Home > ସଂମ୍ପୂର୍ଣ୍ଣ ଖବର
ଆଇ.ସି.ସି ଅମ୍ପାୟାରର୍ସ ଏଲିଟ ପ୍ୟାନେଲରେ ସାମିଲ ହେଲେ ଭାରତୀୟ ଅମ୍ପାୟାର ନିତୀନ ମେନନ
Khabar Odisha:Indias-Nitin-Menon-promoted-to-elite-panel-of-ICC-umpires
ନୂଆଦିଲ୍ଲୀ, ଜୁନ ୨୯ (ଖବର ଓଡ଼ିଶା):


ଭାରତର ଅମ୍ପାୟାର ନିତୀନ ମେନନ ଆଇ.ସି.ସି ଅମ୍ପାୟାରର୍ସ ଏଲିଟ ପ୍ୟାନେଲରେ ସାମିଲ ହୋଇଛନ୍ତି । ଆଇ.ସି.ସି ଜେନେରାଲ ମ୍ୟାନେଜର ଜିଓଫ ଆଲାରଡାଇସ, ପୂର୍ବତନ ଭାରତୀୟ ବ୍ୟାଟସମାନ ସଂଜୟ ମଂଜେରକର, ମ୍ୟାଚ ରେଫରି ଡେଭିଡ ବୁନ ଏବଂ ରଂଜନ ମଧୁଗାଲେଙ୍କୁ ନେଇ ଗଠିତ ଏକ ଚାରି ଜଣିଆ କମିଟି ନିତୀନ ମେନନଙ୍କୁ ସାମିଲ କରିଛନ୍ତି ।


ତୃତୀୟ ଭାରତୀୟ ଅମ୍ପାୟାର ଭାବେ ମେନନ ଆଇ.ସି.ସି ଅମ୍ପାୟାରର୍ସ ଏଲିଟ ପ୍ୟାନେଲରେ ସାମିଲ ହୋଇଛନ୍ତି । ତାଙ୍କ ପୂର୍ବରୁ ଏସ.ଭେଙ୍କଟରାଘବନ ଏବଂ ଏସ.ରବି ଏହି ଏଲିଟ ପ୍ୟାନେଲରେ ସାମିଲ ହୋଇସାରିଛନ୍ତି ।


ଏହି ୩୬ ବର୍ଷୀୟ ଭାରତୀୟ ଅମ୍ପାୟାର ବର୍ତ୍ତମାନ ସୁଦ୍ଧା ତିନୋଟି ଟେଷ୍ଟ, ୨୪ ଟି ଦିନିକିଆ ଏବଂ ୧୬ ଟି ଟି-ଟ୍ୱେଣ୍ଟିରେ ଅମ୍ପାୟାରିଙ୍ଗ କରିସାରିଛନ୍ତି । ସେ ନାଇଜଲ ଲଙ୍ଗଙ୍କ ସ୍ଥାନ ନେଇ ସର୍ବ କନିଷ୍ଠ ଅମ୍ପାୟାର ଭାବେ ଆଇ.ସି.ସି ଅମ୍ପାୟାରର୍ସ ଏଲିଟ ପ୍ୟାନେଲରେ ସାମିଲ ହୋଇଛନ୍ତି । 


ତେବେ ଆଇ.ସି.ସି ଅମ୍ପାୟାରର୍ସ ଏଲିଟ ପ୍ୟାନେଲରେ ସାମିଲ ହେବାପରେ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ , ବି.ସି.ସି.ଆଇ ଏବଂ ଆଇ.ସି.ସି କୁ ଧନ୍ୟବାଦ ଜଣାଇଛନ୍ତି ଏହି ଅମ୍ପାୟାର । ଅଲିମ ଦର, କୁମାର ଧର୍ମସେନା , ମାଇକେଲ ଗଫ ଆଦି ଅମ୍ପାୟାର ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ।

  • Tags: