Home > ସଂମ୍ପୂର୍ଣ୍ଣ ଖବର
ଆସିଲା ବାତ୍ୟା ଅମ୍ଫାନ୍ ଯୋଗୁଁ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ, ନଷ୍ଟ ହୋଇଛି ୧୫୧ କିମି ଗ୍ରାମ୍ୟ ରାସ୍ତା
Khabar Odisha:151-km-village-road-wasted-due-to-cyclone-amfan
ଭୁବନେଶ୍ୱର, ମେ 23 ( ଖବର ଓଡ଼ିଶା):

 ସାମୁଦ୍ରିକ ବାତ୍ୟା ଅମ୍ଫାନ ଯୋଗୁଁ  ଓଡିଶାର ଅନେକ କ୍ଷୟକ୍ଷତି ହୋଇଛି । ଆଜି ଆସିଥିବା ଏହି ରିପୋର୍ଟ ଅନୁସାରେ, ବାତ୍ୟା ଅମ୍ଫାନ ଯୋଗୁଁ ଓଡିଶାରେ ୧୫୧ କିଲୋମିଟର ରାସ୍ତା କ୍ଷତିଗ୍ରସ୍ତ ହୋଇଛି । 

ବାତ୍ୟା ଅମ୍ଫାନ ଯୋଗୁଁ ଓଡିଶାରେ ୧୫୧ କିଲୋମିଟର ରାସ୍ତା ନଷ୍ଟ ହୋଇଛି । ଏହା ମରାମତି କରିବା ପାଇଁ ୩ କୋଟି ୮୮ ଲକ୍ଷ ଟଙ୍କା ଆବଶ୍ୟକ ରହିଛି । ସେହିପରି ବାତ୍ୟାରେ ଅନେକ ଗଛ ଉପୁଡିପଡିଛି । ରାସ୍ତାରେ ପଡିଥିବା ଗଛ ସଫା କରିବା ପାଇଁ ୫୦ ଲକ୍ଷ ୯୨ ହଜାର ଟଙ୍କାର ଆବଶ୍ୟକ ରହିଛି । ଗ୍ରାମ୍ୟ ଉନ୍ନୟନ ଯୁଗ୍ମ ସଚିବଙ୍କୁ ଏନେଇ ଚିଠି ଲେଖିଛନ୍ତି ଚିଫ୍ ଇଂଜିନିୟର୍ସ ରୁରାଲ୍ ୱାର୍କ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ସାମୁଦ୍ରିକ ଝଡ ଅମ୍ଫାନର କ୍ଷୟକ୍ଷତିର ଆକଳନ ପାଇଁ ଗତକାଲି ଓଡିଶା ଭ୍ରମଣରେ ଆସିଥିଲେ  । ରାଜ୍ୟର ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିବା ସହ ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ପାଇଁ ଅଗ୍ରୀମ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ କେନ୍ଦ୍ରୀୟ ଟିମ୍ ଓଡ଼ିଶାକୁ ଆସି ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତି ନେଇ ଆକଳନ କରିବେ । କ୍ଷୟକ୍ଷତି ନେଇ ସଂପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ ।

  • Tags: