Home > ସଂମ୍ପୂର୍ଣ୍ଣ ଖବର
ପୁଣି ଥରେ ଗରିବ ଲୋକମାନଙ୍କ ଭଣ୍ଡାର ଖୋଲିଲେ ନବୀନ, 65 ହଜାର ଉଠାଦୋକାନୀ ମାନଙ୍କୁ ମିଳିବ 3 ହଜାର ଟଙ୍କା ସହୟତା ରାଶି
Khabar Odisha:CM-announces-financial-assistance-of-Rs-3000-to-each-of-65000-registered-street-vendors
ଭୁବନେଶ୍ୱର, ମାର୍ଚ୍ଚ ୨୮ (ଖବର ଓଡ଼ିଶା):

ପୁଣି ଥରେ ରାଜ୍ୟବାସୀଙ୍କ ପାଇଁ ହାତ ଖୋଲିଲେ ରାଜ୍ୟସରକାର । ସାରାରାଜ୍ୟରେ କରୋନା ଭାଇରସ ନେଇ ଲକ୍‌ଡାଉନ୍‌ ଘୋଷଣା ହୋଇଥିବାବେଳେ ଲକ୍‌ ଡାଉନ ପାଇଁ ପ୍ରଭାବିତ ହେଉଥିବା ଗରିବମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଜି ପୁଣି ଏକ ବଡ଼ ଘୋଷଣା  କରିଛନ୍ତି । ରାଜ୍ୟର ପ୍ରତି ପଞ୍ଚାୟତରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍ବଂୟ ସହାୟକ ଗୋଷ୍ଠୀ ଗୁଡ଼ିକ ସହାୟତାରେ ଏହି ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ । ଲୋକମାନେ ଘରକୁ  ମଧ୍ୟ ନେଇପାରିବେ ରନ୍ଧା ଖାଦ୍ୟ । ସେହିପରି ୧୧୪ଟି ଅର୍ବାନ୍ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ୬୫ ହଜାର ପଞ୍ଜିକୃତ ଷ୍ଟ୍ରିଟ୍ ଭେଣ୍ଡର (ରାସ୍ତାକଡ ଦୋକାନୀ)  ଏହାଦ୍ବାରା ଉପକୃତ ହୋଇ ପାରିବେ । 

ଭିଡିଓ ଜାରି କରି ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଏହା ସହ ଲୋକ ମାନଙ୍କୁ ଘରେ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

  • Tags: