Home > ସଂମ୍ପୂର୍ଣ୍ଣ ଖବର
କ୍ୱାରେଣ୍ଟାଇନରେ ନ ରହି ବାହାରେ ବୁଲିଥିବା 5 ଜଣ ବିଦେଶ ଫେରନ୍ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କଲା ଅନୁଗୁଳ ପୋଲିସ
Khabar Odisha:Anugul-police-lodge-FIR-5-person-who-not-obey-home-quarantine
ଅନୁଗୁଳ, ମାର୍ଚ୍ଚ ୨୮ (ଖବର ଓଡ଼ିଶା):

ଆକ୍ସନ ମୋଡରେ ଅନୁଗୁଳ ଜିଲ୍ଲା ପୋଲିସ, ବିଦେଶରୁ ଫେରି ହୋମ କ୍ୱାରେଣ୍ଟାଇନରେ ନ ରହିବା କାରଣରୁ 5 ଜଣ ଲୋକଙ୍କ ବିରୋଦ୍ଧରେ ମାମଲା ରୁଜୁ କଲା ଅନୁଗୁଳ ପୋଲିସ।

ସୂଚନା ଅନୁସାରେ ଅନୁଗୁଳ ବାହାରୁ ଫେରିଥିବା ୫ ଜଣଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ସେମାନେ ଘରେ ନ ଥିବା ଭେରିଫିକେଶନ ବେଳେ ଜଣାପଡିଛି । ସମ୍ପୃକ୍ତ ୫ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି । ଏଥିସହ  ସେମାନଙ୍କୁ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା କ୍ୱାରାଣ୍ଟାଇନ ଓ୍ବାର୍ଡରେ ନେଇ ଭର୍ତ୍ତି କରାଯାଇଛି ।

ବଅଁରପାଳ ଥାନା ଅଞ୍ଚଳରେ ୩ ଜଣଙ୍କ ନାମରେ ଓ ଅନୁଗୋଳ ଏବଂ ଏନ.ଟି.ପି.ସି. ଥାନା ଅଞ୍ଚଳରେ ୨ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । କ୍ୱାରାଣ୍ଟାଇନ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ ନ କରିବାକୁ ପୋଲିସ ଅନ୍ୟମାନଙ୍କୁ ଚେତାଇ ଦିଆଯାଇଛି । ବାହାରୁ ଫେରିଥିବା ଲୋକଙ୍କ ଉପରେ ପରେ କଡ଼ା ନଜର ରଖାଯାଇଥିବା ପୋଲିସ ପକ୍ଷରୁ କୁହା ଯାଇଛି । 

  • Tags: