Home > ସଂମ୍ପୂର୍ଣ୍ଣ ଖବର
ଝାଡଖଣ୍ଡ ସୀମାରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର, 3 ନକ୍ସଲ ନିହତ ହୋଇଥିବା ନେଇ ସୂଚନା
Khabar Odisha:Clashes-between-Javan-and-Naxals-on-Jharkhand-border-3-Naxals-killed
ଝାଡଖଣ୍ଡ, ମେ ୨୮(ଖବର ଓଡ଼ିଶା):

ଓଡିଶା-ଝାଡଖଣ୍ଡ ସୀମାରେ ପୁଣି ଥରେ ସିଆରପିଏଫ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡିଛି, ଗୁଳି ବିନିମୟରେ 3 ଜଣ ନକ୍ସଲ ନିହତ ହୋଇଥିବା ବେଳେ, ଜଣେ ଗୁରୁତର ଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ସୀମାରେ ନକ୍ସଲ ମାନେ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ ସିଆରପିଏଫ ଓ ଝାଡଖଣ୍ଡ ପୋଲିସ ମିଳିତ ଭାବେ ଚଢାଉ କରିଥିଲା ଏହା ପରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ହେବାରୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା ।

ଆଜି ଝାଡଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଫଳରେ ଯବାନଙ୍କ ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି । ଏବେ ବି ସେଠାରେ ପୋଲିସ ଏବଂ ସିଆରପିଏଫର ମିଳିତ ଅପରେସନ ଜାରି ରହିଥିବା ବେଳେ ଆଉ ଜଣେ ନକ୍ସଲ ଗୁରୁତର ରହିଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରୁ ଏକେ-୪୭ ସହ ବହୁ ପରିମାଣର ମାରଣାସ୍ତ୍ର ଜବତ ହୋଇଛି । ତେବେ ଆହୁରି କିଛି ନକ୍ସଲ ଲୁଚି ରହିଥିବା ଆଶଙ୍କା କରାଯାଉଥିବା ବେଳେ କମ୍ବିଂ ଅପରେସନ ଜୋରଦାର କରାଯାଇଛି ।

  • Tags: