Home > ସଂମ୍ପୂର୍ଣ୍ଣ ଖବର
ବ୍ରିଟିଶ ପିଏମ ବୋରିସ ଜନସନଙ୍କ ପରେ କ୍ୱାରେଣ୍ଟାଇନରେ ରହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
Khabar Odisha:International-Isrial-Prime-Minister-Benjamin-Netanyahu-goes-into-self-quarantine-after-tested-corona-positive

ତେଲ ଅଭୀବ, ମାର୍ଚ୍ଚ ୩୧ (ଖବର ଓଡ଼ିଶା): ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ନେତାନ୍ୟାହୁଙ୍କ ନମୁନା ପଜିଟିଭ ଆସିଥିବା ମଧ୍ୟ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ନେତାନ୍ୟାହୁଙ୍କ ରିପୋର୍ଟ ନେଗେଟିଭ ଆସିଛି । ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନମୁନା ପଜିଟିଭ ଚିହ୍ନଟ ହୋଇଥିଲା । ଜନସନଙ୍କ ପରେ ନେତାନ୍ୟାହୁ ହେଉଛନ୍ତି ଦ୍ୱିତୀୟ ବିଶ୍ୱସ୍ତରୀୟ ବରିଷ୍ଠ ନେତା, ଯିଏକି ଏବେ କରୋନା ଭାଇରସ ସନ୍ଦିଗ୍ଧରେ ଆସିଛନ୍ତି । ବ୍ରିଟେନରେ ଜନସନଙ୍କ ପୂର୍ବରୁ ପ୍ରିନ୍ସ ଚାର୍ଲ୍ସ କରୋନା ଭାଇରସ ଚିହ୍ନଟ ହୋଇଥିଲେ । କିନ୍ତୁ ସେ ଏବେ ସୁସ୍ଥ ଅଛନ୍ତି । 

ନେତନ୍ୟାହୁଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, ତାଙ୍କର ନମୁନା ପରୀକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ସେ କ୍ୱାରେଣ୍ଟାଇନରେ ରହିବେ । ଯେତେ ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ବ୍ୟକ୍ତିଗତ ଡାକ୍ତରଙ୍କ ଠାରୁ ସ୍ପଷ୍ଟିକରଣ ନ ମିଳିଛି, ସେତେଦିନ ପର୍ଯ୍ୟନ୍ତ ନେତନ୍ୟାହୁ କ୍ୱାରେଣ୍ଟାଇନରେ ରହିବେ । ତାଙ୍କର ଘନିଷ୍ଠ ସହଯୋଗୀଙ୍କୁ ମଧ୍ୟ ଆଇସୋଲେଶନରେ ରଖାଯାଇଛି । 

ସୂଚନାଯୋଗ୍ୟ, ଇସ୍ରାଏଲରେ ଏପର୍ଯ୍ୟନ୍ତ ୪୩୦୦ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ରୋଗରେ ୧୫ ଜଣଙ୍କ ମୃତ୍ୟୁ ହୋଇସାରିଛି । କରୋନା ମୁକାବିଲା ପାଇଁ ଇସ୍ରାଏଲ ଅନେକ ଗୁଡ଼ିକ ପଦକ୍ଷେପ ନେଇଥିଲା । ନେତନ୍ୟାହୁ ଦେଶବାସୀଙ୍କୁ ଅପିଲ କରିଥିଲେ ଯେ, ଏହି ପରିସ୍ଥିତିର ମୁକାବିଲା ପାଇଁ ଦେଶବାସୀ ଏକ ହୁଅନ୍ତୁ । ଭାରତୀୟ ପରଂପରା ଭଳି ଅନ୍ୟକୁ ଅଭିବାଦନ କରନ୍ତୁ । 

 

  • Tags: