Home > ସଂମ୍ପୂର୍ଣ୍ଣ ଖବର
୩ ମହାକାଶଚାରୀଙ୍କୁ ୭ ଦିନ ପାଇଁ ମହାକାଶ ପଠାଇବ ଭାରତ, ପରିକଳ୍ପନା ପାଇଁ ୧୦ ହଜାର କୋଟି ମଞ୍ଜୁର
Khabar Odisha:3-Indians-To-Spend-7-days-In-Space-In-Rs-10000-Crore-Gaganyaan-Plan
ନୂଆଦିଲ୍ଲୀ,ଡିସେମ୍ବର ୨୮(ଖବର ଓଡ଼ିଶା):

୩ ଜଣ ମହାକଶକାରୀଙ୍କୁ ମହାକାଶ ପଠାଇବ ଭାରତ । ଏନେଇ ୧୦ ହଜାର କୋଟି ଟଙ୍କର ବଜେଟକୁ ଅନୁମୋଦନ କରିଛି କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ । ୨୦୨୨ ସୁଦ୍ଧା ୩ ଜଣ ମହାକାଶଚାରୀ ମହାକାଶ ଯାତ୍ରା କରି ମହାକାଶରେ ୭ ଦିନ ଧରି ଅନୁଧ୍ୟାନ କରିବେ । ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଘୋଷଣା କରିଛନ୍ତି । 

ଗଗନାୟନ ପରିଯୋଜନା ମହାକାଶକୁ ମାହକାଶଚାରୀ ପଠାଇବା କ୍ଷେତ୍ରରେ ଭାରତ ପାଇଁ ନୂଆ ମାଇଲଖୁଣ୍ଟ ତିଆରୀ କରିବ । ଏହା ସହ ଭାରତ ମହାକାଶକୁ ମାନବ ପଠାଇବାରେ ବିଶ୍ୱର ୪ର୍ଥ ଦେଶ ହେବ । ୭୨ ତମ ସ୍ୱାଧିନତା ଦିବସରେ ଗଗନାୟାନ ପରିକଳ୍ପନାର ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

ଇସ୍ରୋର ଚେୟାରମେନ ଡଃ.କେ ଶିଭମ କହିଛନ୍ତି ଯେ ଏହି ପରିକଳ୍ପନାକୁ ସଫଲତାର ସହ ୨୦୨୨ ସୁଦ୍ଧା କରିବା ଇସ୍ରୋ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ । ମହାକାଶରେ ବଡ ରକେଟ ଜିଏସଏଲଭି ଏମକେ ୧୧୧ କୁ ସ୍ଥାପନା କରିବା ନେଇ ଇସ୍ରୋ ଆଶାବାଦୀ ଅଛି  । ଏହା ସହ ଆସନ୍ତା କିଛି ବର୍ଷ ମଧ୍ୟରେ ୩ ଜଣ ମହାକାଶଚାରୀଙ୍କୁ ପଠାଇବାର ଲକ୍ଷ୍ୟ ରଖିଛି ।

ଆସନ୍ତା ୪୦ ମାସ ମଧ୍ୟରେ ଏହାର ପ୍ରଥମ ମିଶନକୁ ଚଞ୍ଚ କରିବାର ଟାର୍ଗେଟ ରଖିଛି ଇସ୍ରୋ । ଏହି ବିଶାଳ ପଦର୍ଶନ ପକ୍ରିୟାରେ ୨ଟି ମାନବ ବିହୀନ ରକେଟ ଲଞ୍ଚ କରିବାକୁ ଥିବା ବେଳେ ଗୋଟିଏ ରକେଟ ମାନବଙ୍କୁ ନେଇ ଯିବ । ଯାହାକି ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ନିର୍ମାଣ ହେବ । ଏହା ମହାକାଶଚାରୀ ଦଳକୁ ମହାକାଶରେ ୫ ରୁ ୭ଦନି ରହିବାରେ ସହାର୍ଯ୍ୟ କରିବ । 

ଇସ୍ରୋ ଏହାର ମହାକାଶଚାରୀ ଦଳର ନାମ ଭ୍ୟୋମନଟ ରଖିବାକୁ ଯାଉଥିବା ମଧ୍ୟ ଜଣାପଡିଛି । ଭ୍ୟୋମନଟ ସଂସ୍କୃତ ଶବ୍ଦରୁ ଉଦୃତ ଭ୍ୟୋମ ଯାହାର ଅର୍ଥ ହେଉଛି ଅନ୍ତରୀକ୍ଷ ।