Home > ସଂମ୍ପୂର୍ଣ୍ଣ ଖବର
ଏବେ ଆଉ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିବେନି ହାତୀ, ନୂଆ ଉପାୟରେ ହେବ ସୁରକ୍ଷା
Khabar Odisha:Government-Will-Consider-Using-Google-Earth-To-Protect-Elephants
ନୂଆଦିଲ୍ଲୀ, ଅଗଷ୍ଟ ୧୦, (ଖବର ଓଡିଶା)

ରେଳମନ୍ତ୍ରୀ ପିୟୁଷ ଗୋଏଲ ଶୁକ୍ତବାର କହିଛନ୍ତି କି, ହାତୀମାନଙ୍କ ସୁରକ୍ଷା ପାଇଁ ଗୁଗଲ ଅର୍ଥର ବ୍ୟବହାର ‘ଆଚ୍ଛା ବିଚାର’ ଅଟେ ଓ ଏହା ଉପରେ ବିଚାର କରାଯିବ । ଲୋକସଭାରେ ପ୍ରଶ୍ନକାଳ ସମୟରେ ତୃଣମୂଳ କଂଗ୍ରେସର ଦିନେଶ ତ୍ରିବେଦୀ ହାତୀମାନଙ୍କ ସୁରକ୍ଷା ପାଇଁ ଗୁଗଲ ଅର୍ଥରେ ହାତୀମାନଙ୍କ ପାଇଁ ମ୍ୟାପିଙ୍ଗ ଓ ଅନ୍ୟାନ୍ୟ ଆଧୁନିକ ଟେକନିକ ବ୍ୟବହାରର ପ୍ରସ୍ତାବ ଦେଇଥିଲେ । 

ଏହା  ଉପରେ ଗୋଏଲ କହିଥିଲେ କି, ହାତୀକୁ ଅଳିନ୍ଦ ଭଳି ଅଂଚଳରେ କାନ୍ଥ ତିଆରି କରି ଦିଆଗଲା ହେଲେ ମଧ୍ୟ ହାତୀ ତାକୁ ଭାଙ୍ଗିଦେଉଛି । ହାଲକା କରେଂଟର ବ୍ୟବହାର କରାଗଲା କିନ୍ତୁ ଏହାର ସେମିତି କିଛି ଖାସ ପ୍ରଭାବ ଦେଖିବାକୁ ମିଳିଲାନି । ମନ୍ତ୍ରୀ କହିଛନ୍ତି କି, ‘ମାନନୀୟ ସଦସ୍ୟ ଯେଉଁ ପ୍ରସ୍ତାବ ଦେଇଛନ୍ତି ଏହା ଏକ ଉତମ ବିଚାର ଅଟେ । ସେ କହିଛନ୍ତି କି ଏହା ଉପରେ ସରକାର ବିଚାର ବିମର୍ଶ କରିବେ । 

ଏହା ପୂର୍ବରୁ ଜିତେନ୍ଦ୍ର ରେଡ୍ଡୀ ଓ ଶଶୀ ଥରୁରଙ୍କ ପରିପୁରକ ପ୍ରଶ୍ନର ଉତରରେ ପର୍ଯ୍ୟାବରଣ ଏବଂ ବନ୍ୟ ରାଜ୍ୟ ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି କି ୨୦୧୭ ଗଣନା ଅନୁସାରେ ହାତୀମାନଙ୍କ ସଂଖ୍ୟା ୨୭,୩୧୨ ଥିଲା । ସେ କହିଛନ୍ତି କି, ସରକାର ପୁରା ଚେଷ୍ଟା କରୁଛି କି, ଆଧାର ଭୂତ ସଂରଚନାର ବିକାଶ ବି ହଉ ଓ ବନ୍ୟ ଜନ୍ତୁଙ୍କର କିଛି କ୍ଷତି ମଧ୍ୟ ନ ହୋଇ ସେମାନେ ବି ସୁରକ୍ଷିତ ରୁହନ୍ତୁ । 

  • Tags: