Home > ସଂମ୍ପୂର୍ଣ୍ଣ ଖବର
ବିଶ୍ୱର ୫୦ ସ୍ମାର୍ଟ ସିଟି ତାଲିକାରେ ୩୨ ତମ ସ୍ଥାନରେ ଭୁବନେଶ୍ୱର
Khabar Odisha:Bhubaneswar-ranks-32nd-among-Top-50-SmartCity-Governments-in-the-world
ଭୁବନେଶ୍ୱର, ଜୁଲାଇ ୧୨ (ଖବର ଓଡ଼ିଶା):

ବିଶ୍ୱର ୫୦ଟି ସ୍ମାର୍ଟସିଟି ତାଲିକାରେ ୩୨ ତମ ସ୍ଥାନରେ ରହିଛି ଓଡ଼ିଶାର ଭୁବନେଶ୍ୱର ସହର। ସିଙ୍ଗାପୁର ଇଡେନ ଷ୍ଟ୍ରାଟେଜି ସଂସ୍ଥା ପକ୍ଷରୁ ଏହା ଘୋଷିତ କରାଯାଇଛି। ଭୁବନେଶ୍ୱର ସହ ଅହମ୍ମଦବାଦ ମଧ୍ୟ ସେହି ସ୍ଥାନ ଅଳଂକୃତ କରିଛି। 

ସେହିପରି ଭାରତର ଅନ୍ୟାନ୍ୟ ସହର ଭିତରେ ୨୩ ରାଙ୍କରେ ନୂଆଦିଲ୍ଲୀ, ୨୭ରେ ସୁରତ, ୩୪ରେ ଜୟପୁର ଏବଂ ପୁନେ ୩୬ ତମ ସ୍ଥାନରେ ରହିଛି । ଏହି ତାଲିକାର ସର୍ବପ୍ରଥମେ ରହିଛି ଲଣ୍ଡନ ସହର। ସିଙ୍ଗାପୁର ଓ ସିଓଲ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି। ସ୍ମାର୍ଟ ସିଟି ଷ୍ଟ୍ରାଟେଜି, ଟ୍ରାକ୍ ରେକର୍ଡ, ବଜେଟ୍, ଲିଡରସି୍ପ, ଫାଇନାନ୍ସ  ଓ ଅନ୍ୟାନ୍ୟ ବ୍ୟବସ୍ଥା ନେଇ ସଂସ୍ଥା ପକ୍ଷରୁ ସର୍ବେକ୍ଷଣ କରାଯାଇ ରାଙ୍କ ପ୍ରକାଶ କରାଯାଇଥିଲା। 

  • Tags: