Home > ସଂମ୍ପୂର୍ଣ୍ଣ ଖବର
ଦେଶରେ ପ୍ରଥମ ଥର ପାଇଁ ବିମାନ ଦ୍ୱାରା ନିଜ ରାଜ୍ୟକୁ ଫେରିଲେ ପ୍ରବାସୀ ଶ୍ରମିକ
Khabar Odisha:For-the-first-time-in-the-country-migrant-workers-returned-to-their-home-countries-by-aeroplane
ମୁମ୍ୱାଇ, ମେ ୨୮(ଖବର ଓଡ଼ିଶା):

ଆପଣ ନିଶ୍ଚିତ ଭାବରେ ଶ୍ରମିକମାନଙ୍କୁ ପାଦରେ, ଟ୍ରକରେ, କିମ୍ବା ବସ୍ ଟ୍ରେନ୍ ଯୋଗେ ଘରକୁ ଫେରୁଥିବାର ନିଶ୍ଚିୟ ଦେଖିଥିବେ, କିନ୍ତୁ ଝାଡଖଣ୍ଡର କିଛି ପ୍ରବାସୀ ଶ୍ରମିକ ମାନେ ପ୍ରଥମ ଥର ପାଇଁ ବିମାନ ଦ୍ୱାରା ନିଜ ନିଜ ଘରକୁ ଫେରିଛନ୍ତି | ମୁମ୍ବାଇରେ ଶ୍ରମିକମାନଙ୍କ ପାଇଁ ଏକ ବିମାନ ରାଞ୍ଚି ଅଭିମୁଖେ ଯାତ୍ରା କରିଛି। ଏକ ଏନଜିଓ ସହାୟତାରେ 177 ଜଣ ଶ୍ରମିକଙ୍କୁ ବିମାନବନ୍ଦରକୁ ଅଣାଯାଇ ଘରକୁ ଫ୍ରିବା ନେଇ ସମସ୍ତ ପ୍ରକାରର ବ୍ୟବସ୍ଥ କରାଯାଇଥିଲା । ତେବେ ଯେତେବେଳେ ଏହି ବିମାନଗୁଡ଼ିକ ରାଞ୍ଚିରେ ଅବତରଣ କରିବେ, ସେତେବେଳେ ରାଜ୍ୟର ଶ୍ରମ ମନ୍ତ୍ରୀ ନିଜେ ବିମାନବନ୍ଦରରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

ଘରକୁ ଫେରିବା ପାଇଁ 177 ଜଣ ପ୍ରବାସୀ ଶ୍ରମିକ ରାତି 2ଟାରୁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଁଞ୍ଚି ଯାଇଥିଲେ | ବାଙ୍ଗାଲୋର ଆଇନ ବିଦ୍ୟାଳୟ ଆଲୁମିନି ଆସୋସିଏସନର ସଦସ୍ୟ ପ୍ରିୟଙ୍କା ରମଣ ବିମାନ ବନ୍ଦରରେ ଉପସ୍ଥିତ ରହି ନିଶ୍ଚିତ କରିଥିଲେ ଯେ ସମସ୍ତ ପ୍ରବାସୀ ଶ୍ରମିକ ବିମାନବନ୍ଦରରେ ପହଞ୍ଚିଛନ୍ତି କି ନାହିଁ।

ଏହି ଆଇନ ବିଦ୍ୟାଳୟର ଆଲୁମିନି ଆସୋସିଏସନ, କିଛି ଏନଜିଓ ସହିତ କେବଳ ମୁମ୍ବାଇର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରବାସୀମାନଙ୍କୁ ଏକାଠି କରିନଥିଲେ ବରଂ ସେମାନଙ୍କ ବିମାନ ଟିକେଟ ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ। ପ୍ରିୟଙ୍କା ରମଣ କହିଛନ୍ତି ଯେ ଆମେ ଜାଣିଥିଲୁ ଯେ ରାଞ୍ଚି ଯିବା ପାଇଁ ଅନେକ ପ୍ରବାସୀ ଶ୍ରମିକ ଅପେକ୍ଷା କରିଛନ୍ତି, ଯେଉଁମାନେ ଫେରିବାକୁ ଚାହୁଁଥିଲେ, ତେଣୁ ଆମେ ଚେଷ୍ଟା କରିଥିଲୁ କିଭଳି ସେମାନଙ୍କୁ ନିଜ ରାଜ୍ୟକୁ ପଠାଇପାରିବୁ ।

ପ୍ରିୟଙ୍କା କହିଛନ୍ତି ଯେ ପରିବହନ ବ୍ୟବସ୍ଥା ନଥିବା ଏପରି ଅନେକ ରାଜ୍ୟର ଶ୍ରମିକମାନଙ୍କୁ ଆମେ ତାଙ୍କ ନିଜ ରାଜ୍ୟକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲୁ । ଶେଷରେ ଆମେ ସ୍ଥିର କଲୁ ଯେ ପ୍ରଥମେ ଆମେ ଝାଡଖଣ୍ଡର ଲୋକଙ୍କୁ ପଠାଇବୁ । ଏଥିପାଇଁ ପୂର୍ବ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଦ୍ୱାରା ଆଲୁମିନି ପାଣ୍ଠିର ଯୋଗାଡ କରିବାର ବ୍ୟବସ୍ଥା କରିଥିଲୁ, ଯେଉଁଥିରେ ଟିକେଟ୍, ବିମାନବନ୍ଦର ଫି ଏବଂ ସମସ୍ତ ପ୍ରବାସୀଙ୍କ ପାଇଁ ପରିବହନ ଶୁଳ୍କ ଅନ୍ତର୍ଭୂକ୍ତ କରାଯାଇଥିଲା |

ଏହା ଫଳରେ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଆଜି ବିମାନ ଯୋଗେ ଝାଡଖଣ୍ଡକୁ ଫେରୁଛନ୍ତି। ଘରକୁ ଫେରୁଥିବାରୁ ଏହି ଶ୍ରମିକ ମାନଙ୍କ ମୁହଁରେ ହସ ଫୁଟିଛି | ଘରକୁ ଯାଉଥିବା ମଞ୍ଜୁ ଦେବୀ କହିଛନ୍ତି ଯେ ଆମେ ଆମ ରାଜ୍ୟକୁ ଫେରିଯାଉଛୁ କାରଣ ପୁଣି କେବେଠାରୁ କାମ ଆରମ୍ଭ ହେବ ସେ ନେଇ କୌଣସି ଗ୍ୟାରେଣ୍ଟି ନାହିଁ । ଆମେ ବର୍ତ୍ତମାନ ଆଉ ଏଠାକୁ ଫେରିବା ନାହିଁ | ଗତ ଦୁଇ ମାସ ଧରି ଆମେ ଏଠାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛୁ |

ମଞ୍ଜୁଙ୍କ ସ୍ୱାମୀ ବିରାରେ ଡ୍ରାଇଭର ଥିଲେ। ଗତ ଦୁଇମାସ ଧରି ସେହି ଅସୁବିଧାଗୁଡ଼ିକୁ ମନେ ପକାଇ ମଞ୍ଜୁ କହିଛନ୍ତି ଯେ ଖାଦ୍ୟ ବହୁତ କମ୍ ଥିଲା ଏବଂ ଏହାକୁ ଛୋଟ ପିଲାମାନଙ୍କୁ ନେଇ ଏଠାରେ ରହିବା ଆହୁରି କଷ୍ଟକର ଥିଲା | ସେ କହିଛନ୍ତି ଯେ ଝାଡଖଣ୍ଡରେ ଘର ଚଳାଇବା କଷ୍ଟକର ହେବ, କିନ୍ତୁ ଅନ୍ତତଃ ପକ୍ଷେ ସେମାନେ ନିଜେ ଘରେ ତ ରହିବେ।

ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ପଠାଇବା ଅଭିଯାନର ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପ୍ରିୟା ଶର୍ମା କହିଛନ୍ତି ଯେ ଆମେ ଜାଣୁ ଯେ ରାଞ୍ଚି ଫେରିବା ନେଇ ଏତେ ଟ୍ରେନ୍ ନଥିଲା, ତେଣୁ ଆମେ ମୁମ୍ବାଇ ଏବଂ ପୁଣେରେ ଫସି ରହିଥିବା ପ୍ରବାସୀମାନଙ୍କୁ ଖୋଜିଥିଲୁ । ସେ କହିଛନ୍ତି ଯେ ଘରକୁ ଫେରିବା ନେଇ ଅନେକ ଲୋକ ଦ୍ୱନ୍ଦ୍ୱରେ ଥିବାରୁ ବିମାନ ଉଡ଼ାଣ ପାଇଁ ପ୍ରବାସୀମାନଙ୍କୁ ମନାଇବା ସହଜ ନଥିଲା ।

ଏହି NGOର କାର୍ଯ୍ୟକର୍ତ୍ତା ଏବଂ ଆଲୁମିନି ଗୋଷ୍ଠୀର ସଦସ୍ୟ ମାନେ କହିଛନ୍ତି ଯେ ଯଦି ସେମାନେ ଅନ୍ୟ ରାଜ୍ୟ ସରକାରଙ୍କ ସମର୍ଥନ ପାଆନ୍ତି ତେବେ ସେମାନେ ଅଧିକ ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାକୁ ପ୍ରସ୍ତୁତ ଅଛନ୍ତି ।

ଏଥି ସହ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ ଝାଡଖଣ୍ଡର ଶ୍ରମିକମାନେ ବିମାନରେ ନିଜ ରାଜ୍ୟକୁ ଫେରୁଛନ୍ତି ଏହା ଅତ୍ୟନ୍ତ ଖୁସିର ବିଷୟ । ଆଣ୍ଡାମାନରେ ଫସି ରହିଥିବା ଲୋକଙ୍କୁ ଆଣି ଖୁବ୍ ଶୀଘ୍ର ଆଉ ଦୁଇଟି ବିମାନ ରାଞ୍ଚିରେ ଅବତରଣ କରିବ | ସେ କହିଛନ୍ତି ଯେ ଏହି ବିମାନ ଭଡା ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବହନ କରୁଛନ୍ତି।

  • Tags: