Home > ସଂମ୍ପୂର୍ଣ୍ଣ ଖବର
ସ୍କୁଟି ପରେ ହୋଣ୍ଡାର ବିଏସ୬ ବାଇକ ବଜାରରେ ପ୍ରବେଶ ହେବ, ମାଇଲେଜ ୧୬% ଅଧିକ!
Khabar Odisha:Business-Honda-sp125-bs6-launched-in-India-starting-price-is-Rs-72900

ନୂଆଦିଲ୍ଲୀ, ନଭେମ୍ବର ୧୫ (ଖବର ଓଡ଼ିଶା): ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ)ର ପ୍ରଥମ ବିଏସ-୬ଯୁକ୍ତ ବାଇକ ଭାରତରେ ଲଞ୍ଚ ହୋଇଛି । ହୋଣ୍ଡାର ପ୍ରଥମ ବିଏସ୬ ବାଇକ ସିବି ସାଇନ ଏସପି ୧୨୫ର ୨ ପ୍ରକାରର ଲଞ୍ଚ କରିଛି । ଏକ ଭେରିଆଣ୍ଟରେ ଫ୍ରଣ୍ଟ ଓ ରିୟରରେ ଡ୍ରମ ବ୍ରେକ ମିଳିବ । ଏହାର ମୂଲ୍ୟ ୭୨ ହଜାର ୯୦୦ ଟଙ୍କା, ଯାହାକି ବର୍ତ୍ତମାନର ସିବି ସାଇନ ବାଇକ ଠାରୁ ୧୦ ପ୍ରତିଶତ ଅଧିକ । ସବୁଠାରୁ ବଡ଼ କଥା ଯେ, ଅତ୍ୟାଧୁନିକ ଟେକ୍ନୋଲୋଜୀରେ ନିମିର୍ତ ଏହି ଗାଡ଼ି ୧୬ ପ୍ରତିଶତ ମାଇଲେଜ ଦେବ ବୋଲି କଂପାନୀ ଦାବି କରୁଛି । 

ଭାରତରେ ୨୦୨୦ ଠାରୁ ବିଏସ୬ ଇମିଶନ ନର୍ମ୍ସ ଲାଗୁ ହେବାର ଅଛି । ଏହା ପୂର୍ବରୁ କଂପାନୀ ୨୦୨୦ରେ କେବଳ ବିଏସ-୬ ମାର୍କ ଥିବା ବିକ୍ରିକୁ ଦୃଷ୍ଟିରେ ରଖି ଭାରତରେ ନିଜର ପ୍ରଥମ ବିଏସ୬ ଟେକ୍ନୋଲୋଜୀରେ ନିର୍ମିତ ନିଜର ନୂଆ ସ୍କୁଟର ଆକ୍ଟିଭା-୧୨୫ ଆଣିଛି । ନୂତନ ଆକ୍ଟିଭାର ମୂଲ୍ୟ ପାଖାପାଖି ୧୫ ପ୍ରତିଶତ ଅଧିକ । 

ହୋଣ୍ଡାର ଏହି ନୂତନ ସଂସ୍କରଣର ବାଇକ ଆଗାମୀ ୨ ସପ୍ତାହ ମଧ୍ୟରେ ଉପଲବ୍ଧ ହେବ । ବାଇକ ୧୨୫ ବିଏସ୬ରେ ଡିଜିଟାଲ ମିଟର ଲାଗିଛି । ମିଟରରେ ଫୁଏଲ ଗେଜ, ଇକୋ ଇଣ୍ଡିକେଟର, ଗିୟର ପୋଜିଶନ ଇଣ୍ଡିକେଟର, ଟ୍ରିପ, କ୍ଳକ, ଅନବୋର୍ଡ ଡାଇଗ୍ନୋଷ୍ଟିକ ଲାଇଟ ଆଦି ଦିଆଯାଇଛି । 

    

 

  • Tags: