Home > ଅନ୍ତରାଷ୍ଟ୍ରୀୟ
ବିଚଳିତ ପାକିସ୍ତାନର ଭାରତକୁ ଧମକ, ଆଉ ଆମେ ଚୁପ ବସିବୁନି.......
Khabar Odisha:pakistan-PM-Imran-khan-tweets-about-india
ନୂଆଦିଲ୍ଲୀ, ଜାନୁଆରୀ ୧୯ (ଖବର ଓଡ଼ିଶା):

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଭାରତକୁ ଧମକ ଦେଇଛନ୍ତି । ଟ୍ୱିଟର ମାଧ୍ୟମରେ ଭାରତକୁ ଧମକ ଦେଇ ଇମ୍ରାନ ଲେଖିଛନ୍ତି "ମୁଁ ଭାରତ ଓ ବିଶ୍ୱସମୁଦାୟକୁ ଜଣାଇ ଦେବା ପାଇଁ ଚାହୁଁଛି, ଲାଇନ ଅଫ କଣ୍ଟ୍ରୋଲରେ ଭାରତ ଦ୍ୱାରା ଜାରି ରହିଥିବା ଅସ୍ତ୍ର ବିରତି ଉଲଂଘନ ଯଦି ଏହି ଭଳି ଜାରି ରହିବ ତେବେ ପାକିସ୍ତାନ ମଧ୍ୟ ଚୁପ ବସି ରହିବ ନାହିଁ" । ପାକିସ୍ତାନ ଦ୍ୱାରା ସିଜ ଫାୟାର ଉଲଂଘନ ପରେ ଭାରତ ପକ୍ଷରୁ କରାଯାଉଥିବା ପ୍ରତି ଆକ୍ରମଣରେ ବିଚଳିତ ହୋଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଏଇ ଭଳି ଭାରତକୁ ଧମକ ଦେଇଛନ୍ତି ।

ଏହି ଟ୍ୱିଟର କିଛି ସମୟ ପରେ ଇମ୍ରାନ ଆଉ ଏକ ଟ୍ୱିଟ କରି କହିଛନ୍ତି ଯେ ଏଲଓସିରେ ଭାରତ ଯେଉଁ ଭଳି ଭାବେ ସିଜ ଫାୟାର ଉଲଂଘନ କରୁଛି ଏଥିରେ ଏଲଓସିରେ ରହୁଥିବା ସାଧାରଣ ଲୋକ ଟାର୍ଗେଟ ହେଉଛନ୍ତି । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଏହି ମାମଲାକୁ ଗୁରୁତ୍ୱର ସହ ନେବା ଉଚିତ ଏହା ଛଡା ରାଷ୍ଟ୍ର ସୈନ୍ୟ ପର୍ଯ୍ୟାବେକ୍ଷକ ସମୂହ ମଧ୍ୟ ଭାରତୀୟ ସୈନ୍ୟଙ୍କ ଗତିବିଧୀ ଉପରେ ନଜର ରଖିବା ସହ କାଶ୍ମୀର ଗସ୍ତ କରନ୍ତୁ । ଭାରତୀୟ ସେନାର ଫ୍ଲାଗ ଅଭିଯାନରେ ଆମେ ପୂରା ଭୟଭୀତ ହୋଇ ପଡ଼ିଛୁ ।

ତେବେ ଇମ୍ରାନଙ୍କ ଏଭଳି ବୟାନ କୌଣସି ରାଷ୍ଟ୍ର ଉପରେ କିଛି ପ୍ରଭାବ ପକାଇବାର ନାହିଁ କାରଣ ସମଗ୍ର ବିଶ୍ୱ ଅବଗତ ଅଛି ଭାରତ କେବେ ବି କୌଣସି ଦେଶ ଉପରେ ପ୍ରଥମ ଆକ୍ରମଣ କରେନାହିଁ । ପାକିସ୍ତାନ ସୈନ୍ୟ ବାରମ୍ୱାର ସିଜ ଫାୟାର ଉଲଂଘନ କରୁଥିବାରୁ ପ୍ରତି ଜବାବରେ ଭାରତ ମଧ୍ୟ ଆକ୍ରମଣ କରୁଛି । ଶନିବାର ଅର୍ଥାତ ଗତକାଲି ମଧ୍ୟ ପାକିସ୍ତାନ ଭାରତ ସୀମବର୍ତ୍ତୀ ଅଞ୍ଚଳ ମାନଙ୍କରେ ଜନବସତିକୁ ଟାର୍ଗେଟ କରି ମୋର୍ଟାର ମାଡ କରିଥିଲା ଏହାର ପ୍ରତି ଜବାବରେ ଭାରତୀୟ ସେନା ମଧ୍ୟ ମୋର୍ଟାର ମାଡ କରିଥିଲେ । ଏହି ଆକ୍ରମଣ ପରେ ବିଚଳିତ ଇମ୍ରାନ ଖାନ ଆଜି ବିଶ୍ୱ ସମୁଦାୟ ଆଗରେ ପୁଣି ଥରେ ଏଭଳି ନିଷ୍ଫଳ ଧମକ ଦେଇଛନ୍ତି ଭାରତକୁ ।