Home > ସଂମ୍ପୂର୍ଣ୍ଣ ଖବର
ହାତ ଟେକିଦେଲା ଚୀନ, ବୁହାନରେ କେତେ ଆକ୍ରାନ୍ତ ଅଛନ୍ତି ସେ ନେଇ ଆକଳନ କରିପାରୁନାହାଁନ୍ତି ଚୀନ ସରକାର
Khabar Odisha:Corona-virus-outbreak-in-china
ଚୀନ, ଫେବୃଆରୀ ୧୪ (ଖବର ଓଡ଼ିଶା):

ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ(କୋଭିଡ 19)  । ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଲଗାତାର ବଢିବାରେ ଲାଗିଛି । ଏବେ ଏହି କରୋନା ଭାଇରସ(କୋଭିଡ 19)ରେ ମୃତ୍ୟୁ ସଂଖ୍ୟା 1450 ପାର କରିଯାଇଛି ବୋଲି ଜଣାପଡ଼ିଛି । ଗତକାଲି ଚୀନର ହୁବେଇ ପ୍ରାନ୍ତରେ ଗୋଟିଏ ଦିନରେ 116 ଜଣ କରୋନା ଆକ୍ରାନ୍ତ ରୋଗୀଙ୍କ ଜୀବନ ଯାଇଥିବାବେଳେ 4823 ନୂଆ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ଗୋଟିଏ ଦିନରେ ଏତେ ସଂଖ୍ୟକ ନୂଆ ରୋଗୀ ଚିହ୍ନଟ ହେବା ଓ ଏତେ ରୋଗୀ ପ୍ରାଣ ହରାଇବାକୁ ନେଇ ଚୀନରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଛି । 

କରୋନା ଭାଇରସରେ ଏପର୍ଯ୍ୟନ୍ତ ସାରା ବିଶ୍ୱରେ 65,210 ଜଣ ଲୋକେ ସଂକ୍ରମିତ ହୋଇସାରିଥିବା ବେଳେ କେବଳ ଚୀନରେ 64,627 ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେହିଭଳି କରୋନା ଭାଇରସ(କୋଭିଡ 19) ରେ ଆକ୍ରାନ୍ତ ହୋଇ ସମଗ୍ର ବିଶ୍ୱରେ 1486 ଜଣ ଲୋକ ପ୍ରାଣ ହରାଇଥିବା ବେଳେ କେବଳ ଚୀନରେ 1483 ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେହିପରି ଗତ କାଲି ଚିହ୍ନଟ ହୋଇଥିବା ଅନେକ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଥିବା ଜଣାପଡ଼ିଛି । 

ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହେବ ଯେ କରୋନା ଭାଇରସ(କୋଭିଡ 19) ସୃଷ୍ଟି ହୋଇଥିବା ହୁବେଇ ପ୍ରାନ୍ତରେ ହିଁ ସବୁଠାରୁ ଅଧିକ କରୋନା ଭାଇରସ(କୋଭିଡ 19)ରେ ଆକ୍ରାନ୍ତ ଥିବା ରୋଗୀ ଅଛନ୍ତି । କିଛି ଦିନ ତଳେ ଚୀନର ସ୍ୱାସ୍ଥ୍ୟ କମିଶନଙ୍କ ସୂଚନା ଅନୁସାରେ କେବଳ ହୁବେଇ ପ୍ରାନ୍ତରେ 51,986 ଜଣ କରୋନା ଆକ୍ରାନ୍ତ ରୋଗୀ ରହିଛନ୍ତି । ତେବେ ବର୍ତ୍ତମାନର ଖବର ଅନୁଯାୟୀ କରୋନା ଭାଇରସରେ କେତେ ଲୋକ ଆକ୍ରାନ୍ତ ହୋଇ ସାରିଲେଣି ତା ର ସଠିକ ତଥ୍ୟ ଚୀନ ସରକାର ମଧ୍ୟ ଦେଇ ପାରୁନାହାଁନ୍ତି । ହୁବେଇ ରାଜ୍ୟର ରାଜଧାନୀ ବୁହାନରେ କେତେ କରୋନା ଆକ୍ରାନ୍ତ ରୋଗୀ ଅଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଆକଳନ କରିପାରୁନାହାଁନ୍ତି ଚୀନ ସରକାର ।

ଚୀନର ରାଜଧାନୀ ବେଜିଂରେ ଥିବା କରୋନା ଭାଇରସକୁ ମନିଟରିଙ୍ଗ କରୁଥିବା ସ୍ପେଶାଲ ଟିମ ମଧ୍ୟ ଏହି କଥାକୁ ମାନିଛି । ସ୍ପେଶାଲ ଟିମ ମୁଖ୍ୟଙ୍କ ବୟାନ ଅନୁସାରେ ଆମେ ବର୍ତମାନ ସୁଦ୍ଧା ଜାଣିପାରୁନାହୁଁ ଯେ ବୁହାନ ସହରରେ କେତେ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆମର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏହି କାର୍ଯ୍ୟରେ ଲାଗିଛନ୍ତି ବୁହାନ ପ୍ରଦେଶରେ ଥିବା ପ୍ରତ୍ୟେକ ଘରକୁ ଯାଇ ଯାଞ୍ଚ କରୁଛନ୍ତି ଆମ ସ୍ୱାସ୍ଥ୍ୟ କର୍ମୀ । ଯାହା ବର୍ତ୍ତମାନ ସୁଦ୍ଧା ସମାପ୍ତ ହୋଇନି ଏହା ଶେଷ ହେବା ପରେ ହିଁ ଜଣାପଡିବ କେତେ ଲୋକ କରୋନା ଭାଇରସ(କୋଭିଡ 19)ରେ ଶୀକାର ହୋଇଛନ୍ତି ।

  • Tags: