Home > ସଂମ୍ପୂର୍ଣ୍ଣ ଖବର
କରୋନାର ଉତ୍ପତ୍ତିସ୍ଥଳ ଚୀନର ଉହାନ୍ ସହରରେ ବେଆଇନ ବନ୍ୟଜନ୍ତୁ ଶିକାର ଓ ଖାଦ୍ୟ ଉପରେ ଲାଗିଲା ପ୍ରତିବନ୍ଧକ
Khabar Odisha:International-5years-trade-ban-of-wild-animals
ଉହାନ, ମେ ୨୨ (ଖବର ଓଡ଼ିଶା):

 ମହାମାରୀ କରୋନା ଭୂତାଣୁର ମୂଳ ସ୍ଥାନ ଅର୍ଥାତ୍ ଉତ୍ପତ୍ତୀସ୍ଥଳ ଚୀନର ଉହାନ ସହରରେ ବେଆଇନ ବନ୍ୟଜନ୍ତୁ ଶିକାର ଓ ଖାଦ୍ୟ ବ୍ୟବହାର ଉପରେ ପାଞ୍ଚ ବର୍ଷର ପ୍ରତିବନ୍ଧକ ଲାଗୁ ହୋଇଛି । 

ସିବିଏସ୍ଇ ନ୍ୟୁଜ୍ ଅନୁଯାୟୀ, ଉହାନର ସ୍ଥାନୀୟ ଅଧିକାରୀମାନେ ବୁଧବାର ଘୋଷଣା କରିଛନ୍ତି ଯେ, ସମସ୍ତ ଜଙ୍ଗଲୀ ଜନ୍ତୁ ଖାଇବା ନିଷେଧ। ତେବେ ଉହାନ ସରକାର ଦେଇଥିବା ଏକ ବିବୃତ୍ତି ଅନୁଯାୟୀ, ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ରକ୍ଷା ପାଇଁ ଏହି ନିଷେଧାଦେଶ ଜାରି କରାଯାଇଛି। କେବଳ ସେତିକି ନୁହେଁ ଏହି ସହରରେ ପଶୁମାନଙ୍କର କୃତ୍ରିମ ଉପାୟରେ ଚାଷ ଓ ପ୍ରଜନନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ଏହାସହ ଉହାନକୁ ଏକ ବନ୍ୟଜୀବ ଅଭୟାରଣ୍ୟ ଘୋଷଣା କରି ଏହାର ସୀମା ଭିତରେ ଥିବା ସମସ୍ତ ଜଙ୍ଗଲୀ ଜନ୍ତୁଙ୍କ ଶୀକାର ଉପରେ ପ୍ରତିବନ୍ଧକ ଲଗାଇଛି। ବିଭିନ୍ନ ସଙ୍ଗଠନ ଏବଂ ଦେଶ କରୋନା ମହାମାରୀ ପାଇଁ ଚୀନକୁ ଦାୟୀ କରିବା ପରେ ଏବଂ ଚାପ ପକାଇବା ପରେ ଅବୈଧ ବନ୍ୟଜନ୍ତୁ ବ୍ୟାପାର ଉପରେ କଟକଣା ଲଗାଇବା ନିଷ୍ପତ୍ତି ନିଆଯାଇଛି। ବହୁ ବୈଜ୍ଞାନିକ, ଚିକିତ୍ସା ବିଶେଷଜ୍ଞ ଏବଂ ପଶୁ ଅଧିକାରୀ କାର୍ଯ୍ୟକର୍ତ୍ତା ଚୀନର ୱେଟ୍ ମାର୍କେଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାପ ପ୍ରୟୋଗ କରିଥିଲେ।

ସୂଚନାନୁଯାୟୀ, ଚୀନର ୱେଟ୍ ମାର୍କେଟରେ ବାଦୁଡ଼ି, ବିଲେଇ, କୁକୁର ଏବଂ ପାଙ୍ଗୋଲିନ୍ ଭଳି ପଶୁଙ୍କୁ ମାରି ଖାଦ୍ୟ ଭାବରେ ବ୍ୟବହାର କରାଯାଏ। ଫଳରେ ଏହି ୱେଟ୍ ମାର୍କେଟରେ ଅଧିକ ସଂକ୍ରମଣ ଦକ୍ଷତାର ଷ୍ଟ୍ରେନ୍ ସହିତ, ଜୀବାଣୁ ମଣିଷକୁ ସଂକ୍ରମଣ କରିବାକୁ ସହଜ ହୋଇଥାଏ।

  • Tags: