Home > ସଂମ୍ପୂର୍ଣ୍ଣ ଖବର
କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୩୭,୭୮୧, ଆମେରିକା-ଇଟାଲୀର ଅବସ୍ଥା ସଂକଟାପନ୍ନ
Khabar Odisha:International-37781-dead-in-coronavirus-in-worldwide-nearly-8-lakh-patients-admitted-to-hospital

ନୂଆଦିଲ୍ଲୀ, ମାର୍ଚ୍ଚ ୩୧ (ଖବର ଓଡ଼ିଶା): ଚୀନରୁ ବ୍ୟାପିଥିବା ମାରାତ୍ମକ କରୋନା ଭାଇରସ ଯୋଗୁଁ ମଙ୍ଗଳବାର ପୂର୍ବାହ୍ନ ୭ଟା ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୩୭ ହଜାର ୭୮୧ରେ ପହଞ୍ଚିଛି । ସଂକ୍ରମଣ ଯୋଗୁଁ ୭ ଲକ୍ଷ ୮୪ ହଜାର ୪୪୦ ଜଣଙ୍କୁ ବିଶ୍ୱର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆମେରିକା ଓ ଇଟାଲୀରେ ସ୍ଥିତି ସଙ୍କଟାପନ୍ନ ରହିଥିବା ଜଣାଯାଇଛି । ଇତିମଧ୍ୟରେ ୧ ଲକ୍ଷ ୬୫ ହଜାର ୩୮୭ ଜଣ ଭଲ ହୋଇଛନ୍ତି । ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୫ ଲକ୍ଷ ୮୧ ହଜାର ୨୭୨ ଜଣ ରୋଗୀଙ୍କ ମଧ୍ୟରୁ ୨୯ ହଜାର ୪୯୨ ଜଣଙ୍କ ଅବସ୍ଥା ଗୁରୁତର ଅଛି । 

ଆମେରିକାରେ ୧ ଲକ୍ଷ ୬୩ ହଜାର ୪୯୦ ଜଣ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ମାତ୍ର ୫ ହଜାର ୫୦୬ ଜଣ ଭଲ ହୋଇଥିବା ବେଳେ ୩ ହଜାର ୧୪୮ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୯୯୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ୫୬୫ ଜଣଙ୍କ ମୃତ୍ୟୁ ହୋଇଛି । ଇଟାଲୀରେ ୧ଲକ୍ଷ ୧ ହଜାର ୭୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୧୧ ହଜାର ୫୯୧ ଜଣଙ୍କ ମୃତ୍ୟୁ ହୋଇଛି । ମାତ୍ର ୧୪ ହଜାର ୬୨୦ ଜଣ ସୁସ୍ଥ ହୋଇଛନ୍ତି । ଆମେରିକା ଓ ଇଟାଲୀ ପରେ ସ୍ପେନରେ କରୋନା ବ୍ୟାପକ ରୂପ ନେଇଛି । ସ୍ପେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ ହଜାର ୯୫୬ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ହେଉଛି   ୭ ହଜାର ୭୧୬ । ଗତ ୨୪ ଘଣ୍ଟା ମଧ୍ୟରେ ୯୧୩ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ରୋଗ ଚୀନରୁ ଆରମ୍ଭ ହୋଇଥିଲେ ବି ଏଠାରେ ଏବେ ସ୍ଥିତି ନିୟନ୍ତ୍ରଣାଧିନ । ଚୀନରେ ମୃତ୍ୟୁ ସଂଖ୍ୟା ୩ ହଜାର ୩୦୫ । ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୫୧୮ ଜଣ । 

ତେବେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସହଯୋଗୀ ସଚିବ ଲଭ ଅଗ୍ରୱାଲ କହିଛନ୍ତି, କରୋନା ଭାଇରସର ଅବସ୍ଥା ଦେଶରେ ଲୋକାଲ ଟ୍ରାନ୍ସମିଶନ ଅବସ୍ଥାରେ ଅଛି । ଯଦି ଏହା କମ୍ୟୁନିଟି ଟ୍ରାନ୍ସମିଶନରେ ପରିଣତ ହୁଏ, ସର୍ବପ୍ରଥମେ ଗଣମାଧ୍ୟମକୁ ସୂଚନା ଦିଆଯିବ । ସେ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ବିଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ କାରଣରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ୯୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୧୦୭୧ ପିଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଭାରତରେ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି ।

 

  • Tags: