Home > ସଂମ୍ପୂର୍ଣ୍ଣ ଖବର
ଓଡ଼ିଶାରେ କାମ କରୁଛି ୨ଟି ନକଲି ବିଶ୍ଵ ବିଦ୍ୟାଳୟ, ଗୋଟିଏ ରାଉରକେଲା ଏବଂ ଅନ୍ୟଟି ବାରିପଦାରେ
Khabar Odisha:Education-Odisha-2-duplicate-university-work-in-odisha
ଭୁବନେଶ୍ଵର,ଜୁଲାଇ୨୩(ଖବର ଓଡ଼ିଶା):

 ଦେଶରେ କାର୍ଯ୍ୟ କରୁଛି ନକଲି ବିଶ୍ଵ ବିଦ୍ୟାଳୟ। ୨୩ଟି ବିଶ୍ଵ ବିଦ୍ୟାଳୟ ନିଜସ୍ଵ ଢଙ୍ଗରେ କାମ କରୁଥିବା ଜଣା ପଡ଼ିଛି। ଏଥିରୁ ଦୁଇଟି ନକଲି ବିଶ୍ଵ ବିଦ୍ୟାଳୟରେ ଓଡ଼ିଶାରେ ମଧ୍ୟ କାମ କରୁଛି। ଦେଶରେ ସର୍ବାଧିକ ୮ଟି ନକଲି ବିଶ୍ଵ ବିଦ୍ୟାଳୟ ଉତ୍ତର ପ୍ରଦେଶରେ ଥିବା ବେଳେ ଦିଲ୍ଲୀରେ ରହିଛି ୭ଟି। 

ଓଡ଼ିଶାରେ ମଧ୍ୟ ଦୁଇଟି ନକଲି ବିଶ୍ଵ ବିଦ୍ୟାଳୟ କାର୍ଯ୍ୟ କରୁଥିବା ବିଶ୍ଵ ବିଦ୍ୟାଳୟ ମଞ୍ଜୁରୀ କମିଶନ(ୟୁଜିସି) ରିପୋର୍ଟରେ ଆଜି ପ୍ରକାଶ ପାଇଛି। ରିପୋର୍ଟରେ ଦେଶରେ ୨୩ଟି ନକଲି ବିଶ୍ଵ  ବିଦ୍ୟାଳୟ କାମ କରୁଥିବା କୁହାଯାଇଛି। ଏଥିରେ ଓଡ଼ିଶାରେ ଯେଉଁ ଦୁଇଟି ନକଲି ବିଶ୍ଵ ବିଦ୍ୟାଳୟ କାମ କରୁଛି ସେଥିରୁ ଗୋଟିଏ ରାଉରକେଲା ଶକ୍ତିନଗରରେ ରହିଛି, ଯାହାର ନାମ ନବ ଭାରତ ଶିକ୍ଷା ପରିଷଦ। ଦ୍ଵିତୀୟ ନକଲି ବିଶ୍ଵ ବିଦ୍ୟାଳୟ ବାରିପଦାରେ ରହିଛି। ଏହାର ନାମ ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି।

ଏବେ ଏହି ଦୁଇଟି ବିଶ୍ଵ ବିଦ୍ୟାଳୟ ନକଲି ଜଣା ପଡିବା ପରେ ଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ବହୁତ ବଡ଼ ଝଟକା ଲାଗିବାକୁ ଯାଉଛି। ତାଙ୍କର ଭବିଷ୍ୟତ ମଧ୍ୟ ଅନିଶ୍ଚିତାକୁ ଠେଲି ହୋଇଯିବାର ଆଶଙ୍କା ରହିଛି।