୍ଥିକ ସହାୟତା ଅଧା କଲା ଆମେରିକା
Khabar Odisha:national-odisha-us-cuts-aid-to-pakistan-by-440-million-dollar-despite-imran-khan-and-donald-trump-talks
ନୂଆଦିଲ୍ଲୀ, ଅଗଷ୍ଟ ୧୬ (ଖବର ଓଡିଶା) :

 ଆର୍ଥିକ ରୂପରେ କାଙ୍ଗାଳ ଥିବା ପାକିସ୍ତାନକୁ ଆମେରିକା ପୁଣି ଏକ ଝଟକା ଦେଇଛି । ଆମେରିକା ପାକିସ୍ତାନକୁ ଦେବାକୁ ଥିବା ଅର୍ଥିକ ସହାୟତା ଏବେ ଅଧା କରିଦେଇଛି । ପାକିସ୍ତାନକୁ ଏହି ରାଶି କୈରୀ ଲୁଗର ବର୍ମନ ଆକ୍ଟ ଆଧାରରେ ଆମେରିକା ଦ୍ୱାରା ୨୦୦୯ରୁ ଦିଆଯାଉଛି । 

ରିପୋର୍ଟ ଅନୁସାରେ, କୈରୀ ଲୁଗର କାନୁନ ଆଧାରରେ ପାକିସ୍ତାନକୁ ଜାରୀ କରାଯାଇଥିବା ଆର୍ଥିକ ସହାୟତାରେ ହ୍ରାସ କରିବା ନିଷ୍ପତି ଇମରାନ ଖାନଙ୍କ ଆମେରିକା ଗସ୍ତର ତିନି ସପ୍ତାହ ପୂର୍ବରୁ ନିଆଯାଇଥିଲା । ୱାସିଙ୍ଗଟନ ଇସଲାମବାଦକୁ ଏହି ସୂଚନା ଦେଇଥିଲା । 

ଅକ୍ଟୋବର ୨୦୦୯ରେ ଆମେରିକା କଂଗ୍ରେସ ଦ୍ୱାରା କୈରୀ ଲୁଗର ବର୍ମନ ଅଧିନିୟମକୁ ସଂଚାଳନ କରିବା ପାଇଁ ପାକିସ୍ତାନ ଏନହାନସମେଂଟ ପାର୍ଟନରସିପ୍ ଏଗ୍ରୀମେଣ୍ଟ ହସ୍ତାକ୍ଷର କରାଯାଇଥିଲା । ଏହା ଦ୍ୱାରା ୫ ବର୍ଷ ଅବଧିରେ ପାକିସ୍ତାନକୁ ୫୨,୫୦୦ କୋଟି ଟଙ୍କା ସହାୟତା କରିବାକୁ ପ୍ରତିଶୃତି ଦିଆଯାଇଥିଲା । ଏହି ରାଶି ମଧ୍ୟରୁ ଏବେ ୬୩୦୦କୋଟି ପାକିସ୍ତାନକୁ ଦିଆଯାଇ ନାହିଁ । ଯାହାଫଳରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ସମ୍ବନ୍ଧ ବିଗିଡିବାରେ ଲାଗିଛି । ଯେଉଁ କାରଣରୁ ଆମେରିକା ପାକିସ୍ତାନକୁ ଦେଉଥିବା ବିଭିନ୍ନ ଆର୍ଥିକ ସହାୟତା ବନ୍ଦ କରି ଦେଇଛି । 

ଏନେଇ ଆମେରିକାର ମନ୍ତ୍ରାଳୟ କହିବା ଅନୁଯାୟୀ, ପାକିସ୍ତାନ ଭଳି ଆଉ କେତେକ ଦେଶକୁ ଦିଆଯାଇଥିବ ଆର୍ଥିକ ସହାୟତା ହ୍ରାସ କରାଯାଇଛି । ଏହା ଡୋନାଲ୍ଡ ଟ୍ରମ୍ପଙ୍କର ଏକ ରଣନୀତି ।