Home > ସଂମ୍ପୂର୍ଣ୍ଣ ଖବର
ଆଜି ରାଜ୍ୟରେ ୮୬ କରୋନା ପଜିଟିଭ ଚିହ୍ନଟ, କେଉଁ କେଉଁ ଜିଲ୍ଲାରୁ କେତେ ତଥ୍ୟ ଦେଲେ ସରକାର
Khabar Odisha:86-more-Corona-positive-in-Odisha
ଭୁବନେଶ୍ୱର, ମେ ୨୨ ( ଖବର ଓଡ଼ିଶା):

ରାଜ୍ୟରେ ନୂଆ ୮୬ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ୮୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୪୬ଜଣ, କଟକରୁ ୧୧ଜଣ, ନୟାଗଡ଼ରୁ ୬ଜଣ, ଗଞ୍ଜାମରୁ ୫ଜଣ, ବାଲେଶ୍ୱରରୁ ୩ଜଣ, ଭଦ୍ରକରୁ ୩ଜଣ, କେନ୍ଦୁଝରରୁ ୩ଜଣ, ଖୋର୍ଦ୍ଧାରୁ ୩ଜଣ, ପୁରୀରୁ ୩ଜଣ, ବଲାଙ୍ଗିରରୁ ୨ଜଣ ଏବଂ ସୁନ୍ଦରଗଡ଼ରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୬ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ ସଂଗରୋଧରେ ଥିଲେ । ଯାଜପୁରରେ ୪୬ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଶହ ଅତିକ୍ରମ କରିଛି । ଯାଜପୁର ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୨୫କୁ ବୃଦ୍ଧି ହୋଇଛି । ଗଂଜାମରେ ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ୩୨୨ ରହିଛି । 

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୭୮୯ ଜଣ ଚିକିତ୍ସାଧୀନ ଥିବାବେଳେ ୩୯୩ ଜଣ ସୁସ୍ଥ ହୋଇଛନ୍ତି। ତେବେ ୭ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

  • Tags: