Home > ସଂମ୍ପୂର୍ଣ୍ଣ ଖବର
20 ଗାଡି 400 ସିଆରପିଏଫ ଯବାନ ଥିଲେ ଟାର୍ଗେଟରେ, ପୁଲୱାମା ଆକ୍ରମଣ ଠାରୁ ବି ବଡ ଆକ୍ରମଣ କରିବାର ଥିଲା ଯୋଜନା
Khabar Odisha:20-vehicles-were-targeted-by-400-CRPF-jabans-the-plan-was-to-carry-out-even-greater-attacks-than-the-Pulwama-attack
ଜମ୍ମୁକାଶ୍ମୀର, ମେ ୨୮(ଖବର ଓଡ଼ିଶା):

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ପୁଲୱାମା ଭଳି ଆକ୍ରମଣର ଯୋଜନା କରିଥିଲେ, ଯାହା ପୋଲିସ ଏବଂ ସୁରକ୍ଷା ବାହିନୀ ଦ୍ୱାରା ବିଫଳ କରାଯାଇଛି । ଏହି ଆକ୍ରମଣରେ ସୁରକ୍ଷା ବାହିନୀର 20 ଟି ଗାଡି ଟାର୍ଗେଟରେ ଥିଲା ଯେଉଁଥିରେ ପ୍ରାୟ 400 CRPF କର୍ମଚାରୀ ମଧ୍ୟ ଟାର୍ଗେଟରେ ଥିଲେ । ଏହାପୂର୍ବରୁ ଜାଙ୍ଗ-ଇ-ବଦର ଦିନ ଏହି ଆକ୍ରମଣ କରିବାକୁ ଯୋଜନା କରାଯାଇଥିଲା, କିନ୍ତୁ ପୋଲିସ ଓ ଯବାନ ମାନେ ସେମାନଙ୍କ ସୁରକ୍ଷାରେ କୌଣସି ବି ତ୍ରୁଟି କରି ନଥିଲା, ଯେଉଁ କାରଣରୁ ଆତଙ୍କବାଦୀମାନେ ସେମାନଙ୍କ ଯୋଜନାରେ ସଫଳ ହୋଇପାରିନଥିଲେ। 

ଏହି ଆକ୍ରମଣରେ ତିନି ଜଣ ଆତଙ୍କବାଦୀ ସମ୍ପୃକ୍ତ ଥିବା ପୋଲିସ ଦାବି କରିଛି। ଏଥିରେ ପ୍ରଥମ ନାମ ହେଉଛି ଆଦିଲ ଦ୍ୱିତୀୟ ନାମ ହେଉଛି ଫୌଜି ଭାଇ | ତୃତୀୟ ଜଣକ ହେଉଛନ୍ତି କାରର ଡ୍ରାଇଭର, ଯାହାକୁ ବର୍ତ୍ତମାନ ପୋଲିସ ଖୋଜୁଛି । ପୁଲୱାମା ଆକ୍ରମଣ ପରି ଏହି ମାମଲାର ତଦନ୍ତ ମଧ୍ୟ ଏନଆଇଏକୁ ଦିଆଯାଇଛି।

ଆତଙ୍କବାଦୀମାନେ 400 ସୈନିକଙ୍କୁ ଟାର୍ଗେଟ କରିଥିଲେ -

ପୋଲିସ ସନ୍ଦେହ କରୁଛି ଯେ ଜୈଶ ଆତଙ୍କବାଦୀଙ୍କ ଟାର୍ଗେଟରେ 400 CRPF ଯବାନ ଥିଲେ । ଗୁରୁବାର ଦିନ, 20 ଟି CRPF ଗାଡି ଶ୍ରୀନଗରରୁ ଜାମ୍ମୁରେ ପହଞ୍ଚିଛି | ଜାଣିବାକୁ ମିଳିଛି ଯେ ଏହି ଗାଡି ଗୁଡିକ ସକାଳ 7 ଟାରେ ବକ୍ସି ଷ୍ଟାଡିୟମ କ୍ୟାମ୍ପରୁ ବାହାରି ଜାମ୍ମୁ ଅଭିମୁଖେ ଯାତ୍ରା କରିଥାନ୍ତା । ଏହି ଗ୍ରୁପରେ ସମସ୍ତ ପଦବୀର ଅଧିକାରୀ ଏବଂ ସୈନିକମାନେ ସାମିଲ ଥିଲେ ।

ଜଙ୍ଗ-ଇ-ବଦର କ?

ରମଜାନର 17 ତମ ରୋଜା ଜଙ୍ଗ-ଇ-ବଦର ନାମରେ ଜଣାଶୁଣା | ଏହି ଦିନ ହିଁ ଇସଲାମ ପାଇଁ ପ୍ରଥମ ଯୁଦ୍ଧ ହୋଇଥିଲା। 624 ଖ୍ରୀଷ୍ଟାବ୍ଦରେ ମଦିନାରେ ଜଙ୍ଗ-ଇ-ବଦର ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ମକ୍କାର କୁରେଶ କାବିଲଙ୍କର ପ୍ରାୟ 1000 ମହାନ ଯୋଦ୍ଧା ଏବଂ ଅନ୍ୟ ପଟେ ପୈଗମ୍ୱର ଏବଂ ତାଙ୍କର 313 ସାଥୀ ଯୁଦ୍ଧରେ ସାମିଲ ହୋଇଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବରୁ କେବେ ବି ଯୁଦ୍ଧ କରି ନ ଥିଲେ।

ଆରବ ଅଞ୍ଚଳରେ ଏହି ସଂଗ୍ରାମ ଅନ୍ୟାୟ ବିରୁଦ୍ଧରେ ବୋଲି କୁହାଯାଇଥିଲା, କିନ୍ତୁ ଜାମ୍ମୁ କାଶ୍ମୀରରେ ଏହି ଦିନ ଆତଙ୍କବାଦୀମାନେ ଅନେକ ଥର ଆକ୍ରମଣ କରିବାକୁ ବାଛିଛନ୍ତି ।

  • Tags: