Home > ସଂମ୍ପୂର୍ଣ୍ଣ ଖବର
ଆରଏସଏସ କର୍ମକର୍ତ୍ତାଙ୍କ ସମେତ ସ୍ତ୍ରୀ-ପୁଅଙ୍କୁ ହତ୍ୟା
Khabar Odisha:Crime-A-Rashtriya-Swayamsevak-Sangh-RSS-worker-his-wife-and-their-six-year-old-son-were-found-murdered-in-West-Bengal

କୋଲକାତା, ଅକ୍ଟୋବର ୧୦ (ଖବର ଓଡ଼ିଶା): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଜଣେ କର୍ମକର୍ତ୍ତା, ତାଙ୍କର ସ୍ତ୍ରୀ ଓ ପୁଅଙ୍କୁ ହତ୍ୟା କରାଯାଇଛି । ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି । ଆରଏସଏସ କର୍ମକର୍ତ୍ତା ବନ୍ଧୁ ପାଳ ଜଣେ ସ୍କୁଲ ଶିକ୍ଷକ । ତାଙ୍କର ସ୍ତ୍ରୀ ବିଉଟି ପାଲ ଓ ୬ ବର୍ଷର ପୁଅ ଆନନ୍ଦ ପାଲଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ି ନାହାନ୍ତି । ଆରଏସଏସ ପରିବାର ଜିଆଗନି ଅଞ୍ଚଳରେ ବସବାସ କରୁଥିଲେ । 

ପୋଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଂଚି ୩ଟି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇଛି । ପୋଲିସ କହିଛି ଧାରୁଆ ଅସ୍ତ୍ରରେ ପରିବାରର ୩ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସଂଦେହ କରୁଛି । 

 

  • Tags: