Home > ସଂମ୍ପୂର୍ଣ୍ଣ ଖବର
ଆଫଗାନିସ୍ତାନ: କାବୁଲ ଗୁରୁଦ୍ୱାର ଆକ୍ରମଣ ଘଟଣାରେ ଜଣେ ଭାରତୀୟଙ୍କ ମୃତ୍ୟୁ
Khabar Odisha:International-One-Indian-national-died-in-Kabul-gurudwara-terror-attack-in-Afghanistan

କାବୁଲ, ମାର୍ଚ୍ଚ ୨୬ (ଖବର ଓଡ଼ିଶା): ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶିଖ ଧାର୍ମିକ ସ୍ଥଳ ‘ଗୁରୁଦ୍ୱାର’ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ବୁଧବାର ହୋଇଥିବା ଏହି ଆକ୍ରମଣ ଘଟଣାରେ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗୁରୁଦ୍ୱାରରେ ହୋଇଥିବା ଆକ୍ରମଣରେ ଆତଙ୍କବାଦୀମାନେ ସାମିଲ ଥିଲେ । ଶୋର ବଜାରସ୍ଥିତ ଗୁରୁଦ୍ୱାର ଉପରେ ଏହି ଆକ୍ରମଣ ହୋଇଥିଲା । 

ସୂଚନା ମିଳିବା ପରେ ସ୍ପେଶାଲ ଫୋର୍ସର ଯବାନମାନେ ପହଞ୍ଚିଥିଲେ । ଆଫଗାନିସ୍ତାନ ମିଡିଆ କହିଛି, କୋଠାରେ ଥିବା କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଆଫଗାନିସ୍ତାନରେ ଅବସ୍ଥାପିତ ଶିଖ ସଂପ୍ରଦାୟ ମୁଖ୍ୟତଃ ଜଲାଲାବାଦ ଓ କାବୁଲରେ ରୁହନ୍ତି । 

ସୂଚନାଯୋଗ୍ୟ, ଆଫାଗାନିସ୍ତାନରେ ଶିଖମାନଙ୍କ ଉପରେ ଆକ୍ରମଣ ହେବା ନୂଆ କଥା ନୁହେଁ । ବର୍ଷ ୨୦୧୮ ଜୁଲାଇ ୧ ତାରିଖରେ ମଧ୍ୟ ଶିଖମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆତ୍ମଘାତୀ ଆକ୍ରମଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଇଏସଆଇଏସର ସ୍ଥାନୀୟ ଶାଖା ଆକ୍ରମଣ ପାଇଁ ନିଜକୁ ଦାୟୀ ଘୋଷଣା କରିଥିଲା । ଏହା ପୂର୍ବରୁ ଗତ ୧୫ ତାରିଖରେ କନ୍ଦାହାର ରାଜ୍ୟରେ ତାଲିବାନ ଆକ୍ରମଣରେ ୭ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । 

 

  • Tags: