Home > ସଂମ୍ପୂର୍ଣ୍ଣ ଖବର
କରୋନା ମୁକାବିଲା ନିମନ୍ତେ ସାହାଯ୍ୟର ହାତ ବଢାଇଲା କଟକ ସିସିବି ବ୍ୟାଙ୍କ, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପ୍ରଦାନ କଲା 2 କୋଟି 3 ଲକ୍ଷ ଟଙ୍କା
Khabar Odisha:Cuttack-CCB-Ltd-has-contributed-Rs2crores-from-its-profit-from-the-year-2018-19-Rs227851
କଟକ, ମାର୍ଚ୍ଚ ୩୧ (ଖବର ଓଡ଼ିଶା):

ସାରା ଦେଶରେ ମହାମାରୀ କରୋନାକୁ ମୁକାବିଲା ନିମନ୍ତେ ସମସ୍ତ ନାଗରିକ ଅଣ୍ଟା ଭିଡିଥିବା ବେଳେ ଆମ ରାଜ୍ୟରେ ମଧ୍ୟ ବିଭିନ୍ନ ସଂସ୍ଥା ମହାମାରୀ କରୋନା ମୁକାବିଲା ନିମନ୍ତେ ଆଗକୁ ଆସିଛନ୍ତି । 

ଏହି ଅବସରରେ ମହାମାରୀ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 2 କୋଟି 3 ଲକ୍ଷ 27 ହଜାର 851 କୋଟି ଟଙ୍କା ପ୍ରଦାନ କରିଛି କଟକ ସେଣ୍ଟ୍ରାଲ କୋ ଅପରେଟିଭ ବ୍ୟାଙ୍କ । କଟକ ସିସିବି ବ୍ୟାଙ୍କ ଅଧ୍ୟକ୍ଷ ବିରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଜରିଆରେ ରାଜ୍ୟ ସରକାରଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଥିବା ନେଇ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ଆର୍ଥିକ ବର୍ଷ ୨୦୧୮-୧୯ର ୨ କୋଟି ଲାଭ ଟଙ୍କା ଦିଆଯାଇଛି ବୋଲି ସମବାୟ ମନ୍ତ୍ରୀ କହିଛନ୍ତି । ଏଥି ସହ କର୍ମଚାରୀମାନେ ଦିନକର ଦରମା ୨ ଲକ୍ଷ ୨୭ ହଜାର ୮୫୧ ଟଙ୍କା ଦେଇଛନ୍ତି ଏହା ସହ ସେଂଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ସଭାପତି, ଉପ-ସଭାପତି ଓ କମିଟିର ଅନ୍ୟ ସଦସ୍ୟ ମାନେ ମଧ୍ୟ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କରୋନା ମୁକାବିଲା ପାଇଁ ଅର୍ଥ ପ୍ରଦାନ କରାଯାଇଛି ।

ଏହା ସହ ରାଜ୍ୟର ଅନ୍ୟ ସଂସ୍ଥା ଓ ବ୍ୟକ୍ତି ବିଶେଷ ମଧ୍ୟ ଆଗକୁ ଆସି ଏହି ବିପଦ ସମୟରେ ରାଜ୍ୟ ସରକାରଙ୍କୁ ସାହାର୍ଯ୍ୟ କରିବା ନିମନ୍ତେ ଅନୁରୋଧ କରିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

  • Tags: