Home > ସଂମ୍ପୂର୍ଣ୍ଣ ଖବର
କୋଭିଡ-୧୯ରେ କୋଟିଏ ୪ ଲକ୍ଷ ଲୋକ ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୭ ହଜାରକୁ ବୃଦ୍ଧି
Khabar Odisha:International-Corona-virus-death-toll-reaches-506-lakh-10crore-people-detected-in-world-wide

ନୂଆଦିଲ୍ଲୀ, ଜୁନ ୩୦ (ଖବର ଓଡ଼ିଶା): ଚୀନର ଉହାନ ସହରରୁ ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସରେ ସମଗ୍ର ବିଶ୍ୱରେ ୧ କୋଟି ୪ ଲକ୍ଷ ୨ ହଜାର ୬୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୭ ହଜାର ୫୧୮ ଜଣଙ୍କ ମୃତ୍ୟୁ ହୋଇସାରିଛି । ମଙ୍ଗଳବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ବିଶ୍ୱରେ କରୋନାରୁ ୫୬ ଲକ୍ଷ ୫୬ ହଜାର ୫୬୨ ଜଣ ସୁସ୍ଥ ହୋଇଥିବା ବେଳେ ୪୨ ଲକ୍ଷ ୩୮ ହଜାର ୫୫୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫୭ ହଜାର ୫୩୧ ଜଣ ଗୁରୁତର ଅଛନ୍ତି । 

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ ଅଧିକ ବ୍ୟାପିଛି । ଏଠାରେ ୨୬ ଲକ୍ଷ ୮୧ ହଜାର ୭୭୫ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୨୮ ହଜାର ୭୭୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ୧୧ ଲକ୍ଷ ୧୪ ହଜାର ୩୫୨ ଜଣ ସୁସ୍ଥ ହୋଇଥିବା ବେଳେ ୧୪ ଲକ୍ଷ ୩୮ ହଜାର ୬୪୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ମୋଟ ୧୫ ହଜାର ୮୬୩ ଜଣ ଗୁରୁତର ଅଛନ୍ତି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧୩ ଲକ୍ଷ ୭୦ ହଜାର ୪୮୮ ସଂକ୍ରମିତ, ୫୮ ହଜାର ୩୮୫ ମୃତ

ଋଷିଆ: ୬ ଲକ୍ଷ ୪୧ ହଜାର ୧୫୬ ଜଣ ସଂକ୍ରମିତ, ୯ ହଜାର ୧୬୬ ଜଣ ମୃତ

ବ୍ରିଟେନ: ୩ ଲକ୍ଷ ୧୧ ହଜାର ୯୬୫ ସଂକ୍ରମିତ, ୪୩ ହଜାର ୫୭୫ ଜଣ ମୃତ

ସ୍ପେନ: ୨ ଲକ୍ଷ ୯୬ ହଜାର ୫୦ ଜଣ ସଂକ୍ରମିତ, ୨୮ ହଜାର ୩୪୬ ମୃତ

ପେରୁ: ୨ ଲକ୍ଷ ୮୨ ହଜାର ୩୬୫ ଜଣ ସଂକ୍ରମିତ, ୯ ହଜାର ୫୦୪ ମୃତ

ଚିଲି: ୨ ଲକ୍ଷ ୭୫ ହଜାର ୯୯୯ ସଂକ୍ରମିତ, ୫ ହଜାର ୫୭୫ ଜଣ ମୃତ

ଇଟାଲୀ: ୨ ଲକ୍ଷ ୪୦ ହଜାର ୪୩୬ ସଂକ୍ରମିତ, ୩୪ ହଜାର ୭୪୪ ମୃତ

ଇରାନ: ୨ ଲକ୍ଷ  ୨୫ ହଜାର ୨୦୫ ସଂକ୍ରମିତ, ୧୦ ହଜାର ୬୭୦ ଜଣ ମୃତ 

ପାକିସ୍ତାନ: ୨ ଲକ୍ଷ ୬ ହଜାର ୫୧୨ ଜଣ ସଂକ୍ରମିତ, ୪ ହଜାର ୧୬୭ ମୃତ

 

  • Tags: