Home > ସଂମ୍ପୂର୍ଣ୍ଣ ଖବର
ସବୁ କସରତ ଫେଲ ମାରିଲା, ମାଟ୍ରିକ ପରୀକ୍ଷା ପ୍ରଥମ ଦିନରୁ ଭାଇରାଲ ହେଲା ପ୍ରଶ୍ନପତ୍ର !
Khabar Odisha:Education-Odisha-Matric-Exam-Odia-Question-Paper-Viral
ଭୁବନେଶ୍ୱର, ଫେବୃଆରୀ ୧୮(ଖବର ଓଡ଼ିଶା):

ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଲା । କିନ୍ତୁ ଯେଉଁଥି ପାଇଁ ଏତେ ସବୁ ବ୍ୟବସ୍ଥା କରାଯାଇଥିଲା ଶେଷରେ ତାହା ହିଁ ହେଲା । ସବୁ ବ୍ୟବସ୍ଥା ଫେଲ ମାରିଲା ।  ଆଜିଭାଇରାଲ ହେଲା ମାଟ୍ରିକ୍ ପରୀକ୍ଷା ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର । ମୋବାଇଲରୁ ମୋବାଇଲକୁ ଘୁରି ବୁଲିଲା ପ୍ରଶ୍ନପତ୍ର । ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାରୁ । 

ଆଜିରୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ୨୮୮୮ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୬୦୫ ଜଣ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି। ପରୀକ୍ଷା କିଭଳି ଭାବେ ସୂଚାର ରୂପେ ସମ୍ପାଦନ ହେବ ସେନେଇ ସରକାର ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କସରତ କରାଯାଇଥିଲା । ପରୀକ୍ଷା କେନ୍ଦ୍ରରେ କ୍ୟାମେରା ଲଗାଯିବା ସହ ମୋବାଇଲ ମଧ୍ୟ ବାରଣ କରାଗଲା । କିନ୍ତୁ ଯେଉଁ ଆଶଙ୍କାରେ ଏହି ପଦକ୍ଷେପ ସବୁ ଗ୍ରହଣ କରାଯାଇଥିଲା ଶେଷରେ ତାହା ହିଁ ହୋଇଛି । ପରୀକ୍ଷାର ପ୍ରଥମ ଦିନରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପରୀକ୍ଷା ଶେଷ ହେବା ଆଗରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପ୍ରଶ୍ନପତ୍ର । ଏପରି କି ସମସ୍ତ ସେଟର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ଆସୁଛି । 

ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ନେଇ ଖବର ନାହିଁ । ପ୍ରଶ୍ନପତ୍ର ଭାଇରାଲ ହୋଇଥିଲେ ତଦନ୍ତ କରାଯିବ । ଏଥିରେ ଯିଏ ସମ୍ପୃକ୍ତ ଥିବ ତା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।  ଯଦି ଆଜିର ପ୍ରଶ୍ନପତ୍ର ଭାଇରାଲ ହୋଇଥାଏ ତେବେ ବିଭାଗ ଉପରେ ଏଖ ବଡ ପ୍ରଶ୍ନବାଚୀ ସୃଷ୍ଟି ହେବ ।

  • Tags: