For English Prss ctrl+g

ଧୁଆଁବାଣ ହେଲା “ଜିରୋ କାଜୁଆଲିଟ୍ ମିଶନ” ! ଏବେ ସୁଦ୍ଧା ୩୨ ମୃତ୍ୟୁ, ୩ଦିନ ପରେ ବି ପଂହଚୁନି ରିଲିଫ୍

ମାନ୍ୟବର ମୁଖ୍ୟମନ୍ତ୍ରୀ ଗୋଟିଏ କଥା ଆମକୁ କହିଛନ୍ତି “ଜିରୋ କାଜୁଆଲିଟ୍ ମିଶନ” । ଆମେ ସେହି “ଜିରୋ କାଜୁଆଲିଟ୍ ମିଶନ” ପାଇଁ ସବୁ ପଦକ୍ଷେପ ନେଇଛୁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଗୁରୁତ୍ୱ ଅନୁସାରେ ଆମେ ପୁରା ପ୍ରିକସନ ନେଇଛୁ । ଯେକୌଣସି ପରିସ୍ଥିତି ସୃଷ୍ଟି ହେଲେ ବି କାହାର ଜୀବନ ହାନି ହେବନାହିଁ ସେଥିପାଇଁ ପୁରା ପ୍ରଶାସନ ପ୍ରସ୍ତୁତ । ଏମିତି ଅଭୟବାଣି ଶୁଣାଇଥିଲେ ସଚିବାଳୟରେ ମୁଖ୍ୟ ଶାସନ ସଚିବ । ଖାଲି ସଚିବାଳୟସ୍ତରରେ ନୁହେଁ ବଂର ଜିଲ୍ଲା ସ୍ତରୀୟ ଅଧୀକାରିମାନେ ବି ନିଶ ଫୁଲେଇ କହିଲେ ଜିରୋ କାଜୁଆଲିଟ ଆମର ମିଶନ । ହେଲେ ସବୁ ଅଭୟବାଣୀ ଫେଲ ମାରିଲା । ତିତଲି ବାତ୍ୟା ପରବର୍ତୀ ବନ୍ୟାରେ ଆଜି ସୁଦ୍ଧା ଗଲାଣି ୩୨ ଲୋକଙ୍କ ଜୀବନ ।

Anil Biswal 13/10/2018

କେବେ ଗିରଫ ହେବେ ଅଭିଜିତ ଆୟାର ? ତାମିଲ ଲିଙ୍କ ପାଇଁ ବଂଚିଗଲେ କି ?

ପାଓାର କରିଡରେ ଯାହା ଚର୍ଚ୍ଚା ହେଉଛି ଅଭିଜିତ ଆୟାର ହେଉଛନ୍ତି ଜଣେ ତାମିଲ । ତାଙ୍କ ମା ହେଉଛନ୍ତି ତାମିଲନାଡୁ ସଚିବାଳୟର ଜଣେ ପୁର୍ବତନ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ । ଓଡିଶା ସରକାରଙ୍କ ଶାସନରେ ତାମିଲ ପ୍ରଭାବ ବିଷୟରେ ସମସ୍ତଙ୍କୁ ଜଣା । ଆଉ ଏଠି ବି ସେହି ତାମିଲ ଭାଇ ଭାଇ ସର୍ମ୍ପକର ପ୍ରଭାବ ପଡିଛି । ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତୃତୀୟ ମହଲାର ବହୁ ପ୍ରଭାବଶାଳୀ ତାମିଲ ବାବୁଙ୍କର ପୋଲିସ ବିଭାଗକୁ କଡା ନିର୍ଦ୍ଦେଶ ଅଛି ଗିରଫ ନକରି କେବଳ ବାହାନା କର ଯାହା ଆଜି ଯାଏଁ ଓଡିଶା ପୋଲିସ ପୁରା ମାନିିଆସିଛି । ଅତୀତରେ ତାମିଲ ଯବାନ ମାନେ କୁନ୍ଦୁଲି ଗଣଦୁର୍ଷମ ମାମଲାରେ ସଂମ୍ପୃକ୍ତ ଥିଲେ ବୋଲି ସେହି ଘଟଣାରେ କାହାକୁ ଗିରଫ କରାନଯାଇ ପୀଡିତା ଜଣଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଗଲା ବୋଲି ପୁର୍ବତନ ମନ୍ତ୍ରୀ ତଥା ବିଜେଡିର ବିଧାୟକ ଦାମ ରାଉତ ଅଭିଯୋଗ କରିଥିଲେ ।

ଖବର ଓଡ଼ିଶା 09/10/2018

କୁନ୍ଦୁଲି ପୀଡିତାଙ୍କ ର ଆତ୍ମହତ୍ୟା ପାଇଁ ଦାୟୀ କିଏ ?

ଖବର ଓଡ଼ିଶା 28/01/2018

ହାରିଗଲା ସରସ୍ବତୀ

ଖବର ଓଡ଼ିଶା 28/01/2018

କେତେ ସତ କେତେ ମିଛ “କଥା ନୁହେଁ କଠିନ ପରିଶ୍ରମ”

ଖବର ଓଡ଼ିଶା 18/01/2018
First Previous
1
Next Last Page 1 of 1