Home > ସଂମ୍ପୂର୍ଣ୍ଣ ଖବର
କରୋନା ମୁକାବିଲା ନିମନ୍ତେ 25 କୋଟି ଟଙ୍କା ପ୍ରଦାନ କଲେ ଅକ୍ଷୟ କୁମାର, ଟ୍ୱିଟ କରି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
Khabar Odisha:COVID-19-Akshay-Kumar-donates-25-crores-to-PM-CARES-Fund
ନୂଆଦିଲ୍ଲୀ, ମାର୍ଚ୍ଚ ୨୮ (ଖବର ଓଡ଼ିଶା):

ମହାମାରୀ କରୋନା ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗଠିତ ହୋଇଥିବା ପିଏମ୍ କେଆର୍ସ ଫଣ୍ଡ କୁ 25 କୋଟି ଟଙ୍କା ସହୟତା ରାଶି ପ୍ରଦାନ କଲେ ବଲିଉଡ ଅଭିନେତା ଅକ୍ଷୟ କୁମାର। ଅକ୍ଷୟ କୁମାରଙ୍କ ସହାୟତା ପରେ ଟ୍ୱିଟର ଦ୍ୱାରା ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସୂଚନାଯୋଗ୍ୟ ଯେ, କୋଭିଡ୧୯ ଭଳି ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ‘ପିଏମ୍ କେଆର୍ସ ଫଣ୍ଡ’ ନାମରେ ଏକ ସାର୍ବଜନୀନ ଦାନଗ୍ରହଣକାରୀ ଟ୍ରଷ୍ଟ ସ୍ଥାପନ କରିଛନ୍ତି | ଦେଶକୁ ଏବଂ ଦେଶବାସୀଙ୍କୁ ସାହାଯ୍ୟ କରିବା ଏବଂ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଏହି ଟ୍ରଷ୍ଟ ସ୍ଥାପନ କରିବା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର ପ୍ରଥମେ ସହାୟତା ରାଶି ପ୍ରଦାନ କରିଥିବା ଜଣା ପଡିଛି | ଟୁଇଟରେ ଅକ୍ଷୟ କୁମାରଙ୍କୁ ଟ୍ୟାଗ କରି ମୋଦୀଜୀ ଲେଖିଛନ୍ତି, ଉତ୍ତମ କାର୍ଯ୍ୟ…….ସୁସ୍ଥ ଭାରତ ପାଇଁ ଦାନ କରିବା ଜାରି ରଖନ୍ତୁ |

ପିଏମ୍ କେଆର୍ସ ଫଣ୍ଡ’କୁ ଲଞ୍ଚ କରି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଥିଲେ ଯେ, “ବିଭିନ୍ନ ବର୍ଗର ଲୋକ କୋଭିଡ -୧୯ ବିରୋଧରେ ଭାରତ ଲଢ଼ୁଥିବା ଯୁଦ୍ଧ ଲାଗି ଆର୍ଥକ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଲୋକମାନଙ୍କ ସେହି ଇଚ୍ଛାକୁ ସମ୍ମାନ ଜଣାଇ ‘ପିଏମ୍ କେଆର୍ସ ଫଣ୍ଡ’ ଗଠନ କରାଯାଇଛି। ଏକ ସୁସ୍ଥ ଭାରତ ଗଠନ  କରିବା ଦିଗରେ ଏହା ଏକ ଦୀର୍ଘମିଆଦୀ ପଦକ୍ଷେପ ହେବ |

  • Tags: