Home > ଅନ୍ତରାଷ୍ଟ୍ରୀୟ
ମୁଣ୍ଡ ନୁଆଁଇଲା ପାକିସ୍ତାନ, କୁଳଭୂଷଣଙ୍କୁ ମିଳିବ ଆଇନଗତ ସାହାଯ୍ୟ
Khabar Odisha:pakistan-grants-permission-to-give-consular-to-kulbhushan
ନୂଆଦିଲ୍ଲୀ, ଜୁଲାଇ ୧୯ (ଖବର ଓଡ଼ିଶା):

କୁଳଭୂଷଣ  ଯାଧବ ମାମଲାରେ ଆନ୍ତର୍ଜାତୀୟ ଅଦାଲତଙ୍କ ରାୟକୁ ନିଜ ସପକ୍ଷରେ ଭାବି ନେଇ ଦମ୍ଭ ଦେଖାଉଥିବା ପାକିସ୍ତାନକୁ ଶେଷରେ ମୁଣ୍ଡ ନୁଆଁଇବାକୁ ପଡ଼ିଛି । ଜେଲ୍‌ରେ ବନ୍ଦୀ ରଖିଥିବା କୁଳଭୂଷଣଙ୍କୁ ଆଇନଗତ ସମସ୍ତ ସୁବିଧା ଦେବାକୁ ପ୍ରସ୍ତୁତି କରିଛି । ଏ ନେଇ ପାକ୍‌ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଗୁରୁବାର ବିଳମ୍ବିତ ରାତିରେ ସୂଚନା ଦେଇଛନ୍ତି । ତେବେ କେବେ ଏ ସୁବିଧା ମିଳିବ ସେ ନେଇ କୌଣସି ଘୋଣା କରାଯାଇ ନାହିଁ । ଯାଧବଙ୍କୁ ଭିଏନା ସନ୍ଧିର ଧାରା ୩୬, ଅନୁଚ୍ଛେଦ ୧ (ବି) ଅନୁସାରେ ତାଙ୍କ ଅଧିକାରୀଙ୍କ ବିଷୟରେ ଜଣାଇ ଦିଆଯାଇଥିବା ପ୍ରବକ୍ତା କହିଛନ୍ତି ।

ଏହା ପୂର୍ବରୁ ପାକିସ୍ତାବ ପ୍ରଧାନମନ୍ତ୍ରୀ ଇମରାନ ଖାନ ଟ୍ୱିଟ୍‌ କରି କହିଥିଲେ ଯେ ଆମେ ଆମ ଦେଶର ଆଇନର ପାଳନ କରିବୁ । ଆଇସିଜେ ଯାଧବଙ୍କୁ ମୁକ୍ତ କରିବା କିମ୍ବା ଭାରତ ଛାଡ଼ିବା ନେଇ କୌଣସି ରାୟ ଦେଇ ନାହାଁନ୍ତି । ତେଣୁ ଏହାର ସମ୍ମାନ କରାଯିବା ଉଚିବ । ଯାଧବ ପାକିସ୍ତାନର ଦୋଷୀ ଅଟେ । ପାକିସ୍ତାନ ଏହାର ପାଳନ କରିବ ବୋଲି ଇମରାନ୍‌ କହିଥିଲେ ।

ପୂର୍ବରୁ କିନ୍ତୁ ପାକିସ୍ତାନ କୁଳଭୂଷଣଙ୍କୁ କୌଣସି ଆଇନଗତ ସୁବିଧା ଦେବାକୁ ରାଜି ହେଉ ନ ଥିଲା । ଭାରତର ବାରମ୍ବାର ଅନୁରୋଧ ପରେ ତାଙ୍କ ମା’ ଓ ସ୍ତ୍ରୀଙ୍କୁ ଦେଖା କରିବାକୁ ଅନୁମତି ଦେଇଥିଲା । କିନ୍ତୁ ତାଙ୍କ ସହ ସେଠାରେ ବହୁ ଅମାନବୀୟ ଭାବେ ବ୍ୟବହାର କରାଯାଇଥିଲା ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଆଇସିଜେ କୁଳଭୂଷଣଙ୍କ ଫାଶି ଦଣ୍ଡ ଉପରେ ରହିତାଦେଶ ଜାରି କରିଛନ୍ତି । କୁଳଭୂଷଣଙ୍କୁ ପାକିସ୍ତାନ ଏବେ ଫାଶି ଦେଇ ପାରିବ ନାହିଁ । ଫାଶି ଦଣ୍ଡର ପୁନଃ ବିଚାର ପାଇଁ ପାକିସ୍ତାନକୁ ଆଇସିଜେ ନିର୍ଦ୍ଦେଶ ଦେଇଛି । ଏହା ସହିତ ନିଜର ଆଇନଗତ ପକ୍ଷ ରଖିବାକୁ କୁଳଭୂଷଣଙ୍କୁ ସୁଯୋଗ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଭାରତ ଆଇନଗତ ଲଢେଇ ଲଢି ପାରିବ । 

  • Tags: